ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ

ପାପଡାହାଣ୍ଡି,2/5, ମନିସ —- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଶିରିଶି ବିଦ୍ୟାଳୟରେ ମଙ୍ଗଳବାର ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ମୁଖ୍ୟ ଅତିଥି ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ବିଇଓ ବିରେନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।ପାପଡାହାଣ୍ଡି ବ୍ଲକର ପ୍ରଥମେ ଶିରିଶି ବିଦ୍ୟାଳୟ କୁ ଚୟନ କରି ଏହି ସ୍ୱାକ୍ଷରତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଧୀରେ ଧୀରେ ବ୍ଲକର ସମସ୍ତ ବିଦ୍ୟାଳୟରେ ଏହି ମୌଳିକ ସ୍ୱାକ୍ଷରତା କାର୍ଯ୍ୟକ୍ରମ କରାଯିବ ବୋଲି ସୂଚନା ରହିଛି । ୧ମରୁ ୩ୟ ଶ୍ରେଣୀର ଛାତ୍ରୀ ଛାତ୍ର ମାନେ ଯେପରି ଅଧିକ ଜ୍ଞାନ ଅର୍ଜନ କରିବା ସହ ମୌଳିକ ସ୍ୱାକ୍ଷରତା କରିବେ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଥିବା କହିଥିଲେ ବିଧାୟକ ରନ୍ଧାରୀ ।ପିଲାମାନେ ଉତ୍ତମ ସ୍ୱାସ୍ଥ୍ୟ ସୁସ୍ଥତା ବଜାୟ ରଖିବେ,ପିଲା ମାନେ ଭାବ ବିନିମୟ କରିବା ହେବେ ,ସମ୍ପୂର୍ଣ୍ଣ ଶିକ୍ଷାର୍ଥୀ ହେବେ ଓ ନିଜର ନିକଟ ପରିବେଶ ସହ ଜଡିତ ହେବେ ବୋଲି ଅନ୍ୟ ଅତିଥି କହିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡାହାଣ୍ଡି ବ୍ଲକ ଅଧକ୍ଷା ହେମଲତା ମାଝୀ,ବ୍ଲକ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା ,ସମସ୍ତ ଏବିଇଓ ଓ ଶିକ୍ଷକ ମାନେ ଉପସ୍ଥିତ ରହିଥିଲେ ।

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଆଠ ଲକ୍ଷରେ ନିର୍ମିତ ପରିସ୍ରାଗାର ଲୋକଙ୍କ କାମରେ ଲାଗିଲାନି;ଏବେ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି 

Sunil Chandra Nayak

ଗୋରୁମହିଷାଣୀ ଥାନା !ସର୍ପ ଦଂଶନରେ ଵୃଦ୍ଧ ମୃତ

Sunil Chandra Nayak

ବର୍ତି ଗଲା ଅନେକ ଜୀବନ ,ପାଣି ସୁଅରେ ଭାସି ଗଲା ଟ୍ରାକ୍ଟର 

masiha

Leave a Comment

error: Content is protected !!