ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା

ରାଉରକେଲା: ସେକ୍ଟର ୬ ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିର ଠାରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଶ୍ରା ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନରେ କହିଲେ ଯେ ଦୈନନ୍ଦିନ ଜୀବନରେ ବିଜ୍ଞାନ ଓ ଗଣିତର ଆବଶ୍ୟକତା କୁ ଉପଲବ୍ଧି କରି ତଦନୁସାରେ କାର୍ଯ୍ୟକଲେ ଭବିଷ୍ୟତରେ ଶିଶୁମାନେ ରାଉରକେଲା ସହ ଦେଶର ନାମକୁ ଉଜ୍ଜ୍ୱଳ କରିପାରିବେ। ରାଉରକେଲା ସଂକୁଳ ପ୍ରମୁଖ ଗୋଦାବରୀଶ ଶତପଥୀ ଅନ୍ୟତମ ଅତିଥି ଭାବେ ଯୋଗଦେଇ କହିଲେ ଯେ କୁନିକୁନି ବୈଜ୍ଞାନିକ ମାନଙ୍କର ଆଜିର ଛୋଟ ପ୍ରୟାସ ଭବିଷ୍ୟତରେ ଆବିଷ୍କାର ର ସହାୟକ ହୋଇପାରିବ। ବିଜ୍ଞାନମେଳା କେବଳ ପୁରସ୍କାର ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ନୂତନ ଚିନ୍ତାଧାରାର ଉନ୍ମେଷ କରେ। ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀ ଅତିଥି ପରିଚୟ ପ୍ରଦାନ ସହ ଜ୍ଞାନ ବିଜ୍ଞାନ ମେଳାର ଆଭିମୁଖ୍ୟ ସହ ବିଜ୍ଞାନ, ଗଣିତ ଓ ସଂସ୍କୃତିବୋଧ ପରିଯୋଜନା ର ବିଶଦ ବିବରଣୀ ପ୍ରଦାନ କରିଥିଲେ। ଏହି ମେଳାରେ ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୫ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବିଭିନ୍ନ ବିଭାଗ ଯଥା ପ୍ରୟୋଗ, ପ୍ରକଳ୍ପ, ପତ୍ରବାଚନ,ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ, କଥାକଥନ, ତତ୍କାଳୀକ ଭାଷଣ, ମୂର୍ତ୍ତିକଳା,ନିବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପରିଚାଳନା ସମିତିର କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ଦାସ ଧନ୍ୟବାଦ ଅର୍ପଣ କରିବା ସହ ବୈଜ୍ଞାନିକ ଏପିଜେ ଅବଦୁଲ କାଲାମଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ସେହିପରି ସମାରୋପ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସଭାପତି ମିତ୍ରଭାନୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଶିର୍ବଚନ ରେ କହିଲେ ଯେ ଶିଶୁମାନେ ନିଜର ଆଚାର ବ୍ୟବହାରକୁ ଉତ୍ତମ ଭାବରେ ପ୍ରଦର୍ଶନ କଲେ ନିଜକୁ ଉତ୍ତମ ଚରିତ୍ରବାନ ନାଗରିକ ଭାବେ ଗଢି ତୋଳିପାରିବେ। ପରିଚାଳନା ସମିତିର ସଦସ୍ୟା ଦିଲେଶ୍ବରୀ ମହନ୍ତ ଉପସ୍ଥିତ ଥିଲେ। ପରେ ଏହି ମେଳାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ପ୍ରମୁଖା ପୁଷ୍ପାଞ୍ଜଳି ନାୟକ କାର୍ଯ୍ୟକ୍ରମର ବୃତ୍ତ କଥନ ରଖିଥିଲେ। ପ୍ରଧାନାଚାର୍ଯ୍ୟ ଶ୍ରୀ ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଚାଳନା ସମିତିର ସମସ୍ତ ସଦସ୍ୟ ସଦସ୍ୟା, ଆଚାର୍ଯ୍ୟ ଆଚାର୍ଯ୍ୟା,ସେବକ ସେବିକା ଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମ୍ପାଦିତ ହୋଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

ଜାତୀୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଡାକ୍ତର ବିକ୍ରାନ୍ତ ଭୁରିଆଙ୍କୁ ଆଦିବାସୀ ହୋ-ଭାଷା କ୍ରିୟାନୁଷ୍ଠାନ କମିଟର ପ୍ରତିନିଧି ମଣ୍ଡଳୀ ଦ୍ୱାରା ପୂରଣା କଂଗ୍ରେସର ମୁଖ୍ୟାଳୟ-ନୂଆ ଦିଲ୍ଲୀ ଠାରେ ହୋ ଭାଷା କୁ ଭାରତୀୟ ସାମ୍ବିଧାନର ଅଷ୍ଟମ ଅନୁସୂଚୀରେ ସ୍ବୀକୣତୀ ପାଇଁ ଦାବୀପତ୍ର ପ୍ରଦାନ କରିଥିଲେ 

Sunil Chandra Nayak

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

masiha

Leave a Comment

error: Content is protected !!