ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ଇହ ଧାମ ତ୍ୟାଗ, ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ

   ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ସୋମବାର ସକାଳ ୮ ଘଣ୍ଟା ରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ନେଇ ବିଜେଡ଼ି ଦଳ ନବୀନ ପଟ୍ଟନାୟକ ଏବଂ ଦଳର ସମସ୍ତ ନେତୃମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଜଣେ ଭଦ୍ର ଏବଂ ଅମାୟିକ ବ୍ୟକ୍ତିତ୍ଵ। ସମାଜ ସେବା ଠାରୁ ଜୀବନ ଆରମ୍ଭ କରି ଖରୀଆର ରୋଡ ଏନ୍ ଏ ସି ଅଧକ୍ଷ, ପରେ ବିଧାୟକ ହୋଇଥିଲେ। ତିନି ଥର ବିଧାୟକ ହୋଇ ନବୀନ ସରକାର ରେ ଯୋଜନା ସଂଯୋଜନ ମନ୍ତ୍ରୀ ରୂପେ କାର୍ଯ୍ୟ କରିଥିଲେ। ନୂଆପଡା ଜିଲ୍ଲା ରେ ବିଜେଡି ସଂଗଠକ ରୂପେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିଲେ। ୧୯୯୨ ରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ୧୦ ହଜାର କେଟ୍ରେଟ ଅସ୍ତ୍ରୋପଚାର ହୋଇଅଛି। ୧୫ ବର୍ଷ ରୁ ମାଗଣା ଦନ୍ତ ଚିକିତ୍ସା, ଗରିବ ପରିବାର କନ୍ୟା ଙ୍କୁ ସାମୁହିକ ବିବାହ ସୁଯୋଗ। ଦୀର୍ଘ ଦିନରୁ ଏକାଧିକ ରୋଗ ରେ ପୀଡ଼ିତ ଥିଲେ। ଚେନ୍ନାଇ ଠାରେ ତାଙ୍କ ହାର୍ଟ ଟ୍ରାନସପ୍ଲାଣ୍ଟ ହୋଇଥିବା ବେଳେ ତାଙ୍କ କିଡନୀ ଟ୍ରାନସପ୍ଲାଣ୍ଟ ଯୋଜନା ଥିଲା। ଆଜି ପାର୍ଥବ୍ୟ ଶରିର ଖରୀଆର ରୋଡ ଆସିବ। ଆସନ୍ତା କାଲି ଶେଷକୃତ୍ୟ ଅନୁଷ୍ଠିତ ନେଇ ତାଙ୍କ ପୁଅ ଜୟ ଢୋଲକିଆ ସୂଚନା।

ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଅରବିନ୍ଦ ରାଉରକେଲା ସ୍କୁଲର ସଫଳତା …

masiha

ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଆୟୋଜନର ଦିତ୍ୱୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

Leave a Comment

error: Content is protected !!