ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଠିତ

ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଠିତ

ଜୁନାଗଡ଼,୨୪/୦୮(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଫତେ ନଗର ପଡ଼ାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜୁନାଗଡ଼ ବ୍ଲକ ସ୍ତରୀୟ ଅବସର ସରକାରୀ କର୍ମଚାରୀ ସଂଘ ଗଠିତ ହୋଇଛି।ଜିଲ୍ଲା ସରକାରୀ ଅବସର ପ୍ରାପ୍ତ ସଂଘର ଆହ୍ୱାନରେ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାଏକ,ଉପସଭାପତି ମନୋରଞ୍ଜନ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ମହେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ଜୁନାଗଡ଼ ଅବସର ସରକାରୀ କର୍ମଚାରୀ ସଂଘ ଗଠନ କରାଯାଇଥିଲା।ସଂଘର ସଭାପତି ଭାବେ ମନୋରଞ୍ଜନ ପାଣିଗ୍ରାହୀ, ଉପସଭାପତି ଜୟନ୍ତ କୁମାର ମୁଣ୍ଡ, ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା,ଯୁଗ୍ମ ସମ୍ପାଦକ ଦେବରାଜ ଗହୀର, ଅର୍ଥ ସମ୍ପାଦକ ସଞ୍ଜୟ କୁମାର ମୁଣ୍ଡ, ଆଇନ ଉପଦେଷ୍ଟା ନବକିଶୋର ବେହେରା ଙ୍କୁ ଚୟନ କରାଯାଇଥିଲା।ଜିଲ୍ଲା ସଭାପତି ଓ ସଂପାଦକ ନବ ନିର୍ବାଚିତ କାର୍ଯ୍ୟକର୍ତା ଓ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ।ଏହି ବୈଠକରେ ଧର୍ମଗଡ଼ ସଭାପତି ନବିରାଜ ଦୁର୍ଗା, ବରିଷ୍ଠ ଉପଦେଷ୍ଟା ଭୋଳନାଥ ବେହେରାଙ୍କ ସମେତ ଜିଲ୍ଲାର ଅନେକ ଅବସର ପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଜିଲ୍ଲା ଶିଶୁମଙ୍ଗଳ କମିଟିକୁ ରାୟଗଡ଼ ଦାୟିତ୍ୱ ଦେଲେ ସରକାର l “ଦାୟିତ୍ୱ ହସ୍ତାନ୍ତର ନକରିବାରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଲା ଭlଙ୍ଗି ଦାୟିତ୍ୱ ଗ୍ରହଣ କରାଗଲା” 

masiha

ଯାଦବ ଶୌର୍ଯ୍ୟ ଦିବସ ପାଳନ ଅବସରରେ*ନବରଙ୍ଗପୁର ଜିଲ୍ଲା ଯାଦବ ମହାସଭା ଦାବୀ କରେ…ଅହିର ରେଜିମେଣ୍ଟ ଆମର ଦାବୀ

Sunil Chandra Nayak

ଲଡୁଗାଁ ପଞ୍ଚାୟତକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବି କରି ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କଲେ ଚାଷୀ

masiha

Leave a Comment

error: Content is protected !!