ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଁଦିଆ ବ୍ଲକ ଉଦ୍ୟାନ କୃଷି କର୍ମ ଶାଳା

 ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପଞ୍ଚାୟତ ସମିତି ସଭାଗୃହ ପରିସରରେ ଉଦ୍ୟାନ କୃଷି କର୍ମଶାଳା ଅନୁଷ୍ଠିତ ହେଇଯାଇଛି l ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମର ସଭାପତି ତଥା ବ୍ଲକ ଅଧ୍ୟକ୍ଷ୍ୟା ଶ୍ରୀମତୀ ରୀନାରାଣୀ ଖଟୁଆ ଏବଂ ସାମ୍ନାନୀତ ଅତିଥି ଆତ୍ମା ବ୍ଲକ ସଭାପତି ଶ୍ରୀଯୁକ୍ତ ବିଶ୍ୱନାଥ ଜେନା, ଏପିକଲ ଜିଲ୍ଲା ସଂଯୋଜକ ଶ୍ରୀମତୀ ଅମ୍ରିତା ସାମନ୍ତ ଅତିରିକ୍ତ ଗୋଷ୍ଠୀ ଉର୍ନୟନ ଅଧିକାରୀ ଶ୍ରୀଯୁକ୍ତ କିଶୋର କୁମାର ସାହୁ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଶ୍ରୀମତୀ ଗୀତାଞ୍ଜଳି ପାଢ଼ୀ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ପାତ୍ର ଉପସ୍ଥିତ ଥିଲେ । ଏଥିରେ ଗଁଦିଆ ବ୍ଲକ ର ସମସ୍ତ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି, ଅଗ୍ରଣୀ ଚାଷୀ ଏବଂ କୃଷି ଆନୁସଙ୍ଗିକ କ୍ଷେତ୍ରର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ । ଆଜିର କାଯ୍ୟକ୍ରମରେ ଅଗ୍ରଣୀ କୃଷକ ମାନଙ୍କୁ ଧାନ ଚାଷ ବ୍ୟତୀତ କିପରି ଉଦ୍ୟାନ ଭିତ୍ତିକ ଚାଷ ପିଜୁଳି, ଆମ୍ବ, କାଜୁ, ପଣସ, ଡାଳିମ୍ବ, ଲେମ୍ଭୁ, କଦଳୀ ଆଦି ବିଭିନ୍ନ ଯୋଜନାରେ ସାମିଲ ହେବା ସହ ନିଜେ ଆତ୍ମନିଭର ଶୀଳ ହେଇ ପାରିବେ l ଉଦ୍ୟାନ କୃଷି ର ବିକାଶ, କୃଷକ ମାନଙ୍କୁ ଉତ୍ତମ ଜ୍ଞାନକୌଶଳ ଶିକ୍ଷା, ବିଭିନ୍ନ ସରକାରୀ ଯୋଜନା ବିଷୟରେ ଗୀତାଶ୍ରୀ ପାଢ଼ୀ ଆଲୋଚନା କରିଥିଲେ l ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀ ଯୋଜନା ମଧ୍ୟ୍ୟମରେ ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ତଥା ଛତୁ ଚାଷ, ଗୋପାଳନ, କୁକୁଡ଼ାଚାଷ, ଛେଳି ଚାଷ ଆଦି ଚାଷରେ ଶତକଡା 50 ଭାଗ ଆଦିବାସୀ ହରିଜନ ତଥା ମହିଳା ମାନଙ୍କୁ ଓ ଶତକଡା 40 ଭାଗ ପୁରୁଷ ସାଧାରଣ ବର୍ଗଙ୍କୁ ରିହାତି ମିଳିଥାଏ l ଏ ବିଷୟରେ ଅମ୍ରିତା ସାମନ୍ତ ସମସ୍ତ ଚାଷୀଙ୍କୁ ବୁଝାଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ପରିଶେଷରେ ସହକାରୀ କୃଷି ଉଦ୍ୟାନ ଅଧିକାରୀ ଶ୍ରୀଯୁକ୍ତ ଦେବଦତ୍ତ ପାତ୍ର ସମସ୍ତ ଚାଷୀ ଭାଇମାନଙ୍କୁ ବିଭିନ୍ନ ଯୋଜନାରେ ସାମିଲ ହେବା ପାଇଁ ଆହ୍ୱାନ କରିବା ସହ ସମସ୍ତ ଚାଷୀ ସମେତ ସରପଞ୍ଚ ଓ ସମିତିସଭ୍ୟା ସହ ମଞ୍ଚରେ ଉପସ୍ଥିତ ସମସ୍ତ ପଦାଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ l

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

masiha

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

Sunil Chandra Nayak

ପଦୋନ୍ନତି ସମୟ ସୀମାରେ କୋହଳ ପାଇଁ ରାୟଗଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ତରଫରୁ କୃତଜ୍ଞତା

Sunil Chandra Nayak

Leave a Comment

error: Content is protected !!