ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରୁନି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଗାଁକୁ ଫେରିଲା ମୃତକଙ୍କ ଶବ

କୋକସରା,୨୯/୦୬ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମାଝୀଗୁଡା ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ଗତ ୨ ଦିନ ତଳେ ମୃତ୍ୟୁ ହୋଇଥିଲା। ଗୁରୁବାର ସକାଳେ ମୃତ ଦାଦନ ଶ୍ରମିକ ଭିକାରୀ ବାଗଙ୍କ ଶବ ନିଜ ଗାଁକୁ ଏକ ଆମ୍ବୁଲାନ୍ସରେ ଆସି ପହଞ୍ଚିଛି। ସୂଚନା ଅନୁସାରେ, କୋକସରା ବ୍ଲକ ମାଝୀଗୁଡା ଗ୍ରାମର ମାଟୁ ବାଗଙ୍କ ପୁଅ ଭିକାରୀ ବାଗ (୩୨ ବର୍ଷ) ଗତ ୧୫ ଦିନ ତଳେ ବଡ଼ ଘୁମେର ଗ୍ରାମର ନିଜ ଶଳା ସହ ମିଶି ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ଗତ ମଙ୍ଗଳବାର ଭିକାରୀଙ୍କ ସ୍ୱାସ୍ଥ୍ୟ ଅସୁସ୍ଥ ହେବାରୁ ସାଥି ଶ୍ରମିକ ମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ଶବ ନିଜ ଗାଁ ମାଝୀଗୁଡାକୁ ଆସିବା ପରେ ଗାଁରେ ଶୋକାକୁଳ ପରିବେଶ ମଧ୍ୟରେ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିକୁ ହରାଇ ତାଙ୍କ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡିଛନ୍ତି। ଗତ ୫ ମାସ ମଧ୍ୟରେ କୋକସରା ବ୍ଲକର ୬ ଜଣ ଦାଦନ ଶ୍ରମିକଙ୍କ ମୃତ୍ୟୁକୁ ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପ୍ରାକ୍ତନ ଉପବାଚସ୍ପତି ତଥା ମନ୍ତ୍ରୀ ସୁରେନ୍ଦ୍ରନାଥ ନାୟକ ବିୟୋଗରେ ଶୋକ 

masiha

ପ୍ରକାଶ ପାଇଲା ଗଳ୍ପ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ରଞ୍ଜୁଲତା

masiha

ଶିକ୍ଷା ବ୍ୟବସ୍ଥା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!