ଜୟପାଟଣା:୨୯/୦୬(ମ ନି ସ)ଆଧୁନିକ ସଭ୍ୟତାରେ ବିଜ୍ଞାନ ଅଳରେ ଯେତେ ଆଗଉଛି ଆଜିର ପିଢ଼ି ଅଭିନବ ଜ୍ଞାନ କୌଶଳ ପ୍ରୟୋଗକରି ରାତାରାତି ବିନା ପରିଶ୍ରମରେ କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି । ଯାହାର ପ୍ରଭାବ ସାଧାରଣ ଜନତା ଉପରେ ମଧ୍ୟ ପଡୁଛି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ ଗ୍ରାହକ ସେବକେନ୍ଦ୍ର କରି ଗାଁ ଲୋକଙ୍କ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଛନ୍ତି ଗୋଟିଏ ପରିବାର ।
ଜୟପାଟଣା ଥାନା ଅନ୍ତର୍ଗତ ମୋହନଗୁଡା ଗ୍ରାମରେ ଗାଁର ହରିଶ୍ଚନ୍ଦ୍ର ରାଉତ ଏବଂ ତାଙ୍କ ମାଆ ଶରସ ରାଉତଙ୍କ ସହ ଆଉ ଦୁଇ ମହିଳା ଅଲେରା ରାଉତ ଏବଂ ଲଳିତା ରାଉତ ମିଶି ଏଭଳି କାଣ୍ଡ ଘଟାଇ ଥିବା ଜଣା ପଡିଛି । ଏନେଇ ଜୟପାଟଣା ଥାନାରେ ଧନ୍ମତି ଛତ୍ରିଆ ,କୁମୁଦିନୀ ଦାସଙ୍କର ନେତୃତ୍ୱରେ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠିର ତଥା ଅନ୍ୟାନ୍ୟ ମହିଳା ମାନେ ଅଭିଯୋଗ ଆଣିଛନ୍ତି । ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା ଠାରୁ ଆରମ୍ଭ କରି ସ୍ବୟଂ ସହାୟକ ଗୋଷ୍ଠୀଙ୍କଠୁ ଫିଙ୍ଗର ସ୍କାନର ଜରିଆରେ ପଇସା ଠକିନେଇ ଯାଇଥିବା ଅଭିଯୋଗ କରିଛନ୍ତି । ପାଖାପାଖି ୨୮ ଲକ୍ଷରୁ ଅଧିକ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ଏହି ପରିବାର । ଏନେଇ ଜୟପାଟଣା ଥାନା କେସ୍ ନଂ ୦୧୪୨ ରେ ଏକ ମାମଲା ରୁଜୁ କରି ଆଇପିସିର ଧାରା ୪୨୦, ୪୦୮, ୩୪ ଭଳି ଦଫା ଲଗାଇ ତଦନ୍ତ ଅରମ୍ଭ କରିଛି ପୋଲିସ । ଅନ୍ୟପକ୍ଷେ ସ୍ବୟଂ ସହାୟକ ଗୋଷ୍ଠୀ ଉଠାଇଥିବା ଋଣ ଟଙ୍କା ଫେରାଇବା ପାଇଁ ଘର ଦାଣ୍ଡକୁ ଆସି କିଛି ଋଣ ଦେଇଥିବା ସଂସ୍ଥାର ଲୋକ ବସିପଡୁଛନ୍ତି । ଏହି ଗରିବ ପରିବାରମାନେ ନିଜ କଷ୍ଟ ଉପାର୍ଜିତ ଧନକୁ ହରାଇ ଅତ୍ୟନ୍ତ ଦୁଃଖରେ ଅଛନ୍ତି । ପୋଲିସ ପ୍ରଶାସନ ଏଥିପ୍ରତି ଆନ୍ତରିକତା ଦେଖାଇ ଏହାର ସମାଧାନ କରିବାକୁ ଦାବି ହେଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ଯୁବକ ଶାଶକ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ତଥା ଶାଶକ ଦଳର ନେତା ଏବଂ ସ୍ଥାନୀୟ ବିଧାୟକଙ୍କ ସହିତ କାର୍ଯ୍ୟକ୍ରମ ଗୁଡିକରେ ନଜର ଆସୁଥିବା ଅଭିଯୋଗ ହୋଇଛି । ସେ ଏହି ସବୁ ସମ୍ପର୍କକୁ ଢାଲ କରି ସାହସର ସହିତ ନିରୀହ ଜନତାଙ୍କର ଟଙ୍କାକୁ ହଡପ କରିଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣୁଛନ୍ତି ।