ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନୂଆପଡ଼ା ପୋଲିସ ପକ୍ଷ ରୁ ମୋବାଇଲ ମେଳା ଅନୁଷ୍ଠିତ, ୫୦ ରୁ ଉର୍ଦ୍ଧ ଚୋରି ହୋଇଥିବା ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର 

ନୂଆପଡ଼ା ପୋଲିସ ପକ୍ଷ ରୁ ମୋବାଇଲ ମେଳା ଅନୁଷ୍ଠିତ, ୫୦ ରୁ ଉର୍ଦ୍ଧ ଚୋରି ହୋଇଥିବା ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର 

ଖଡ଼ିଆଳ,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ପୋଲିସ ପକ୍ଷରୁ ମୋବାଇଲ ମେଳା ଅନୁଷ୍ଠିତ ହୋଇଛି। ମୋଟ ୫୦ ରୁ ଉର୍ଦ୍ଧ ଚୋରି ହୋଇଥିବା ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରି ପ୍ରଶାସନ ସଦା ବେଳେ ସବୁ ସମୟରେ ଜନତାଙ୍କ ହିତାକାଂକ୍ଷୀ ଅଟେ ବୋଲି ପରିଚୟ ଦେଇଛନ୍ତି। ନୂଆପଡ଼ା ପୋଲିସ ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଥାନା ଓ ଫାଣ୍ଡିରେ ଚୋରି ହୋଇଥିବା ମୋବାଇଲ ଉଦ୍ଧାର କାର୍ଯ୍ୟ ହାତକୁ ନେଇଥିଲେ। ଏକା ସାଙ୍ଗରେ ୫୦ ରୁ ଉର୍ଦ୍ଧ ମୋବାଇଲ ଜବତ କରି ମୋବାଇଲ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଜିଲ୍ଲା ପୋଲିସର ଏହି ଉଲ୍ଲେଖନୀୟ ସେବା ପାଇଁ ଜିଲ୍ଲା ରେ ଏକ ସଚେତନ ବାର୍ତ୍ତା ପ୍ରସାର ହୋଇଅଛି। ନିଜ ମୋବାଇଲ କୁ ନିଜେ ସୁରକ୍ଷିତ ରଖିବା ସହ ପୋଲିସଙ୍କୁ ସହାୟତା କରିବାକୁ ଆହ୍ୱାନ କରିଥିଲେ।

Related posts

ଭିଜିଲାନ୍ସ ଜାଲରେ କନିଷ୍ଟ ଯନ୍ତ୍ରୀ ଦେବ ଚନ୍ଦନ ରାଉତ

Sunil Chandra Nayak

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅତିରିକ୍ତ ରାଜସ୍ଵ ନିରୀକ୍ଷକ

Sunil Chandra Nayak

ନିଖୋଜ ନାବାଳକର ମୃତଦେହ ବଡବନ୍ଧରୁ ମିଳିଲା; ଵଡବନ୍ଧ ଲୋକାରଣ୍ଯ

Leave a Comment

error: Content is protected !!