ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ନଅ ବାଇକ୍ ସହିତ ଆଠ ଅଟକ

ଅବକାରୀ ଚଢାଉ ନଅ ବାଇକ୍ ସହିତ ଆଠ ଅଟକ

ବସ୍ତା,21/03 :ବାଲେଶ୍ୱର ଜିଲ୍ଲା ବସ୍ତା ଥାନା କୁଡିଆ ଗ୍ରାମର ସଂଗ୍ରାମ କେଶରୀ ମହାପାତ୍ର ଙ୍କ ବାସଭବନ ଓ ହୋଟେଲ ରେ ଗତ କାଲି ବିଳମ୍ବିତ ରାତିରେ ଓ ଗୁରୁବାର ସକାଳ 11 ଟା ସମୟରେ ଚଢଉ କରିଛି ଅବକାରୀ ପୋଲିସ। ଶ୍ରୀ ମହାପାତ୍ରଙ୍କର ସରକାରୀ ଲାଇସେନ୍ସ ପ୍ରାପ୍ତ ଦେଶି ଓ ବିଦେଶୀ ମଦ ଦୋକାନ ଥିବା ବେଳେ ବିଭିନ୍ନ ସମୟରେ ସରକାରଙ୍କ ନିୟମ ଅନୁଯାୟୀ ମଦ ବିକ୍ରି ଟାର୍ଗେଟ ହେଉନଥିବା ବେଳେ ପ୍ରତିବର୍ଷ ସରକାରୀ ଲାଇସେନ୍ସ ନବୀକରଣ ହେଉଥିବା ରୁ ଶ୍ରୀ ମହାପାତ୍ର ଅନ୍ୟତ୍ର ବେଆଇନ ମଦ ତିଆରି କରି ବିକ୍ରୀ କରୁଥିବା ଅଭିଯୋଗ କରି ଅବକାରୀ ବିଭାଗ କମିଶନର ନୃସିଂହ ଭୋଲ ଙ୍କ ନିର୍ଦ୍ଦେଶ କ୍ରମେ ଗତ କାଲି ବିଳମ୍ବିତ ରାତିରେ ଶ୍ରୀ ମହାପାତ୍ର ଙ୍କ 60 ନମ୍ୱର୍ ଜାତୀୟ ରାଜପଥ କୁଡିଆ ନିକଟସ୍ଥ ବସୁନ୍ଧରା ହୋଟେଲ ରେ ଚଢଉ କରାଯାଇଥିଲା। ବାଲେଶ୍ୱର ଅବକାରୀ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏଚ୍ ତିରୁପତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚଢଉ ଗତକାଲି ହୋଟେଲ ଓ ଗୁରୁବାର ସକାଳ ଏଗାରଟା ସମୟରେ ଶ୍ରୀ ମହାପାତ୍ରଙ୍କ ବାସଭବନ ରେ ହୋଇଥିଲା। ହୋଟେଲ ରୁ କିଛି ମଦ ପେଟି,ବ୍ୟବହୃତ ପିକଅପ ,ଆଠଟି ବାଇକ୍ ଏବଂ ନଅ ଜଣକୁ ଅବକାରୀ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ବେଳେ ଆଜି ଶ୍ରୀ ମହାପାତ୍ର ଙ୍କ ଘରେ କେହି ନଥିବା ବେଳେ ମାଜିଷ୍ଟ୍ରେଟ ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ ମିଶ୍ରଙ୍କ ଉପସ୍ଥିତିରେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ଙ୍କ ସହୋଜୋଗରେ ଘର ତାଲା ଭାଙ୍ଗି ତନଖି କରିଥିଲା ଅବକାରୀ ପୋଲିସ। ମାତ୍ର ଶ୍ରୀ ମହାପାତ୍ର ଙ୍କ ଘରୁ କୌଣସି ଆପତ୍ତି ଜନକ ସାମଗ୍ରୀ ନପାଇ ଫେରିଥିଲା ଅବକାରୀ ପୋଲିସ। ଏହି ଚଢ଼ଉରେ ସଦର ଅବକାରୀ ଇନିସପେକ୍ଟର ଦିପ୍ତିମୟୀ ,ଅବକାରୀ ମୋବାଇଲ୍ ଇନ୍ସପେକ୍ଟର ସୁଜିତ୍ ବାଲା,ହରିହର ସିଂ,ରଞ୍ଜନ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଭିଣେଇ କୁ ମରଣାନ୍ତକ ଆକ୍ରମଣ କଲା ଶଳା

masiha

ରାଉରକେଲା ପୋଲିସ୍ ଦ୍ବାରା ୫୦୨ କିଲୋଗ୍ରାମରୁ ଅଧିକ ଗଞ୍ଜେଇ ଜବତ : ୬ ଅଭିଯୁକ୍ତ ଗିରଫ ସହ ୫ କାର୍, ୮ ମୋବାଇଲ ଓ ୨୩୦୦ ଟଙ୍କା ନଗଦ ଜବତ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ଶ୍ରୀପଲ୍ଲୀ ଛକ ନିକଟରେ ବାଘଛାଲ ବିକ୍ରି ଡିଲ ବେଳେ ମାଡିବସିଲା ଏସଟିଏଫ

Sunil Chandra Nayak

Leave a Comment

error: Content is protected !!