ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

ରେଳ ଷ୍ଟେସନ୍ ନିକଟରେ ଯୁବକକୁ ଲୁହାରଡରେ ଆକ୍ରମଣ : ଗୁରୁତର ଆହତଙ୍କୁ ଭୁବନେଶ୍ବର ସ୍ଥାନାନ୍ତର

ରାଉରକେଲା ୨୫/୬, ବୁଧବାର ଦିନ ରାଉରକେଲା ରେଳ ଷ୍ଟେସନ ନିକଟରେ ଯୁବକଙ୍କୁ ଲୁହା ରଡ୍‌ରେ ଆକ୍ରମଣ ଘଟଣାରେ, ଆହତଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି। 

       ରାଉରକେଲା ରେଳ ଷ୍ଟେସନ ନିକଟରେ ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଚାଞ୍ଚଲ୍ୟକର ଘଟଣାରେ ଜଣେ ଯୁବ ଦୋକାନୀଙ୍କୁ କେତେକ ଅଜଣା ଯୁବକ ଲୁହା ରଡ୍‌ ଭୂଷି ଗୁରୁତର ଆହତ କରିଥିଲେ। ଘଟଣାରେ ଆହତ ଯୁବକଙ୍କ ନାମ ଛୋଟେ ଲାଲ ଭଦେରିଆ ବୋଲି ଜଣା ପଡିଛି। ଆହତ ଶ୍ରୀ ଭଦେରିଆ ମଧ୍ୟପ୍ରଦେଶର ହୋଇଥିବା ବେଳେ ଷ୍ଟେସନରେ ଫୁଡ୍ ଭେଣ୍ଡର୍ କାମ କରୁଥିଲେ। ଗତକାଲି ତାଙ୍କୁ ସରକାରୀ ହସ୍ପିଟାଲ୍ ପରେ ଜେପି ଏବଂ ଆପୋଲୋ ହସ୍ପିଟାଲ୍ ନିଆ ଯାଇଥିଲା। ମାତ୍ର ସେଠାରେ ଭଲ ନହେବାରୁ ଆଜି ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ତାଙ୍କ ପେଟରେ ପଶିଥିବା ମୁନିଆଁ ରଡ୍ ଏପର୍ଯ୍ୟନ୍ତ ବାହାର କରାଯାଇ ପାରିନାହିଁ।

     ସୂଚନା ଅନୁସାରେ ରେଳ ଷ୍ଟେସନର ଦ୍ୱିତୀୟ ଗେଟ୍‌ ନିକଟ ଗୋପବନ୍ଧୁପାଲିକୁ ଯାଇଥିବା ରାସ୍ତାରେ ଏହି ଘଟଣା ଘଟିଥିଲା। କିଛି ଅଜଣା ଯୁବକ ହଠାତ୍ ଯୁବକଙ୍କ ଉପରେ ଆକ୍ରମଣ କରି ଲୁହା ରଡ୍‌ରେ ଭୁଷି ଦେଇଥିବା ଅଭିଯୋଗ ହୋଇଛି। ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଆକ୍ରମଣରେ ଯୁବକଙ୍କ ପେଟରେ ଗୁରୁତର ଆଘାତ ଲାଗିଥିବା ବେଳେ ମୁନିଆଁ ଲୁହା ରଡ୍‌ଟି ପେଟ ଭିତରେ ପଶି ଲାଗି ରହିଛି। ସ୍ଥାନୀୟ ଲୋକ ଏବଂ ପୋଲିସ୍ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ। ଏହି ଘଟଣାରେ ପୋଲିସ୍ ୨/୩ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ବିଭିନ୍ନ ଦିଗରୁ ଘଟଣାର ତଦନ୍ତ ଚଳାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଏ ଏସ୍ ଆଇ ଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

masiha

ଅର୍ଥ ଲଗାଣକାରୀ ସଂସ୍ଥା ଜନସନ ଏଣ୍ଡ ଜନସନ ଫେରାର। କମ ଅର୍ଥ ବିନିଯୋଗ କରି ପ୍ରଚୁର ଲାଭ ପାଇବା ଆଶା ମଉଳିଲା

Sunil Chandra Nayak

ଲୋହାରାଖଣ୍ଡି ନଦୀରୁ ମୃତଦେହ ଉଦ୍ଧାର 

Sunil Chandra Nayak

Leave a Comment

error: Content is protected !!