ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜୟପୁର ଗ୍ରାମରେ ଦେଶୀ ମଦର ବନ୍ୟା; ବେଆଇନ ମଦ କାରବାରକୁ ବନ୍ଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ,ଅବକାରୀ ବିଭାଗ ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ 

ଜୟପୁର ଗ୍ରାମରେ ଦେଶୀ ମଦର ବନ୍ୟା; ବେଆଇନ ମଦ କାରବାରକୁ ବନ୍ଦ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳ,ଅବକାରୀ ବିଭାଗ ଏବଂ ଏସଡିପିଓଙ୍କ ଦ୍ଵାରସ୍ଥ 

 ମୟୂରଭଞ୍ଜ – -୨୦/୦୫ —  ମଦ ମାଫିଆଙ୍କ ଦୌରାତ୍ମ୍ଯ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ।ଯାହାକୁ ନେଇ ଗ୍ରାମବାସୀ ଅତିଷ୍ଠ । ମୟୂରଭଞ୍ଜ ଜିଲ୍ଲାର ବାଦାମ ପାହାଡ଼ ଥାନା ଅଧିନସ୍ଥ ସୁଲାଇପାଟ ଫାଣ୍ଡି ଅନ୍ତର୍ଗତ କୁସୁମି ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମରେ କିଛି ବେଆଇନ ମଦ ବିକ୍ରେତା ପୋଲିସ,ଅବକାରୀ ବିଭାଗକୁ ଚାଲେଞ୍ଜ ଟ୍ରିଗର ଭିତରେ ଚୋରା ମଦ କାରବାର କରୁଛନ୍ତି ।ମଦ ପିଇ ଯୁବ ଓ ବୃଦ୍ଧ ଗୋଷ୍ଠୀ ମାତାଲ୍ ହୋଇ ରାସ୍ତାରେ ଅସାମାଜିକ କାର୍ଯ୍ୟ କରୁଛନ୍ତି ।ମା’ର ଫିଟ୍,ଗଣ୍ଡଗୋଳ, ରାସ୍ତାରେ ଦୋ ଅକ୍ଷରିଆ ଅଶ୍ଳୀଳ ଭାଷା ପ୍ରୟୋଗ କରୁଛନ୍ତି । ରାସ୍ତାରେ ଝିଅ,ବୋହୂ ଅସୁରକ୍ଷିତ ମଣୁଛନ୍ତି ।ଯୁବ ଗୋଷ୍ଠୀ ମାତାଲ୍ ହୋଇ ଘରେ ପଶି ବାପା ,ମାଆ,ଵୁଢା ବାପା,ବୁଢ଼ୀ ମାଆ,ବୟସ୍କ ଲୋକ ଏବଂ ଛୁଆ ପିଲାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ ଓ ମାରପିଟ୍ କରୁଛନ୍ତି । ବିଶିଷ୍ଟ କଵି ସଚ୍ଚିଦାନନ୍ଦ ରାଉତରାୟ ଙ୍କ ମୋ ଗାଁ ଆଜି ମାତାଲଙ୍କ ଗାଁ ପାଲଟି ଯାଇଛି ।ଯୁବ ଗୋଷ୍ଠୀ ଘରେ ମା’ର ପିଟ କରି ପଇସା ଛଡ଼ାଇ ଆଣି ଜୟପୁର ବଜାରରେ ପେଟେ ପିଇ ରାସ୍ତାରେ ଫୁଲ୍ ଫୁଲ୍ ହେଉଛନ୍ତି । ଦୋ ଵୁନ୍ଦି ପିଲା ଦେ ମୁଝକୋ ଗୀତ ଖାଉଛନ୍ତି ।ବଡ଼ ସାନ ମାନୁ ନାହାନ୍ତି ।ଓଲଟା ବର୍ଣ୍ଣବୋଧ ଖାଉଛନ୍ତି ।ଏହାକୁ ନେଇ ଗାଁ ର ,ମା’ ମାଉସୀ ମାନେ ମାତାଲ୍ ପୁଅ ଓ ପୁତୁରା ଙ୍କ ଅତ୍ୟାଚାର ଓ କଳା କାରନାମାରେ ଅତିଷ୍ଠ ହୋଇ ଚୋରା ମଦ କାରବାର ଵନ୍ଦ କରିବା,ମଦ ମାଫିଆଙ୍କ ଉପରେ ଦୃଷ୍ଟାନ୍ତମୂଳକ କଠୋର‌କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବା ନେଇ ରାଇରଙ୍ଗପୁର ଉପ ଜିଲ୍ଲାପାଳ, ରାଇରଙ୍ଗପୁର ଅବକାରୀ ବିଭାଗ ଏବଂ ରାଇରଙ୍ଗପୁର ଏସଡିପିଓଙ୍କୁ ଲିଖିତ ଦାବି ପ୍ରଦାନ କରିଛନ୍ତି । ରାଇରଙ୍ଗପୁର ଏସଡିପିଓ ଶ୍ରୀ ଗୋକୁଳାନନ୍ଦ ସାହୁ ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବାପରେ ମହିଳାମାନେ ଏସଡିପିଓ ଅଫିସରୁ ବାହାରି ଘରକୁ ଫେରିଥିଲେ ।ଯଦି ଆଗକୁ ଵୃଆଇନ ମଦ କାରବାର ଉପରେ ଅଙ୍କୁଶ ଲଗା ନ ଥାଏ ତାହାହେଲେ ମହିଳାମାନେ ରାସ୍ତା ଅବରୋଧ କରିବେ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ମଦ ବିରୋଧୀ ମହିଳାମାନେ ଗଣମାଧ୍ୟମ କୁ କହିଛନ୍ତି ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଗୁଳିମାଡ଼ ଘଟଣା… ଜଗବନ୍ଧୁ ମାଝୀ ଙ୍କ ଠାରୁ ନବ ଦାସ ପର୍ଯ୍ୟନ୍ତ..

Sunil Chandra Nayak

ନିଜ ଲୁଙ୍ଗି ଲଗାଇ ପାଗଳ ବ୍ୟକ୍ତି ଜଣକ ଗଛ ଉପରେ ଝୁଲି ଆତ୍ମହତ୍ୟା 

masiha

ତିର୍ତୋଲ ଅବକାରୀ ଥାନା ଅଧିକାରୀଙ୍କ ବଡ ସଫଳତା, ନକଲିମଦ ଜବତ ସାଙ୍ଗକୁ,ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!