ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ୍ଧୁଗାଁ ବ୍ଲକର ଯୁବ ସାମ୍ବାଦିକ ଆରସାଡା ଲାଚାନା ନିଖୋଜ

ବନ୍ଧୁଗାଁ ବ୍ଲକର ଯୁବ ସାମ୍ବାଦିକ ଆରସାଡା ଲାଚାନା ନିଖୋଜ

ବନ୍ଧୁଗାଁ ତା ୩୦/୧୦/୨୩ // କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ତୁରୁକୁପେଟା ଗ୍ରାମର ଆରସାଡା ଲାଚାନା ଆଜକୁ ୪୫ ଦିନ ହେଉଛି ନିଖୋଜ ଅଛନ୍ତି। ବନ୍ଧୁଗାଁରେ ଥିବା ତାଙ୍କ ଦୂତୀୟ ସ୍ତ୍ରୀ ମୋଇନି ବିଡ଼ିକାଙ୍କ ବୟାନ ଅନୁଯାଇ ଗତ ସେପ୍ଟେମ୍ବର ମାସ ୧୫ ତାରିଖ  ସକାଳ ୮ ଘଣ୍ଟା ସମୟରେ ଘରେ ଗାଧେଇ ପୋଖାଲ ଖାଇ ଘରରୁ ବାହାରି ଯାଇଥିଲେ। ଏହା ପର ଠାରୁ ଏ ଲାଚାନା ଙ୍କ ଆଉ ଦେଖା ନ ଯାଇ ଫୋନ ମଧ୍ୟ ସ୍ଵିଚ ଅଫ ରହି ଆସୁଛି। ଏହାକୁ ନେଇ ନିଜ ଦୂତୀୟ ସ୍ତ୍ରୀ ଚଳିତ ମାସ ୨୭ ତାରିଖ ଦିନ ବନ୍ଧୁଗାଁ ପୋଲିସ୍ ଥାନାରେ ଏତଲା ଦେଇଛନ୍ତି।ପୋଲିସ ଥାନାରୁ ନିଖୋଜ ଥିବା କେଶ ରୁଜୁ କରି ତଦନ୍ତ ଚଳାଇ ଛନ୍ତି। ନିଖୋଜ ଥିବା ଏ ଲାଚାନା ଅନେକ ବର୍ଷ ଧରି ବନ୍ଧୁଗାଁ ବ୍ଲକରେ ଧରିତ୍ରୀ ପତ୍ରିକାର ରିପୋର୍ଟର ରହି ଥିଲେ। କିନ୍ତୁ କୌଣସି କାରଣରୁ ସେ ଚଳିତ ବର୍ଷ ଧରିତ୍ରୀ ପତ୍ରିକା ବନ୍ଦ କରି ୟୁ ଟୁବୁ ଟାଇମ୍ସ ଉୟନ୍ସ ଓଡ଼ିଆ ରେ କାର୍ଯ୍ୟ କରି ଆସୁଥିଲେ। ନିଜର ବଡ଼ ସ୍ତ୍ରୀ ଶାନ୍ତି ଖୋରା କୋରାପୁଟ ଠାରେ ଥିବା ବେଳେ ତାଙ୍କ ବୟାନ ଅନୁଯାଇ ଆଜକୁ ଏକ ବର୍ଷ ହେଉଛି ଘରକୁ ଆସି ନ ଥିବା ଆମ ଗଣମାଧ୍ୟମ ଙ୍କୁ ଜଣାଇଛନ୍ତି। ସେ ପ୍ରତିଦିନ ଗାଁ ଗହଳିରେ ଥିବା ଲୋକଙ୍କ ଜମି, ଫର୍ମ ପୂରଣ, କିଛି ଷ୍ଟାମ୍ପ ଓ ଦରଖାସ୍ତ ଲେଖି ଯାହା ରୋଜଗାର କରନ୍ତି ପାରିବାର ଚଳନ୍ତି। ସେ ଅତି ନମ୍ବ୍ର ଓ ଶାନ୍ତ ଶିଷ୍ଟ ବ୍ୟକ୍ତି ଅଟନ୍ତି। ଅନେକ ଲୋକଙ୍କ ସମସ୍ୟା ସମାଧାନ ପାଇଁ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଲଢ଼େଇ କରନ୍ତି। ତାଙ୍କର ନିଖୋଜ ଆମ ବନ୍ଧୁଗାଁ ବ୍ଲକ ରେ ଦୁଃଖଦ ଘଟଣା ହୋଇ ରହିଛି। ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ବନ୍ଧୁଗାଁ ପୋଲିସ୍ ଥାନାକୁ ଫୋନ୍ କରି ଜଣାଇବା ପାଇଁ ଅନୁରୋଧ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

 

Related posts

ଅଜଣା ବ୍ୟକ୍ତି ଙ୍କ ବ୍ୟଗରୁ ୨ ଲକ୍ଷ ୬୮ ହଜାର ୭ ସହ ୭୪ ଟଙ୍କା ସହ 19 ଗୋଟି ବିଦେଶୀ ମୁଦ୍ରl ଜନତ 

Sunil Chandra Nayak

୫୦୦ଶହକୁ ୧୦୦ଟଙ୍କିଆ ନୋଟ୍ ରେ ବଦଳ କରିବା ଘଟଣା ୯ଲକ୍ଷ ୯୦ହଜାର ବଦଳରେ ୧୨ଲକ୍ଷ ଦାବୀ

masiha

ଧର୍ମଗଡ ନିକଟସ୍ଥ ଗୋଡଭଞ୍ଜା ରାସ୍ତା କଡ଼ରୁ ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!