ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି

ଧାନ ଚୋରା ଚାଲାଣ ବେଳେ ମାଡି ବସିଲା ଯୋଗାଣ ବିଭାଗ, ଧାନ ଟ୍ରକ ସହ ଡ୍ରାଇଭର ଅଟକ, ତଦନ୍ତ ଜାରି

କୋକସରା,୧୫/୧୨// କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଖଣ୍ଡର ଜୟପାଟଣା, କୋକସରା, କଲମପୁର, ଧର୍ମଗଡ଼ ବ୍ଲକ ଅଞ୍ଚଳରୁ ପଡୋଶୀ ଛତିଶଗଡ଼ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟକୁ ଧାନ ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ଶୁକ୍ରବାର କଳାହାଣ୍ଡି ଯୋଗାଣ ଅଧିକାରୀଙ୍କ ନେତୃତ୍ୱରେ ଧର୍ମଗଡ଼ ଉପଖଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ାଉ ସମୟରେ ଜାତୀୟ ରାଜପଥ ୨୬ ମୋଟେର ପେଟ୍ରୋଲ ପମ୍ପ ନିକଟରେ ଏକ ଟ୍ରକ ନମ୍ବର ଓଡି ୦୮ ଇ ୦୮୫୮ ରେ ଧାନ ବୋଝେଇ ହୋଇ ଯାଉଥିବା ବେଳେ ଯୋଗାଣ ବିଭାଗ ଅଧିକାରୀ ଅଟକାଇ କାଗଜପତ୍ର ଯାଞ୍ଚ ସମୟରେ ଏହା ଚୋରା ଚାଲାଣ ହେଉଥିବା ସ୍ପଷ୍ଟ ହୋଇଥିଲା । ଯୋଗାଣ ବିଭାଗ ପକ୍ଷରୁ ଟ୍ରକ ଓ ଡ୍ରାଇଭର ଚିତ୍ରସେନ ଖର୍ସେଲକୁ ଅଟକ ରଖି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରସାଦ ସିଡ୍ସର ଟ୍ରକରେ ୧୦୪.୮୦ କ୍ୱିଣ୍ଟାଲ ଧାନ ରହିଛି। ଏହି ଚଢ଼ାଉରେ କଳାହାଣ୍ଡି ଯୋଗାଣ ଅଧିକାରୀ ମନୋଜ ଦାସ, ଉପଖଣ୍ଡ ଯୋଗାଣ ଅଧିକାରୀ ଦୁର୍ଗା ପ୍ରସାଦ ମାଝୀ, କୋକସରା ବ୍ଲକ ଯୋଗାଣ ଅଧିକାରୀ ଜଗାରାମ ମୁର୍ମୁ, ଜୟପାଟଣା ବ୍ଲକ ଯୋଗାଣ ଅଧିକାରୀ ପ୍ରିୟ ରଞ୍ଜନ ନାଏକ, ଧର୍ମଗଡ଼ ବ୍ଲକ ଯୋଗାଣ ଅଧିକାରୀ ପ୍ରଶାନ୍ତ ଦାସ ସାମିଲ ରହିଥିଲେ। ତେବେ ତଦନ୍ତ ପରେ ସବିଶେଷ ତଥ୍ୟ ଜଣାପଡିବ ବୋଳି ଅଧିକାରୀ ମାନେ କହିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଅଢ଼େଇ କୋଟି ଋଣ ଟଙ୍କା ଧରି ଫେରାର ଘଟଣା। ଟିଟିଲାଗଡ଼ରୁ ଅଭିଯୁକ୍ତ ମହିଳା ଗିରଫ…

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ପୋଲିସକୁ ମିଳିଛି ଆଉ ଏକ ସଫଳତା   

Sunil Chandra Nayak

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

masiha

Leave a Comment

error: Content is protected !!