ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ , ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

୫-ଟି’ ରୂପାନ୍ତର କାମର ବିଲ୍ ପାଇଁ ବି ଲାଞ୍ଚ …

ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ

ଗିଳିଦେଲେ ବ୍ୟାଙ୍କ ନଥିପତ୍ର….

ସ୍କୁଲ କାମର ବିଲ୍ କରାଇଦେବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୪୦ ହଜାର ଟଙ୍କା ଲାଞ୍ଚ ନେଇ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଲେତେର ତ୍ରିଶକ୍ତି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦ୍ରୋଣ କୁମାର ତାଣ୍ଡି ଭିଜିଲାନ୍ସ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକକାଳୀନ ସ୍କୁଲ୍ ଭିଜିଲାନ୍ସ ଅଧିକାରୀଙ୍କୁ ଅଫିସ୍ ଓ ତାଙ୍କ ଘରେ ଚଢ଼ଉ କରିଥିଲା।ସ୍କୁଲରେ ଏକାଧିକ ଦୁର୍ନୀତିରେ ତାଙ୍କର ସଂପୃକ୍ତି ଥିବା ଅଭିଯୋଗ ହୋଇଛି।ଶେଷ ଖବର ଲେଖା ହେବା ବେଳକୁ ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ଘରେ ଯାଞ୍ଚ ଜାରି ରହିଥିଲା । ସୂଚନାନୁଯାୟୀ, ଭିଜିଲାନ୍ସରେ ଯେପରି ଧରା ନ ପଡ଼ିବେ, ସେଥ‌ିପାଇଁ ପ୍ରଧାନଶିକ୍ଷକ ଶ୍ରୀ ତାଣ୍ଡି ଯୋଜନା କରିଥିଲେ । ହାତକୁ ନଗଦ ଟଙ୍କା ବଦଳରେ ଶ୍ରୀ ତାଣ୍ଡି ତାଙ୍କ ବାପାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିବା ପାଇଁ ଠିକାଦାର ଜୟରାମ ସାହୁଙ୍କୁ କହିଥିଲେ।ସମ୍ପୃକ୍ତ ଠିକାଦାର ଏ ବାବଦରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ଓ ଶ୍ରୀ ସାହୁ ବ୍ୟାଙ୍କରେ ଟଙ୍କା ଜମା କରି କାଉଣ୍ଟର୍ ଫୋଲିଓ କୁ ପ୍ରଧାନ ଶିକ୍ଷକଙ୍କୁ ସ୍କୁଲ ଅଫିସରେ ଦେବାକୁ ଆସୁଥିଲେ।

ଏହି ସମୟରେ ସମୟରେ ପୂର୍ବରୁ ଛକି ବସିଥ‌ିବା ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ବୁଦ୍ଧି ଖଟାଇ କାଉଣ୍ଟର୍ ଫୋଲିଓକୁ ପ୍ରାଣବିକଳରେ ଗିଳି ପକାଇଥିଲେ। ତେବେ ପ୍ରଧାନଶିକ୍ଷକଙ୍କ ମୋବାଇଲ୍‌ କୁ ବାପାଙ୍କ ଆକାଉଣ୍ଟରେ ଜମା ହୋଇଥ‌ିବା ୪୦ହଜାର ଟଙ୍କାର ମେସେଜ୍ ଆସିଥ‌ିବା ଦେଖ୍ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରି ସାଙ୍ଗରେ ନେଇଯାଇଥିଲେ।ଭିଜିଲାନ୍ସ ପକ୍ଷରୁ ପ୍ରଧାନଶିକ୍ଷକଙ୍କ ନିଜ ଗାଁ ମକରାଗୁଡା ଓ ଲେତେର ସ୍କୁଲ ଅଫିସ୍‌ରେ ବି ଚଢ଼ଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି।

ଏନେଇ କୋରାପୁଟ ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

masiha

ନୂଆପଡ଼ା ପୋଲିସ ପକ୍ଷ ରୁ ମୋବାଇଲ ମେଳା ଅନୁଷ୍ଠିତ, ୫୦ ରୁ ଉର୍ଦ୍ଧ ଚୋରି ହୋଇଥିବା ମୋବାଇଲ୍ ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର 

Sunil Chandra Nayak

କାମାକ୍ଷାନଗରରୁ -ପଶ୍ଚିମବଙ୍ଗ ଯାଉଥିଲା କେନ୍ଦୁକାଠ l ପୂର୍ବ ଓ ପଶ୍ଚିମାଞ୍ଚଳ ରେଞ୍ଜ ପକ୍ଷରୁ ଚଢାଉ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ କେନ୍ଦୁ କାଠଗଣ୍ଡି ଜବତ ବନ୍ଧୁକ ଓ ବମ୍ ପକାଇ କେନ୍ଦୁ କାଠ ମାଫିଆ ଫେରାର

Sunil Chandra Nayak

Leave a Comment

error: Content is protected !!