ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୁଣି ଗାରିଡି ସନ୍ଧେହରେ ଯିଅନ୍ତା ଜାଳିଦେଲେ !!

ଗୁଣି ଗାରିଡି ସନ୍ଧେହରେ ଯିଅନ୍ତା ଜାଳିଦେଲେ !!

ବନ୍ଧୁଗାଁ ତା ୯/୧୨/୨୪, କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଅନ୍ତର୍ଗତ ଝାରାପା ଗାଁରେ ରବିବାର ଦିନ ଦାସ ମିଣିଆକାଙ୍କ ଅଚାନକ ମୃତ୍ୟୁ ପରେ ପ୍ରତିଶୋଧ ର ଶିକାର ହୋଇଥିଲେ ଶିବ ମିଣିଆକା । ନିର୍ମମ ଭାବେ ଶିବ ଙ୍କୁ ହତ୍ୟା କରିବା ପରେ ଦାସ ମିଣିଆକା ଙ୍କ ସହ ଗୋଟିଏ ଯୁଇରେ ଜାଳି ଦେଇଥିଲେ । ଉକ୍ତ ବିଷୟ ଗୁପ୍ତ ଭାବରେ ଜଣଙ୍କରୁ ଜଣକ କାନକୁ ଘୁରି ବୁଲୁଥିବା ବିଷୟ କୁ ନେଇ ବନ୍ଧୁଗାଁ ଥାନା ଷ୍ଟାଫ ସନ୍ଧେହ ଜନକ ଭାବରେ ଏକ ଟିମ ସହ ବନ୍ଧୁଗାଁ ପୋଲିସ  ରବିବାର ରାତ୍ରରେ ଝାରାପା ଗାଁରେ ପହଞ୍ଚି ୫ ଜଣ ଅଭିଯୁକ୍ତ ଥାନାକୁ ଉଠାଇ ଆଣି ଥିଲେ । ଆଜି ସ୍ଥାନୀୟ ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ରଙ୍କ ସହ ପୋଲିସ ଓ ସାଇନଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏହି ସମୟରେ ଗାଁ ରେ କେବଳ ଛୋଟ ଛୋଟ ଛୁଆ ଓ ବୃଦ୍ଧବୃଦ୍ଧାଙ୍କୁ ଛାଡ଼ି ଦେଲେ ସମସ୍ତେ ଜଙ୍ଗଲ ମୁହାଁ ହୋଇ ଲୁଚି ରହିଛନ୍ତି । ଗାଁରେ ପଞ୍ଚାୟତର ସରପଞ୍ଚ ମତି ମାଣ୍ଡିଙ୍ଗି ଓ ଗୋପିନାଥ ବିଡ଼ିକା ପହଞ୍ଚିବା ପରେ ବନ୍ଧୁଗାଁ ଥାନା ପୁଲିସ ଷ୍ଟାଫ ଙ୍କ ଉପସ୍ଥିତିରେ ଶିବ ମିଣିଆକା ଙ୍କ ପିତା ବୁରୁଶା ମିଣିଆକା ପୋଲିସକୁ ନିଜ ପୁଅର ହତ୍ୟା କରାଯାଇଥିବା ଅଭିଯୋଗ ଲିଖିତ ଭାବେ ଦେଇଥିଲେ । ପିତାଙ୍କ ବୟାନ ଅନୁସାରେ ଦସ ମିଣିଆକା ଜ୍ଵର ହୋଇ ମୃତ୍ୟୁ ହୋଇଥିବା ବେଳେ ମୋର ନିଜ ପୁଅ ଶିବ ମିଣିଆକାକୁ ବିନା ଦୋଶରେ ନିର୍ମମ ଭାବେ ହତ୍ୟା କରିଥିବା ନିଜେ ଦେଖିଥିବା କହିଛନ୍ତି ।  ନିଜ ଜୀବନ ଭୟରେ ପିତା ଜଣକ ଗତ କାଲି ଜଙ୍ଗଲରେ ଲୁଚି ଥିବା ବେଳେ ଆଜି ଗାଁ ରେ ଘଟଣା ସ୍ଥଳରେ ଡିଏସପି ଓ ପୋଲିସ ପହଞ୍ଚିବା ପରେ ବୁଢ଼ା ଜଣକ ପହଞ୍ଚି ସବୁ ବଖାଣି ଥିଲେ । ପୋଲିସ ଙ୍କ ଠାରୁ ପ୍ରାପ୍ତ ସୁଚନା  ଅନୁଯାଇ ଆଉ ଅଧିକ ତଦନ୍ତ ଜାରି ରହିବ ବୋଲି ଜଣାଇ ଛନ୍ତି ।

  ସଞ୍ଜୀବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ଭିଜିଲାନ୍ସ ଜାଲରେ ସୁନାରୀ ସିକୂଆଁ ଜିଆରଏସ ଏବଂ ପଂଚାୟତ ପିଅନ 

masiha

ଦ୍ଵାରଶୁଣି ଘାଟି ରାସ୍ତାରେ ଗୋ ବୋଝେଇ କଣ୍ଟେନର ଦୁର୍ଘଟଣା ଗ୍ରସ୍ତ – ବହୁ ସଂଖ୍ୟାରେ ନିରିହ ଗୋରୁ ମୃତ

masiha

Leave a Comment

error: Content is protected !!