ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍

ଦୁଇ ଗଞ୍ଜେଇ ବ୍ୟବସାୟୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ୍ 

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ଓଡ଼ିଶା ଛତିଶଗଡ ସୀମାନ୍ତ ଗରିଆବନ୍ଧ ଜିଲ୍ଲା ରାଜିମ ଥାନା ଅଞ୍ଚଳରେ ଗତ ୨୦୨୪ ମସିହାରେ ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗଞ୍ଜେଇ ସହ ଗିରଫ କରି ଥିଲା l ୨୦୨୪ରେ ରାଜିମ ଥାନାରେ ୩୯୯ ନମ୍ବର କେଶ୍ ରୁଜୁ ହୋଇ ଥିଲା l ଏନଡିପିଏସ ଧାରା ୨୦(ବି)ରେ ନିଶା ଦ୍ରବ୍ୟ ଚୋରାଚାଲାଣ କରୁଥିବା ମାମଲା ରୁଜୁ ହୋଇ ଥିଲା l ରାଜିମ ପୋଲିସ ଠିକ୍ ସମୟରେ ଦୁଇ ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ରାଜିମ କୋର୍ଟରେ ହାଜିର୍ କରି ଥିଲା l ସମସ୍ତ ସାକ୍ଷୀ, ବୈଜ୍ଞାନିକ ତଥ୍ୟ କୋର୍ଟରେ ଦାଖଲ କରିଥିଲେ l ରାଜିମ କୋର୍ଟ ଓଡ଼ିଶା ରାଜ୍ୟର ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ହରିଶଙ୍କରରୋଡର ଦେବ ରାଜ ପୁଟେଲ୍ (୪୪ ବର୍ଷ) ଓ ଶେଖର ପୁଟେଲ୍ ( ୨୨ ବର୍ଷ)ଙ୍କୁ ୨୦ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ, ୨ ଲକ୍ଷ ଟଙ୍କା ଜୋରିମାନା ,ଅନାଦେୟ ପୁଣି ଗୋଟିଏ ବର୍ଷ କାରା ଦଣ୍ଡାଦେଶ ଶୁଣାଇଛନ୍ତି l

Related posts

ବିଷ ପିଇ ଯୁବକ ଙ୍କ ଆତ୍ମହତ୍ୟା 

masiha

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

ପୂର୍ବ ଶତ୍ରୁତାରୁ ବ୍ୟକ୍ତିଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା

Leave a Comment

error: Content is protected !!