ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

ଅସହାୟ ମହିଳା ଙ୍କୁ ଉଦ୍ଧାର କଲେ ସାମ୍ବାଦିକ।ଯଶୋଦା ଅନାଥ ଆଶ୍ରମ ରେ ଥଇଥାନ

ଧର୍ମଗଡ଼:ଜଣେ ଅସହାୟ ମହିଳା ଓ ୨ଶିଶୁ ପୁତ୍ର ଙ୍କୁ ଉଦ୍ଧାର କଲେ ସାମ୍ୱାଦିକ ।ସୂଚନା ମତେ ବହୁ ସମୟ ଧରି ଧର୍ମଗଡ଼ ବ୍ଲକ ବେହେରା ଗ୍ରାମ ବିଜୁ ଏକ୍ସପ୍ରେସ ବସଷ୍ଟାଣ୍ଡ ଛକ ନିକଟରେ ମହିଳା ଜଣକ ୨ଶିଶୁ ଙ୍କୁ ଧରି ବସି ରହିଥିଲେ।ସ୍ଥାନୀୟ ଲୋକ ପଚାରି ବୁଝିବା କୁ ଜାଣି ପାରିଥିଲେ ,ସେ ଜଣେ ବିଧବା ସ୍ତ୍ରୀ -୨ଛୁଆ କୁ ଧରି ଅସହାୟ ଭାବେ ଏଣେ ତେଣେ ଯିବା କୁ ମନସ୍ଥ କରିଥିଲେ।ଏପରିକି ପିଲା ଦୁହିଁଙ୍କୁ କୌଣସି ଆଶ୍ରମ କିମ୍ବା ସହୃଦୟ ବ୍ୟକ୍ତି ଙ୍କ ହାତରେ ଟେକି ଦେଇ ସେ କୋଉ ଆଡେ ଯିବା କୁ ମନସ୍ଥ କରିଥିବା ଖବର ଲୋକ ଙ୍କ ପାଖରେ ପ୍ରକାଶ କରିଥିଲା।ଲୋକେ ଏହି ଖବର ସ୍ଥାନୀୟ ସାମ୍ୱାଦିକ ସୁବାସ ବାଗ ଙ୍କୁ ଜଣାଇବା ପରେ ସେ ଉକ୍ତ ମହିଳାଙ୍କୁ ଧର୍ମଗଡ଼ ସ୍ଥିତ ଯଶୋଦା ଅନାଥ ଆଶ୍ରମ ପରିଚାଳକ ଶ୍ୟାମ ସୁନ୍ଦର ଜାଲ ଙ୍କ ସହ ଯୋଗାଯୋଗ କରି ସେଠାରେ ଥଇଥାନ କରିଥିଲେ।ମହିଳା ଜଣକ ନବରଙ୍ଗପୁର ଜିଲ୍ଲା ମୈଦଲ ପୁର ଥାନା ଅନ୍ତର୍ଗତ ବାରଲୀ ଗ୍ରାମର ଚଞ୍ଚଲା ହରିଜନ ହୋଇଥିବା ବେଳେ ପୁଅ ବିଦ୍ୟାଧର ହରିଜନ( ୭)ଝିଅ ମିତା ହରିଜନ (୨ମାସ) ର ଅଟନ୍ତି।ଝିଅ ୭ମାସ ଗର୍ଭ ରେ ଥିବା ବେଳେ ସ୍ୱାମୀ ହରି ହରିଜନ ଙ୍କ ମୃତ୍ୟୁ ହୋଇଥିଲା।ଚଞ୍ଚଲା ଙ୍କ କହିବା ମତେ ସେ ପ୍ରେମ କରି ହରି ଙ୍କୁ ବିବାହ କରିଥିଲେ।ଦୁହେଁ ଭିନ୍ନ ଜାତିର ହୋଇଥିବା ଯୋଗୁଁ ନିଜ ବାପା ମାଆ ମଧ୍ୟ ପର କରି ଦେଇଥିଲେ।ସ୍ୱାମୀ ଙ୍କ ମୃତ୍ୟୁ ପରେ ସେ ଅସହାୟ ହୋଇ ଏଣେତେଣେ ବୁଲି ରହୁଥିଲେ।ତାଙ୍କର ବଡ଼ ପୁଅ ଏକ ଆଶ୍ରମ ରହିଥିବା ଜଣାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

Sunil Chandra Nayak

ଆମ ଓଡିଶା ନବୀନ ଓଡିଶା ରେ ମହାଦୁର୍ନୀତି ଅଭିଯୋଗ,  ଗୋଟିଏ କାର୍ଯ୍ୟ ରେ ଲାଗିଛି ଦୁଇଟି ସୂଚନା ଫଳକ 

masiha

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି…

masiha

Leave a Comment

error: Content is protected !!