ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା

ଉମରକୋଟ ବ୍ଲକ ସେମେଲା ଗ୍ରାମ ପଞ୍ଚାୟତରେ ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ ଓ ତଦଜନିତ ହିଂସା ନିବାରଣ ନିମନ୍ତେ ସଚେତନତା କର୍ମଶାଳା 

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

ନବରଙ୍ଗପୁର;(ତା. ୨୫.୦୮.୨୦୨୬)(ରବି ନାରାୟଣ ମହାନ୍ତି)ଡାହାଣୀ ପ୍ରଥା, ଅନ୍ଧବିଶ୍ୱାସ, କୁସଂସ୍କାର ଏବଂ ଏହାକୁ ଆଧାର କରି ଘଟୁଥିବା ହିଂସା ଓ ନିର୍ଯାତନା ବିରୋଧରେ ଗ୍ରାମାଞ୍ଚଳରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଉମରକୋଟ ବ୍ଲକ ଅନ୍ତର୍ଗତ ସେମେଲା ଗ୍ରାମ ପଞ୍ଚାୟତରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପ୍ରଶାସନ, ନବରଙ୍ଗପୁର ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ନବରଙ୍ଗପୁରଙ୍କ ସୌଜନ୍ୟରେ ପୂର୍ବାହ୍ନ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କର୍ମଶାଳାରେ ଡାହାଣୀ ପ୍ରଥା ଏକ ଅମାନବୀୟ ସାମାଜିକ କୁପ୍ରଥା ଏବଂ ଅନ୍ଧବିଶ୍ୱାସ ଓ କୁସଂସ୍କାରର ଏକ ଭୟାବହ ପରିଣାମ ବୋଲି ଆଲୋଚନା କରାଯାଇଥିଲା। ରୋଗ, ଦୁର୍ଘଟଣା, ପାରିବାରିକ ସମସ୍ୟା କିମ୍ବା ଅନ୍ୟାନ୍ୟ ଅଘଟଣ ପାଇଁ କୌଣସି ବ୍ୟକ୍ତିଙ୍କୁ ଦାୟୀ କରି ତାଙ୍କୁ ‘ଡାହାଣୀ’ ବୋଲି ଅଭିହିତ କରିବା ଭଳି ଅନ୍ଧବିଶ୍ୱାସରୁ ଦୂରେଇ ରହିବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା।ଓଡ଼ିଶା ସରକାରଙ୍କ ‘Odisha Prevention of Witch-Hunting Act, 2013’ ଡାହାଣୀ ପ୍ରଥା ଓ ଏହା ସମ୍ପର୍କିତ ଅପରାଧକୁ ରୋକିବା ପାଇଁ ପ୍ରଣୀତ ହୋଇଛି। ଏହି ଆଇନ ସମ୍ପର୍କରେ ଗ୍ରାମସ୍ତରରେ ଲୋକମାନଙ୍କୁ ଅବଗତ କରାଇବା ସହ ଅନ୍ଧବିଶ୍ୱାସ ଆଧାରିତ କୌଣସି ହିଂସାତ୍ମକ ଘଟଣା ଘଟିଲେ ତୁରନ୍ତ ପୁଲିସ ଓ ପ୍ରଶାସନର ସହାୟତା ନେବାକୁ କୁହାଯାଇଥିଲା।ବକ୍ତାମାନେ କହିଥିଲେ ଯେ, ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ବୈଜ୍ଞାନିକ ଚିନ୍ତାଧାରା, ଶିକ୍ଷା ଓ ସଚେତନତାର ପ୍ରସାର ଅତ୍ୟନ୍ତ ଜରୁରୀ। ସମାଜରେ ଏଭଳି କୁପ୍ରଥାକୁ ପ୍ରୋତ୍ସାହନ ନ ଦେଇ ଲୋକମାନେ ଏକତ୍ରିତ ହୋଇ ଏହା ବିରୋଧରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ। ଡାହାଣୀ ଅଭିଯୋଗରେ କୌଣସି ନିରୀହ ବ୍ୟକ୍ତି ଯେପରି ହିଂସା, ନିର୍ଯାତନା କିମ୍ବା ସାମାଜିକ ଅପମାନର ଶିକାର ନ ହୁଅନ୍ତି, ସେଥିପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।ଏହି ଅବସରରେ ଗ୍ରାମବାସୀଙ୍କୁ ଆଇନ ସମ୍ପର୍କିତ ସଚେତନତା ପ୍ରଦାନ କରାଯିବା ସହ ଡାହାଣୀ ପ୍ରଥା ବିରୋଧରେ ସାମାଜିକ ଦାୟିତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା। ଗ୍ରାମରେ କୌଣସି ପ୍ରକାର ଅନ୍ଧବିଶ୍ୱାସଜନିତ ଘଟଣା ଘଟିଲେ ନିଜେ ଆଇନ ହାତକୁ ନ ନେଇ ତୁରନ୍ତ ନିକଟସ୍ଥ ଥାନା କିମ୍ବା ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କୁ ଜଣାଇବାକୁ ସଚେତନ କରାଯାଇଥିଲା। ଓଡ଼ିଶା ପୁଲିସର Crime Against Women & Children Wing ମଧ୍ୟ ଡାହାଣୀ ପ୍ରଥା ବିରୋଧରେ ଆଇନ ପ୍ରୟୋଗ ସହିତ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ କରୁଥିବା ଉଲ୍ଲେଖ କରାଯାଇଥିଲା।ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା ଙ୍କ ଅଧକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ସ୍ଥାନୀୟ ସରପଞ୍ଚ ଲକ୍ଷ୍ମଣ ବଞ୍ଜରା, ଉମରକୋଟ ପୌର ପରିଷଦର ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ, ଆଇ.ଆଇ.ସି.ଉମରକୋଟ ଥାନା ଯୁଗଳ ଶବର, ଅତିରିକ୍ତ ତହସିଲଦାର ମୌସୁମୀ ସଜ୍ଜନ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ଯନ୍ତ୍ରୀ, ସିଡିପିଓ ସଂଯୁକ୍ତା ବେହେରା, ସମାଜ କଲ୍ୟାଣ ବିଭାଗ ପ୍ରୋଗ୍ରାମ ଅଧିକାରୀ ପୁଷ୍ପାରାଣୀ ପଟ୍ଟନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଦୁ ଭୂଷଣ ବେହେରା, ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁନିତା ବିଷୋୟୀ ,ଗଣ ମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଏଥିସହ ସ୍ଥାନୀୟ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ଯୋଗଦେଇ ଗ୍ରାମସ୍ତରରେ ଅନ୍ଧବିଶ୍ୱାସ ଓ ଡାହାଣୀ ପ୍ରଥା ବିରୋଧରେ ସଚେତନତା ବାର୍ତ୍ତା ପହଞ୍ଚାଇବାରେ ନିଜ ଭୂମିକା ସମ୍ପର୍କରେ ଅବଗତ ହୋଇଥିଲେ। ସେମାନଙ୍କ ସକ୍ରିୟ ସହଯୋଗ ଓ ଉପସ୍ଥିତି କର୍ମଶାଳାକୁ ସଫଳ କରିଥିଲା“ଅନ୍ଧବିଶ୍ୱାସ ନୁହେଁ, ବିଜ୍ଞାନକୁ ଆପଣାଇବା; ଡାହାଣୀ ପ୍ରଥା ନୁହେଁ, ମାନବିକତାକୁ ସମ୍ମାନ ଦେବା” ଭଳି ସଚେତନତା ବାର୍ତ୍ତା ସହ ଏକ ସୁସ୍ଥ, ସୁରକ୍ଷିତ, ହିଂସାମୁକ୍ତ ଓ ଅନ୍ଧବିଶ୍ୱାସମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କୁ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରାଯାଇଥିଲା।

Related posts

ଦଶ ବର୍ଷ ତଳେ ମାଟ୍ରିକ ପଢ଼ିଥିଲେ …. ଏବେ କହିଲେ ପୁଣି ପଢ଼ିବେ ମାଟ୍ରିକ !!

masiha

ଓଡ଼ିଆ ପକ୍ଷ ୨୦୨୬ ପାଳନ ଅବସରରେ ନବରଙ୍ଗପୁର ଡିଗ୍ରୀ ମହାବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

Sunil Chandra Nayak

Sai Valley world institute organised the Fresher’s welcome party ARAMBHA

Sunil Chandra Nayak

Leave a Comment

error: Content is protected !!