ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟଙ୍କା ଚୋରୀ ଅଭିଯୋଗରେ ନାବାଳିକାଙ୍କୁ ଖୁଣ୍ଟ ରେ ବାନ୍ଧି ମାଡ଼ ମାରିଲେ 

 ଗୋଡ଼ାଇ ଗୋଡ଼ାଇ ଧରିଲେ,

  ଜୋତା ମାଳ ପିନ୍ଧାଇଲେ 

ସମ୍ପୃକ୍ତ ଘଟଣାରେ ୪ ଜଣ ଅଟକ 

ରାଇଘର ୧୮/୨ ଚପଲ ଓ ଟଂକା ଚୋରି କରି ଥିବା ଅଭିଯୋଗ ନେଇ ଜଣେ ନାବାଳିକାଙ୍କୁ ଗୋଡ଼ାଇ ଗୋଡ଼ାଇ ଧରି ଏକ ଖୁଣ୍ଟରେ ବାନ୍ଧି ଚପଲ ମାଳ ପିନ୍ଧାଇବା ସହିତ ମାଡ଼ ମାରିବା ଭଳି ଏକ ଅମାନବିକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା କୁନ୍ଦେଇ ଥାନା ଅନ୍ତର୍ଗତ କାଉଡଲା ପଂଚାୟତର ତାରଙ୍ଗପୁରୀ (ନୁଆପାରା) ଗ୍ରାମରେ l ଏହି ଘଟଣାରେ କୁନ୍ଦେଇ ପୁଲିସ ୪ ଜଣକୁ ଅଟକ ରଖି ପଚରାଉଚରା ଚଳାଇଛି l 

     ଶୁକ୍ରବାର ସକାଳ ପ୍ରାୟ ୮ଟା ସମୟରେ ତାରଙ୍ଗପୁରୀ (ନୁଆପାରା) ଗାଆଁ ମଝିରେ ଜଣେ ୧୩ ବର୍ଷୀୟା ଝିଅକୁ କିଛି ଗ୍ରାମବାସୀ ଗୋଡ଼ାଇ ଗୋଡ଼ାଇ ଧରି ଆଣି ଏକ କାଠ ଖୁଣ୍ଟରେ ହାତ ଓ ଗୋଡ ବାନ୍ଧି ପକାଇ ଥିଲେ | ଏବଂ ଏହାପରେ ତାକୁ ଚପଲ ମାଳ ପିନ୍ଧାଇବା ସହିତ ନିର୍ଦ୍ଦୟ ଭାବେ ବିଧା ଚାପୁଡ଼ା ମାରିଥିଲେ l ଉକ୍ତ ନାବାଳିକା ଜଣକ ୯ ଶହ ଟଂକା ଚୋରି କରିଥିବା ଅଭିଯୋଗ କୁ ସ୍ବୀକାର ନକରିବାରୁ ତାକୁ ଏଭଳି ଦୟନୀୟ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା l ମାଡ଼ ମାରିବା ସମୟରେ ଆଉ କିଛି ଲୋକ ଏହାର ଭିଡିଓ କରି ଭାଇରଲ୍ କରିବାରେ ବ୍ୟସ୍ତ ଥିଲେ | ଏହି ଘଟଣାକୁ ନେଇ ଶୁକ୍ରବାର ଅପରାହ୍ନରେ ଉକ୍ତ ନାବାଳିକାଙ୍କ ବାପା କୁନ୍ଦେଇ ଥାନାରେ ଲିଖିତ ଅଭିଯୋଗ କରିବାପରେ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ ଘଟଣାରେ ସମୃକ୍ତ ୪ ଜଣ ଅଭିଯୁକ୍ତ ଭାଗୀ ଗଣ୍ଡ , ଜନକ ଗଣ୍ଡ , ଜଲ ଗଣ୍ଡ ଓ ଅଗନୁ ଗଣ୍ଡଙ୍କୁ ଉଠାଇ ଆଣି ପଚରାଉଚରା ଚଳାଇଛନ୍ତି l ଏ ନେଇ କୁନ୍ଦେଇ ଥାନାରେ ଏକ କେଶ୍ ନମ୍ବର ୨୦/୨୦୨୩ ରେ ଏକ ମାମଲା ଋଜ୍ଜୁ ହୋଇଥିବା ବେଳେ ତଦନ୍ତ ପରେ ଏହି ଘଟଣାରେ ସମୃକ୍ତ ଅଭିଯୁକ୍ତଙ୍କ ସଂଖ୍ୟା ବଢିପାରେ ବୋଲି ଜଣାପଡିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୋଗାଣ ବିଭାଗର ଚଢାଉ: ୬ କ୍ୱିଣ୍ଟାଲ କଣ୍ଟ୍ରୋଲ ଚାଉଳ ଜବତ 

masiha

ସନ୍ଦେହ ଜନକ ଅବସ୍ଥାରେ ଯୁବକଙ୍କ ମୃତ ଦେହ ଜମିହୁଡ଼ାରୁ ଉଦ୍ଧାର, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

masiha

ବେଆଇନ୍ କାରବାରରେ ଲିପ୍ତ ଥିବା ୬ଟି ଘରକୁ ମାଟିରେ ମିଶାଇଲା ଆରଏସପି ଓ ପୋଲିସର ମିଳିତ ପ୍ରଶାସନ

Leave a Comment

error: Content is protected !!