ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଡ଼ିଆଳ ପୁରୁଣା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ବିଧାୟକ ଙ୍କ ଉଦ୍ୟମ ସଫଳ

ଖଡ଼ିଆଳ,୧୮.୦୨.(ମ ନି ସ)ନୂଆପଡା ଜିଲ୍ଲା ଖଡ଼ିଆଳ ସହର ଓ ଗ୍ରାମ୍ୟଞ୍ଚଳ ପାଇଁ ନୂତନ ଭାବେ ଗତ ୨୦୨୦ ମସିହାରେ ଭୁତପୂର୍ବ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଦ୍ଵାରା ଆଠ କୋଟି ଟଙ୍କା ବିନିମୟରେ ଚନାବେଡା ଗ୍ରାମ ଠାରେ ମାଁ ଓ ଶିଶୁ ଯତ୍ନ କେନ୍ଦ୍ର ଉଦଘାଟିତ ହୋଇଥିଲା । ଯାହାଫଳରେ ଖଡ଼ିଆଳ ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚନାବେଡା କୁ ସ୍ଥାନାନ୍ତର କରା ଯାଇଥିଲା । ଚନାବେଡା ଠାରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ର ଖଡ଼ିଆଳ ସହର ଠାରୁ ପାଖା ପାଖି ତିନି କିଲୋମିଟର ବ୍ୟବଧାନ ରେ ଥିବାରୁ ଖଡ଼ିଆଳ ସହର ବାସୀ ଙ୍କୁ ଜରୁରୀ କାଳୀନ ଚିକିତ୍ସା ପାଇଁ ତିନି କିଲୋମିଟର ଚନାବେଡା କୁ ଯାଇ ଚିକିତ୍ସା ହେବାକୁ ପଡୁଥିଲା । ଯାହା ଫଳରେ ଖଡ଼ିଆଳ ସହରରେ ଥିବା ପୁରୁଣା ସ୍ୱସ୍ଥ୍ୟ କେନ୍ଦ୍ର ରେ ଖଡ଼ିଆଳ ସହର ବାସୀ ଙ୍କ ପାଇଁ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ତୁରନ୍ତ ଖୋଲିବା ପାଇଁ ଖଡ଼ିଆଳ ସହର ବାସୀ ଦାବୀ କରି ଆସୁଥିଲେ । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଖଡ଼ିଆଳ ସହରରେ ତୁରନ୍ତ ଖୋଲିବା ପାଇଁ ରାଜ୍ୟ ସରକାର ଙ୍କ ଠାରେ ଦାବୀ କରି ଆସୁଥିଲେ । ଓଡ଼ିଶା ବିଧାନ ସଭାରେ ମଧ୍ୟ ବାରମ୍ବାର ଦାବୀ ଉପସ୍ଥାପନା କରି ଆସୁଥିଲେ । ବିଧାୟକ ଙ୍କ ଦାବୀ ରାଜ୍ୟ ସରକାର ସହୃଦୟ ସହିତ ନେବା ସହିତ ଖଡ଼ିଆଳ ଠାରେ ଶନିବାର ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର କୁ ଖଡ଼ିଆଳ ଜନ ସାଧାରଣ ଙ୍କ ପାଇଁ ଉଦଘାଟିତ କରାଯାଇଥିଲା । ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ,ସମ୍ମାନିତ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ,ଖଡ଼ିଆଳ ନଗରପାଳ ଉଜ୍ଜ୍ୱଳ ଗୁପ୍ତା ଯୋଗଦାନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମ ରେ ଏନଏସି ଉପାଧ୍ୟକ୍ଷ ଶକୁନ୍ତଳା ରାଉତ , ଜିଲ୍ଲା ପରିଷଦ ସଦସ୍ୟ ଚିତ୍ତରଞ୍ଜନ ବେହେରା, ମାଲ୍ୟବନ୍ତ ସୁନା ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରଞ୍ଜିତ ରାଉତ, ଡାକ୍ତର ଅନ୍ନଦା ଶଙ୍କର ଦାସ, ଡାକ୍ତର ବିଜୟ କିଶୋର ଚଳାନ, ଡାକ୍ତର ଆଦିତ୍ୟ ଯୋଶୀ ସମେତ ନିମନ୍ତ୍ରିତ ବୁଦ୍ଧିଜୀବୀ ଓ ସମସ୍ତ ସ୍ବାସ୍ଥ୍ୟ ଅଧିକାରୀ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଜୁନାଗଡ଼ ରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ସେବା ପର୍ବ- ୨୦୨୫ ଅବସରରେ ଜିଲ୍ଲା ସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା 

Sunil Chandra Nayak

ନନ୍ଦାଵସା ଗ୍ରାମର ବସୁଧା ପ୍ରକଳ୍ପ ପାଣି ଟାଙ୍କି ନିମ୍ନମାନର ନିର୍ମାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

masiha

Leave a Comment

error: Content is protected !!