ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ବିଜୁ ଏକ୍ସପ୍ରେସ ୱେ ରେ ଥିବା ଏକ ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ତରଣୀ ଦୁର୍ଗା(୬୫)ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ ଢ଼ାବା ନିକଟରେ ବେହେରା ପଟରୁ ଆସୁଥିବା ଏକ କୁକୁଡ଼ା ଆଇଚର ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟନା ରେ ଆଇଚର ଗାଡ଼ିଟି ମଧ୍ୟ ଓଲଟି ପଡ଼ିଥିଲା।ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଗାଡ଼ିର ଡ଼୍ରାଇଭର ଓ ହେଲ୍ପର ଫେରାର ଥିବା ଜଣା ପଡିଛି। ଘଟଣା ସ୍ଥଳରେ କୋକସରା ପୋଲିସେ ପହଞ୍ଚି ତଦନ୍ତ କରୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଆଦିବାସୀ ଙ୍କ ପେଟ ର ଦାନା ଖାଇଦେଲେ ପିଇଓ, #ବର୍ଷେ ତଳେ ଖାଇଥିଲେ ଚାଉଳ ଏବେ ଖାଇଲେ ମାଣ୍ଡିଆ  ଭଉଣି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଥିବାରୁ ହାତ ମାରିପାରୁ ନାହାନ୍ତି ପ୍ରଶାସନ 

Sunil Chandra Nayak

କେତେଦିନ ଅନ୍ତର୍ଦୋୟ ରାସନ ଚାଉଳ ଲୁଟର ଶିକାର ହେବେ ଆଦିବାସୀ ପରିବାର

Sunil Chandra Nayak

ବିଧାୟକଙ୍କ କରକମଳରେ ବିଜୁ ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

Sunil Chandra Nayak

Leave a Comment

error: Content is protected !!