ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

ଧର୍ମଗଡ:ବେହେରା ବିଜୁ ଏକ୍ସପ୍ରେସ ୱେ ରେ କୁକୁଡ଼ା ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ବେହେରା ବିଜୁ ଏକ୍ସପ୍ରେସ ୱେ ରେ ଥିବା ଏକ ଢ଼ାବା ନିକଟରେ ଆଇଚର ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମର ତରଣୀ ଦୁର୍ଗା(୬୫)ବେହେରା ବଜାରରୁ ଘରକୁ ଫେରୁଥିବା ବେଳେ ଢ଼ାବା ନିକଟରେ ବେହେରା ପଟରୁ ଆସୁଥିବା ଏକ କୁକୁଡ଼ା ଆଇଚର ଗାଡ଼ି ତାଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟନା ରେ ଆଇଚର ଗାଡ଼ିଟି ମଧ୍ୟ ଓଲଟି ପଡ଼ିଥିଲା।ତାଙ୍କୁ ସାଙ୍ଗେ ସାଙ୍ଗେ ଆମ୍ବୁଲାନ୍ସ ଯୋଗେ ପର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ଗାଡ଼ିର ଡ଼୍ରାଇଭର ଓ ହେଲ୍ପର ଫେରାର ଥିବା ଜଣା ପଡିଛି। ଘଟଣା ସ୍ଥଳରେ କୋକସରା ପୋଲିସେ ପହଞ୍ଚି ତଦନ୍ତ କରୁଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଖାଦ୍ୟ ସାମଗ୍ରୀର ଦରଦାମ ନିୟନ୍ତ୍ରଣ ଓ ନିଟ୍ ପ୍ରଶ୍ନ ପତ୍ର ଲିକ୍ ଘଟଣାର ଏସ ଆଇ ଟି ତଦନ୍ତ ଦାବିରେ ପ୍ରଧାନମନ୍ତ୍ରୀଙ୍କୁ ସି ପି ଆଇ ଏମ୍ ର ସ୍ମାରକପତ୍ର ପ୍ରଦାନ

masiha

ଅଙ୍ଗନବାଡି ସଂଘର ନବରଙ୍ଗପୁର ବ୍ଲକ ସମ୍ମିଳନୀ

masiha

କୁସୁମଖୁଣ୍ଟି ସହକାରୀ ଯନ୍ତ୍ରୀଙ୍କୁ ରବି ଚାଷ ପାଇଁ ଜଳସେଚନ ଦାବି କଲେ ଚାଷି

masiha

Leave a Comment

error: Content is protected !!