ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ 

ସରସ୍ଵତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଦ୍ୱିତୀୟ ପର୍ଯ୍ୟାୟ ଅନୁଷ୍ଠିତ 

ନବରଙ୍ଗପୁର:(ଅଦ୍ୟ ତା ୦୧/୧୧/୨୦୨୫ ରିଖ)(ମ.ନି,ସ) ଶନିବାର ଦିନ ମେଦ୍ରୀସାହି ସ୍ଥିତ ସରସ୍ବତୀ ଶିଶୁ ଜ୍ଞାନ ମନ୍ଦିରରେ ଅଭିଭାବକ/ଅଭିଭାବିକା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା | ଏହି ସମ୍ମିଳନୀରେ ଶ୍ରେଣୀ – ଦ୍ଵିତୀୟ , ତୃତୀୟ , ଚତୁର୍ଥ ଶ୍ରେଣୀର ଅଭିଭାବକ/ଅଭିଭାଵିକା ବହୁ ସଂଖ୍ୟା ରେ ଯୋଗ ଦେଇଥିଲେ | ପ୍ରଥମ ପର୍ଯ୍ୟାୟରେ ମାସିକ ଗୀତ, ଧୂନ୍, ସରସ୍ଵତୀ ଙ୍କ ପ୍ରାର୍ଥନା ଗାଇଥିଲେ ଏବଂ ଶ୍ରୀମତୀ ନିହାରିକା ଦୀପ୍ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ | ଉକ୍ତ ସମ୍ମିଳନୀ କୁ ପ୍ରଧାନ ଗୁରୁଜୀ ଶ୍ରୀ ରବି ଶଙ୍କର ସାହୁ ସର୍ବ ପ୍ରଥମେ ଅଭିଭାବକ/ ଅଭିଭାବିକା ଙ୍କୁ ସ୍ଵାଗତ ଜଣାଇଥିଲେ | ପରେ ପରେ ଅଭିଭାବକ/ ଅଭିଭାବିକା ଙ୍କୁ ଶିଶୁ ମାନଙ୍କ ଉଦ୍ଧେଶ୍ୟରେ ମତବ୍ୟକ୍ତ କରିଥିଲେ | ବିଷୟ ପ୍ରସଙ୍ଗରେ କହିଲେ ଯେ – ଆଜିକାଲି ର ପିଲାମାନେ ବାପାମାଆ ଙ୍କ କଥା ମାନନ୍ତି ନାହିଁ | ମୋବାଇଲ୍ ବ୍ୟବହାର ବହୁଳ ଭାବରେ କରୁଛନ୍ତି | ଶିଶୁର ସକାଳ ଉଠିବା ଠାରୁ ରାତି ଶୋଇବା ପର୍ଯ୍ୟନ୍ତ ପିଲାମାନଙ୍କର ପ୍ରତ୍ୟେକ କଥା କୁ ଧ୍ୟାନ ଦେବାକୁ କହିଥିଲେ | ପିଲାମାନଙ୍କ ଭିତରେ ସଂସ୍କାର ଓ ଶୃଙ୍ଖଳା ରହିବା ଦରକାର | ଗୁରୁଜନ ମାନଙ୍କୁ ସମ୍ମାନ ଦେବା ଓ ପ୍ରଣାମ କରିବା ଯାହାଦ୍ଵାରା ଆମ ପିଲା ମାନଙ୍କ ଉପରେ ଭଲ ପ୍ରଭାବ ପଡ଼ିବ | ବିଦ୍ୟାଳୟରୁ ପିଲାମାନେ ଘରକୁ ଫେରିଲେ ପିଲାମାନଙ୍କ ସହିତ ଭଲମନ୍ଦ କଥାବାର୍ତ୍ତା କରିବା | ବାପାମାଆ ପିଲାମାନଙ୍କ ପାଇଁ ଯୋଜନା କରିବା ଦରକାର | ବାପାମାଆ ନିକ ପିଲା ମାନଙ୍କୁ ଆଦର୍ଶ କରିବାକୁ ହେଲେ ନିଜେ ମଧ୍ୟ ଆଦର୍ଶ ବାପାମାଆ ହେବା ଦରକାର ତାହା ଦ୍ଵାରା ପିଲାମାନଙ୍କ ଉପରେ ପ୍ରଭାବ ପଡ଼ିବ ଏବଂ ପିଲାମାନଙ୍କୁ ପ୍ରତିଦିନ ବିଦ୍ୟାଳୟକୁ ପଠାଇବାକୁ ମଧ୍ୟ କହିଥିଲେ | ଶେଷରେ ଜ୍ୟୋତି ହରିଜନ ଧନ୍ୟବାଦ ଅର୍ପଣ କରିଥିଲେ | ଏହି ସଭାରେ ଜ୍ୟୋତି, ମିନାକ୍ଷୀ, କବିତା, ସୁନୀତା,ସୁମିତା, ଅନୁ, ର|ଜେଶ୍ୱରୀ, ଗୀତା, ଶୁଭଶ୍ରୀ,ଚଞ୍ଚଳା, ସୁଦୀପ୍ତା, ବ୍ରଜ କିଶୋର, ମନ ମୋହନ ଇତ୍ୟାଦି ଗୁରୁଜୀ ଗୁରୁମା ସହଯୋଗ କରିଥିଲେ | ଏହି ସଭା କୁ ପରିଚାଳନା କରିଥିଲେ ଶ୍ରୀ ରବି ଶଙ୍କର ସାହୁ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

୧- ସହରର ଲୋକଙ୍କ ସମସ୍ୟାକୁ ନେଇ ସି ଜି ଏମଙ୍କ ସହିତ ସାକ୍ଷାତ କଲେ ବିଧାୟକ, ୨- ମା ମନସା ଦେବୀଙ୍କ ନିକଟରେ ମାନବ ସମାଜର ମଙ୍ଗଳ କାମନା କଲେ ବିଧାୟକ ଶ୍ରୀ ଦୁର୍ଗା ତନ୍ତୀ

Sunil Chandra Nayak

ଆଇ.ସି.ଏସ.ଇ ପରୀକ୍ଷାରେ ୨ୟ ସ୍ଥାନ ଅଧିକାରକରି ବାଜିମାତ କଲେ ପ୍ରୀତିକା ମିଶ୍ର

Sunil Chandra Nayak

ଯାଦବ ମହାସଭା ପକ୍ଷରୁ ସେବାକାର୍ଯ୍ଯ 

masiha

Leave a Comment

error: Content is protected !!