ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

ବିଜାତଳା ରାଜସ୍ୱ ନିରୀକ୍ଷକ ବର୍ଷାରେ ଗୃହ ନଷ୍ଟ ହୋଇଥିବା ହିତାଧିକାରୀ ଙ୍କୁ ପଲଥିନ ଵଣ୍ଟନ 

 ମୟୂରଭଂଜ – ୧/୦୯ — ମୟୁରଭଞ୍ଜ ଜିଲ୍ଲା ରେ ଲଗାଣ ବର୍ଷା ବିଜାତଳା ଅଂଚଳ ରେ ଅନେକ ଲୋକଙ୍କ ଘର ଭାଙ୍ଗି ଯିବା ଦେଖିବାକୁ ମିଳିଛି l ବର୍ଷା ବିତ୍ପାତ ଯୋଗୁଁ ଘର ନଷ୍ଟ ହୋଇଥିବା ପରିବାର ନାହିଁ ନ ଥିବା ଅସୁବିଧାରେ ପଡ଼ିଛନ୍ତି ।ମୁଣ୍ଡ ରଖିବାକୁ ଜାଗା ନାହିଁ ।ଚାରିଆଡେ ଥପ ଥପ ପାଣି ।ସମସ୍ତେ ଜ୍ବର, ଥଣ୍ଡା,କାଶ ରେ ପିଡିତ ।ତଦସହ ସର୍ପ ଭୟ ଯୋଗୁଁ ପିଡିତ ପରିବାର ଦୁଃଖ କଷ୍ଟରେ ଜୀବନ କାଟୁଛନ୍ତି । ଗୋରୁ, ଗାଈ,ଛେଳି,କୁକୁଡା,ବୁଢ଼ା,ବୁଢି,ଗର୍ଭବତୀ ମହିଳା,ଛୁଆ ପିଲାଙ୍କ କଥା ନ କହିଲେ ସରେ । ଲୋକଙ୍କ ଅବସ୍ଥା କୁ ମାନବୀୟ କୋଣରେ ଦେଖି ବିଜାତଳା ଯୁବ ରାଜସ୍ୱ ନିରୀକ୍ଷକ ଦାମୋଦର ବାରୀ ଗାଁ କୁ ଗାଁ ବୁଲି ହିତାଧିକାରୀ ମାନଂକୁ ପଲଥିନ ଏବଂ କ୍ଷୟକ୍ଷତି ଆକଳନ କରୁଛନ୍ତି lସେ ଚଢେଇ ପାହାଡି ରାଜସ୍ୱ ନିରୀକ୍ଷକ କାର୍ଯାଳୟ ରେ କାର୍ଯାରତ ଥିଲେ l ଏବେ ବିଜାତଳା କାର୍ଯାଳୟ ରେ ନୂତନ ରାଜସ୍ୱ ନିରୀକ୍ଷକ ଭାବେ ଯୋଗ ଦେଇଛନ୍ତି l ଅଂଚଳ ବାସୀ ମାନଙ୍କ ଦୁଃଖ ସୁଖ ରେ ସାଥ ଦେଉଛନ୍ତି l ବିଜାତଳା ଅଂଚଳବାସୀ ବାରୀ ବାବୁ ପାଇଁ ବହୁତ ଖୁସି lରାଇହରୀ ର କାନ୍ଦ୍ରା ନାୟକ, ଅସନା ର ମନିକା କିସ୍କୁ ଏବଂ ଯୋଡ଼ା ପୋଖରୀ ର ସୁନାରାମ କିସ୍କୁ ଙ୍କୁ ବାରୀ ବାବୁ ଘର କୁ ଘର ଯାଇ ପଲଥିନ ଦେଇଥିଲେ l

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ କମିଶନର ତଥା ସଚିବ ତଥା ଜିଲ୍ଲା ନୋଡାଲ ଅଧିକାରୀଙ୍କ ତିନିଦିନିଆ ରାୟଗଡ ଜିଲ୍ଲା ଗସ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ ଓ ସମୀକ୍ଷା

Sunil Chandra Nayak

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ବ୍ୟାଙ୍କ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!