ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ

କୋକସରା,୦୨/୦୪ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଧାନ ମଣ୍ଡିରେ କଳାହାଣ୍ଡି ବଂଜାରା ନାରୀ ସେବା ସଙ୍ଘ ସମାରୋହ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଉପସ୍ଥିତ ଅତିଥିମାନେ ଜୟ ସେୱାଲାଲ ଓ ଜୟ ଗୁରୁ ନାନକଙ୍କ ଫୋଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ପରେ କଳାହାଣ୍ଡି ବଂଜାରା ସମାଜର ସଭାନେତ୍ରୀ ଯୁବା ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟ ବଂଜାରା ସମାଜର ସଭାପତି ତୁଲାରାମ ନାଏକ, ମୁଖ୍ୟବକ୍ତା ଭାବେ କିଶୋର ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବଂଜାରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକ, ପୁର୍ବତନ ସଭାପତି ଲଳିତ ନାଏକ, ନାରିନେତ୍ରୀ ସୁମିତ୍ରା ନାଏକ, ଜିଲ୍ଲା ଉପ ସଭାପତି ରାମ ନାଏକ, ପୁର୍ବତନ ସମ୍ପାଦକ ଲକ୍ଷ୍ମଣ ନାଏକ,ସଂସ୍କାର କମିଟି ସଭାପତି ସନ୍ଥଲାଲ ନାଏକ, ଜିଲ୍ଲା କୋଷାଧ୍ୟକ୍ଷ ଗୋବିନ୍ଦ ନାଏକ, ଜୟଲାଲ ନାଏକ, ତୁଳସିରାମ ନାଏକ ମଞ୍ଚରେ ଉପସ୍ଥିତ ରହି ବଂଜାରା ସମାଜର ମହିଳା ସଶକ୍ତିକରଣ, ଶିକ୍ଷା, ଅଗ୍ରାଧିକାର ଓ ନାରୀ ଶିକ୍ଷିତା ହେଲେ ହିଁ ସମାଜ ମୁଖ୍ୟ ସ୍ରୋତ ରେ ଯୋଡ଼ିହେବ ବୋଳି ମତ ଦେଇଥିଲେ। ଏହି ଅଵସରରେ ବଂଜାରା ସମାଜର ସାମାଜିକ ନିୟମାବଳୀକୁ ରାଜ୍ୟ ସଭାପତି ଉନ୍ମୋଚନ କରିଛନ୍ତି। କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା ରେ ଜିଲ୍ଲା ସମ୍ପାଦକ ବୁଦ୍ଧିରାମ ନାଏକ ଓ ରାଜେନ୍ଦ୍ର ନାଏକ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟକ ମହିଳା କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଜଳେଶ୍ୱରରେ ପ୍ରଥମ ଥର ପାଇଁ ଆଇ.ସି.ଏସ. ଈ ବାଲେଶ୍ୱର ଜୋନ୍ ସ୍ତରୀୟ ସ୍କେଟିଙ୍ଗ ଟୁର୍ଣ୍ଣ।ମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

୪୨ ମୌଜାରେ ସାମାଜିକ ସଂଗଠନ ପକ୍ଷରୁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ନେଇ ଶପଥ ଗ୍ରହଣ 

masiha

ଆମ୍ବୁଲାନ୍ସ ନଥିବାରୁ ଶିଶୁ ପୁତ୍ରର ଜୀବନ ଗଲା

Sunil Chandra Nayak

Leave a Comment

error: Content is protected !!