ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ମାନସ ମନ୍ଥିନୀ

ମାନସ ମନ୍ଥିନୀ—-,

ମାନସ ମନ୍ଥିନୀ ହୃଦ କମଳିନୀ
ଚିତ୍ତ ବିନୋଦିନୀ ମୋର,
ତୋ ବିନା ଅସାର ଲାଗଇ ସଂସାର
କାହିଁ କରିଗଲୁ ପର।।
ରଖିଥାନ୍ତି ତୋତେ ମୋ ହୃଦ ପଲଙ୍କେ
ଆଖିରେ ତୋ ପ୍ରତିଛବି,
ଦେଖୁଥାନ୍ତି ନିତି ସରାଗ ଅଜାଡି
ଗଭା ଗଜରାରେ ଲାଖି।।
ତୁଚ୍ଛ ମଣି ମୋତେ ଚାଲିଗଲୁ ଦୂରେ
ଆଉ କାହା କର ଧରି,
ଅଟ୍ଟାଳିକା ଦେଖି ଭୁଲିଲୁ ସମସ୍ତ
ଧରିନେଲୁ ହେବୁ ରାଣୀ।।
ଜାଣେନା କିପରି କଟୁଛି ତୋ ଦିନ
ରହୁ ନ ଥିଲୁତୁ କ୍ଷଣେ,
ଝୁରି ହେଉଥିଲୁ ଦେଖିବା ପାଇଁକି
ଆସୁଥିଲି ନିମନ୍ତ୍ରଣେ।।
ତୁ ସିନା ଭୁଲିଛୁ ମୋ କୁଟୀର ଘର
ମୁଁ ତ ଭୁଲି ନାହିଁ ତୋତେ,
ସରଗ ପରୀ ତୁ ହୋଇଛୁ ମୋପାଇଁ
ଛୁଇଁ ପାରିବିକି ତୋତେ???
ଆଖିର ଲୁହକୁ ନିଜେ ମୁଁ ପିଉଛି
ସାଥି କେହି ମୋର ନାହିଁ,
ନିଃସଙ୍ଗ ପଣରେ ବୁଜି ଦେବି ଆଖି
କେବେ ତୁ ଦେଖିବୁ ନାହିଁ।।

ଚିତ୍ରା ରାଣୀ ପାତ୍ର

ବାଲେଶ୍ୱର

Related posts

ଜୟ କୁମାର ମିଶ୍ର ଙ୍କ କବିତା// “ଦାଦନଙ୍କ ଦୁଃଖ”

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଶ୍ରମିକ ଦିବସ

ଅପର୍ତ୍ତି ସେଠୀ ଙ୍କ କବିତା // ଦୁଷ୍ଟ ବୟସ 

Sunil Chandra Nayak

Leave a Comment

error: Content is protected !!