ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା = ଜଣାଣ

l l ଜଣାଣ l l

ମାନଗୋବିନ୍ଦ ସ୍ବାଇଁ

ସକଳ ମଙ୍ଗଳ ହେଉ ମୋ ସୁଫଳ
     ସର୍ବେ ମୋ ଭବନ୍ତୁ ଶାନ୍ତି
ଭଗବାନ ଗାନ କୀର୍ତ୍ତନ ଭଜନ 
       ପ୍ରଭୁଙ୍କୁ କରୁଛି ସ୍ତୁତି।
ପ୍ରଭାତ ସଂଗୀତ ମନ୍ଦିର ଦର୍ଶନ
      ଦେହ ମନ ରହେ ସୁସ୍ଥ
ପ୍ରଭୁ ନାମ ଗାଇ ଦେହ ମୋର ଶୁଦ୍ଧ
        ପ୍ରଭୁ ଗୁଣରେ ଅଭ୍ୟସ୍ତ।
ପ୍ରଭୁ ଧୂପ ଦୀପ ମନ୍ତ୍ର ପୂଜା କରି
        କହୁ ଆମ ଭବିଷ୍ୟତ
ଜଗତ ମଙ୍ଗଳ ଜୀବନ ସଫଳ
        ଶୁଭ ଦିଅନ୍ତୁ ଅମୃତ।
ଜନ ଉପକାର ଜାଣନ୍ତି ଈଶ୍ୱର
     ବିପଦେ ହୂଅନ୍ତି ଉଭା
ଶତ୍ରୁକୁ ଦମନ ବଞ୍ଚାଇ ଜୀବନ
      ମନ୍ଦିର ପାଆନ୍ତି ଶୋଭା।
ପ୍ରଭୁ ଆମ ବଳ ପ୍ରଭୁ ଆମ ଶକ୍ତି
       ପ୍ରଭୁ ଛଡା ନାହିଁ ମୁକ୍ତି
ସୟନେ ସପନେ ଆମରି ଭିତରେ
        ପ୍ରଭୁ ଜାଗ୍ରତ ମୋ ଭକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l l ଜଣାଣ l l l

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

ଚିତ୍ରା ରାଣୀ ପାତ୍ର ଙ୍କ କବିତା = ଉତ୍କଳ ଦିବସ

masiha

Leave a Comment

error: Content is protected !!