ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

9ଦିନିଆଁ ମାଟି ବାଲି ଯାତ୍ରା ଉଦଯାପିତ   

ନବରଙ୍ଗପୁର15/ 4 (ମସିହା) ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଅନ୍ତର୍ଗତ ରାଜାମାଟୁ ଗ୍ରାମ ରେ ଆଜି 9ଦିନିଆଁ ମାଟି ବାଲି ଯାତ୍ରା ଉଦଯାପିତ ହୋଇଯାଇଛି | ଏହି ଅବସରରେ ଆଖ ପାଖ ଅଂଚଳ ରୁ ହଜାର ହଜାର ଲୋକଙ୍କ ସମାବେଶ ହୋଇଥିଲା |ସ୍ଥାନୀୟ ଅଂଚଳ ରୁ ଲାଠି, କୁରଚି , ଆସି ପାରମ୍ପାରିକ ରୀତିନୀତି ରେ ପୂଜାପାଇଁ ବାଲି ଯାତ୍ରାଟି ଉଦଯାପିତ ହୋଇଯାଇଛି | ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ ଗ୍ରାମର ଭିମା ଗୁଡ଼ି ଠାରୁ ଏକ ଶୋଭାଯାତ୍ରା ରେ ଲାଠି କୁରଚି, ଏବଂ ଶତାଧିକ ମହିଳା ମୁଣ୍ଡରେ ବାଲି ଚଗଡି ଧରି ବାଲି ପଡିଆ ଠାରେ ପହଂଚି ଥିଲେ | ଲୋକଙ୍କ ମନୋରଞ୍ଜନ ପାଇଁ ରାତିରେ ଦୁଇଟି ଆଦିବାସୀ ନାଟ ହେଉଅଛି | ଏହି ଅବସରରେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ , ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ସ୍ଥାନୀୟ ସରପଞ୍ଚ ଯୋଗଦେଇ ଜନସାଧାରଣଙ୍କ ମନରେ ଉତ୍ଛାହ ଓ ଆନନ୍ଦ ଜନ୍ମାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

ରକ୍ତଦାନ ମହା ସେବାରେ ସମର୍ପିତ ବିଶିଷ୍ଟ ରକ୍ତଡାତା ପ୍ରିନ୍ସ ନନ୍ଦ (ରସାନନ୍ଦ) 

masiha

ସୂଚନା ଓ ଲୋକସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶିକାଙ୍କ ନୂଆପଡ଼ା ଗସ୍ତ

Sunil Chandra Nayak

Leave a Comment

error: Content is protected !!