ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

9ଦିନିଆଁ ମାଟି ବାଲି ଯାତ୍ରା ଉଦଯାପିତ   

ନବରଙ୍ଗପୁର15/ 4 (ମସିହା) ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ଅନ୍ତର୍ଗତ ରାଜାମାଟୁ ଗ୍ରାମ ରେ ଆଜି 9ଦିନିଆଁ ମାଟି ବାଲି ଯାତ୍ରା ଉଦଯାପିତ ହୋଇଯାଇଛି | ଏହି ଅବସରରେ ଆଖ ପାଖ ଅଂଚଳ ରୁ ହଜାର ହଜାର ଲୋକଙ୍କ ସମାବେଶ ହୋଇଥିଲା |ସ୍ଥାନୀୟ ଅଂଚଳ ରୁ ଲାଠି, କୁରଚି , ଆସି ପାରମ୍ପାରିକ ରୀତିନୀତି ରେ ପୂଜାପାଇଁ ବାଲି ଯାତ୍ରାଟି ଉଦଯାପିତ ହୋଇଯାଇଛି | ଆଜି ସନ୍ଧ୍ୟା 5 ଘଣ୍ଟା ସମୟରେ ଗ୍ରାମର ଭିମା ଗୁଡ଼ି ଠାରୁ ଏକ ଶୋଭାଯାତ୍ରା ରେ ଲାଠି କୁରଚି, ଏବଂ ଶତାଧିକ ମହିଳା ମୁଣ୍ଡରେ ବାଲି ଚଗଡି ଧରି ବାଲି ପଡିଆ ଠାରେ ପହଂଚି ଥିଲେ | ଲୋକଙ୍କ ମନୋରଞ୍ଜନ ପାଇଁ ରାତିରେ ଦୁଇଟି ଆଦିବାସୀ ନାଟ ହେଉଅଛି | ଏହି ଅବସରରେ ଡାବୁଗାଁ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ମନୋହର ରନ୍ଧାରୀ , ନବରଙ୍ଗପୁର ଜିଲ୍ଲା ପରିଷଦ ଅଧକ୍ଷ ମୋତିରାମ ନାୟକ , ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା , ସ୍ଥାନୀୟ ସରପଞ୍ଚ ଯୋଗଦେଇ ଜନସାଧାରଣଙ୍କ ମନରେ ଉତ୍ଛାହ ଓ ଆନନ୍ଦ ଜନ୍ମାଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍

Related posts

ପିକଅପ ଗାଡି ସହ ଧକ୍କା ହୋଇ ବାଇକ ଆରୋହି ଗୁରୁତର

Sunil Chandra Nayak

ଜିଲ୍ଲାପ୍ରଶାସନ ଓ ପୈାରପାଳିକା ପକ୍ଷରୁ ଦୋକାନୀ ମାନଙ୍କୁ ଓଡ଼ିଆ ରେ ଲେଖିବାପାଇଁ ସଚେତନତା 

Sunil Chandra Nayak

ଧରାକୋଟ ବ୍ଲକର ଦୁଇ ଶିକ୍ଷକ ପାଇଲେ ମୁଖ୍ୟମନ୍ତ୍ରୀ ପୁରସ୍କାର

Sunil Chandra Nayak

Leave a Comment

error: Content is protected !!