ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍‌ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ 

ଅବସର ଦିନରେ ହାତକୁ ମିଳିଲା ଚୂଡ଼ାନ୍ତ ପେନ୍‌ସନ୍ ଆଦେଶ: ନବରଂଗପୁର ଜିଲ୍ଲା ରେ ସୃଷ୍ଟି ହେଲା ନୂଆ ଦୃଷ୍ଟାନ୍ତ 

ନବରଙ୍ଗପୁର:(୩୧ ଜୁଲାଇ)(ରବି ନାରାୟଣ ମହାନ୍ତି) ଡାବୁଗାଁ ତହସିଲର ସେକ୍ସନ ଅଫିସର ବିଶ୍ୱନାଥ ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି। ଅବସର ତାରିଖ ପୂର୍ବରୁ ତାଙ୍କର ଚୂଡ଼ାନ୍ତ ପେନ୍‌ସନ୍ ପ୍ରସ୍ତାବ ମହାଲେଖାକାର (AG), ଓଡ଼ିଶାଙ୍କ ଦ୍ୱାରା ଅନୁମୋଦିତ ହୋଇଥିବାରୁ ଅବସର ଦିନରେ ହିଁ ସେ ଚୂଡ଼ାନ୍ତ ପେନ୍‌ସନ୍ ସମ୍ବନ୍ଧୀୟ ସମସ୍ତ ଦସ୍ତାବିଜ ହସ୍ତଗତ କରିଛନ୍ତି।ନବରଙ୍ଗପୁର ଜିଲ୍ଲାର ରାଜସ୍ୱ କ୍ୟାଡରରେ ଏହା ପ୍ରଥମ ଘଟଣା ବୋଲି କୁହାଯାଉଛି, ଯେଉଁଥିରେ କୌଣସି କର୍ମଚାରୀଙ୍କ ଚୂଡ଼ାନ୍ତ ପେନ୍‌ସନ୍ ଅବସର ତାରିଖ ପୂର୍ବରୁ ଅନୁମୋଦିତ ହୋଇ ଅବସର ଦିନରେ ହିଁ ତାଙ୍କୁ ପେନ୍‌ସନ୍ ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ନିର୍ଦ୍ଦେଶାନୁସାରେ ଅବସର ଦିନରେ ଚୂଡ଼ାନ୍ତ ପେନ୍‌ସନ୍ ମଞ୍ଜୁର ଓ ପ୍ରଦାନ କରିବାର ଲକ୍ଷ୍ୟକୁ ଏହି ସଫଳତା ପ୍ରତିଫଳିତ କରିଛି।ଏହି ଅବସରରେ ଡ. ପ୍ରମୋଦ କୁମାର ପୃଷ୍ଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଓ ବିଶ୍ୱଜିତ୍ ବର୍ମନ, ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଡେପୁଟି କଲେକ୍ଟର (ପ୍ରତିଷ୍ଠାନ ଉପବିଭାଗ) ସୁଶ୍ରୀ ସାମିନା ଆଖତାରୀ, ବିଭାଗୀୟ ଅଧିକାରୀ ଜଗନ୍ନାଥ ମହାପାତ୍ର, ପେନ୍‌ସନ୍ ଡିଲିଂ ଆସିଷ୍ଟାଣ୍ଟ ଶ୍ରୀ ଦେବାଶିଷ ସୁଆରଙ୍କ ସମେତ କାର୍ଯ୍ୟାଳୟର ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି ସଫଳ ପଦକ୍ଷେପ ଅନ୍ୟ ସରକାରୀ କର୍ମଚାରୀଙ୍କୁ ଅବସରର ଅନ୍ୟୁନ ଏକ ବର୍ଷ ପୂର୍ବରୁ ପେନ୍‌ସନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ପ୍ରେରଣା ଯୋଗାଇବ। ଏହାଦ୍ୱାରା ଚୂଡ଼ାନ୍ତ ପେନ୍‌ସନ୍ ଅବସର ତାରିଖ ପୂର୍ବରୁ ମଞ୍ଜୁର ହୋଇ କର୍ମଚାରୀମାନେ ଅବସର ଦିନରେ ହିଁ ସେମାନଙ୍କର ପେନ୍‌ସନ୍ ସୁବିଧା ପାଇପାରିବେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭବାନୀପାଟଣା ଠାରେ ‘ସ୍ୱକଳ୍ପ’ ପରାମର୍ଶ ଶିବିର

masiha

ଅଞ୍ଚଳ ପାଇଁ ଗୌରବ ଆଣିଲେ ଶାଶ୍ୱତ ସୌମ୍ୟକାନ୍ତ

Sunil Chandra Nayak

ବାଇକ୍ ଦୁର୍ଘଟଣାରେ ଚାଳକ ଗୁରୁତର 

Sunil Chandra Nayak

Leave a Comment

error: Content is protected !!