ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସହଯୋଗ କ୍ରମେ ହାଇକୋର୍ଟରେ ପକ୍ଷ ରଖିଲେ ପୀଡିତା 

ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ସହଯୋଗ କ୍ରମେ ହାଇକୋର୍ଟରେ ପକ୍ଷ ରଖିଲେ ପୀଡିତା 

ଜୁନାଗଡ଼,୨/୯(ମନୀସ) ଗଞ୍ଜାମ ଜିଲ୍ଲା ଧାରାକୋଟ୍ ଥାନା ଶିଙ୍ଗିପୁର ଗାଁର ଏସ୍ ସି ସମାଜର ଦୁଇ ଜଣ ବୁଳୁ ନାଏକ ବାବୁଲା ନାଏକ ନିଜ ଝିଅକୁ ଯୌତୁକ ହିସାବରେ ଦେବା ପାଇଁ ଗାଇ ବାଛୁରୀ ଟିଏ ବଜାରରୁ କିଣି ଆଣୁଥିବା ବେଲେ ବଜରଙ୍ଗ ଦଳର ଗୋରକ୍ଷକ ମାନେ ଗତ ତା ୨୨,୬,୨୦୨୫ ରେ ପ୍ରବଳ ମାଡ ମାରିଥିଲେ ମୁଣ୍ଡ ବାଳ ଅଧା ଲଣ୍ଡା କଲେ ନର୍ଦ୍ଦମାର ପାଣି ପିଆଇଲେ ଘାସ ଚୋବାଇ ୨ କିଲୋମିଟର ଆଣ୍ଠେଇ ଚଳାଇଥିଲେ ,ଉକ୍ତ ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଦାବିରେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ସହ ଓଡ଼ିଶାର ଅନେକ ରାଜନୈତିକ ସମାଜିକ ସଂଗଠନ ମାନେ ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ ,୧୨ ଜଣକୁ ପୋଲିସ ପ୍ରଶାସନ ଗିରଫ କରି କୋର୍ଟ ଚଳାଣ କରିଛନ୍ତି,, ରାଜଧାନୀ ଭୁବନେଶ୍ଵରରେ ମଧ୍ଯ ତିନୋଟି ବିଶାଲ ରେଲି ହୋଇଥିଲା,, ବର୍ତ୍ତମାନ ଅଭିଯୁକ୍ତ ମାନେ ବିଚାର ବିଭାଗିୟ ହାଜତରେ ।ଅଭିଯୁକ୍ତ ମାନେ ବେଲ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି,,,ମାନ୍ୟବର ହାଇକୋର୍ଟ ପୀଡିତା ମାନଙ୍କୁ ନିଜ ପକ୍ଷ ରଖିବା ପାଇଁ ନୋଟିସ କରିଥିଲେ,, ଏହା ମାନବ ସମାଜର ମାନ ସମ୍ମାନର କଥା,, ସାରା ଦେଶକୁ ଦୋହଲାଇ ଦେଇଥିବା ଏହି ଘଟଣାର ଅଭିଯୁକ୍ତ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସକାସେ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ପୂର୍ଣ୍ଣ ସହଯୋଗ କ୍ରମେ ପୀଡିତା ମାନଙ୍କ ସହ ଆସି ସୋମବାର ହାଇକୋର୍ଟରେ ଉପସ୍ଥିତ ହୋଇ ଆଇନଜୀବୀ ଜୟନ୍ତୀ ନାଏକ ଙ୍କ ମାଧ୍ୟମରେ ନିଜ ପକ୍ଷ ରଖାଯାଇଅଛି ,ମାନ୍ୟବର ହାଇକୋର୍ଟ ଆସନ୍ତା ଆଠ ତାରିଖ ଶୁଣାଣି କରିବେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

masiha

ଓଡ଼ିଆ ଦମ୍ପତ୍ତି ଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ

masiha

ଅସହାୟ ବ୍ୟକ୍ତିଙ୍କ ଶବ ଦାହ କଲେ ମହିଳା ସମାଜସେବୀ

masiha

Leave a Comment

error: Content is protected !!