ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି :ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

କଳାହାଣ୍ଡି :ବିଷାକ୍ତ ସାପ କାମୁଡାରେ ଯୁବତୀଙ୍କ ମୃତ୍ୟୁ

ଥୁଆମୁଳ ରାମପୁର:ଗୁରୁବାର ବିଳମ୍ବିତ ରାତିରେ ଘରେ ୭ ଯୁବତୀ ସାଙ୍ଗ ହେଇ ଶୋଇଥିବା ବେଳେ ଜଣେ ଯୁବତୀ ବିଷାକ୍ତ ସାପ କାମୁଡାରେ ମୃତ୍ୟୁ ବରଣ କରିବା ଭଳି ଅଭାବନୀୟ ଘଟଣା ଘଟିଯାଇଛି।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଥାନା ଅଧିନସ୍ଥ ସିନ୍ଧିପଦର ପଂଚାୟତ ବାର୍ଷିକୋନା ଗ୍ରାମରେ ଓଲା ମାଝୀଙ୍କ ୧୬ ବର୍ଷୀୟ ଝିଅ ମାଧୁରୀ ସବୁ ଦିନ ଭଳି ଗତ ରାତିରେ ଖାଇ ସାରି ଅନ୍ୟ ୬ ଜଣ ସାଙ୍ଗଙ୍କ ସହ ଏକ କୋଠରୀରେ ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା । ଏନେଇ ପରିବାର ଲୋକ ଜାଣିଥିଲେ । କିନ୍ତୁ ଅବସ୍ଥା ସ୍ଵଭାବିକ ଥିବାରୁ ଘଟଣାକୁ ଗୁରୁତ୍ଵ ଦେଇନଥିଲେ । କିନ୍ତୁ ସକାଳୁ ମାଧୁରୀର ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେଇଥିଲା । ପରିବାର ଲୋକ ଶୁକ୍ରବାର ଅପରାହ୍ନରେ ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ମାଧୁରୀର ମୃତ ଘୋଷଣା କରିଥିଲେ । ଏନେଇ କଲମପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଥୁଆମୁଳ ରାମପୁର ପୁଲିସକୁ ସୂଚନା ଦିଆଯାଇଥିଲା । ଥୁଆମୁଳ ରାମପୁର ପୁଲିସ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଂଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ସଂଧ୍ୟାରେ ଥୁଆମୁଳ ରାମପୁର ସ୍ଥାନାନ୍ତରିତ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବେଲଗାଁ ପୋଲିସ ପକ୍ଷରୁ “ଜୁଭେଣ୍ଟିକା” ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

ପବିତ୍ର ଉତ୍କଳ ଦିବସରେ ଶିକ୍ଷକ ଙ୍କ ନିଆରା କାର୍ଯ୍ୟକ୍ରମ

masiha

ସାମ୍ବାଦିକ ଙ୍କ ମାତୃ ବିୟୋଗ

Leave a Comment

error: Content is protected !!