ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

ଝାମୁଯାତ୍ରା ପାଇଁ ଭୂମି ପୂଜା ଓ ମାଁ ଅଷ୍ଟଚଣ୍ତିଙ୍କ ନଗର ପରିକ୍ରମା 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ରିଷିଡା ମାଁ ତାରିଣୀ ଅଷ୍ଟଚଣ୍ତି ଶୈବ ଶକ୍ତି ପିଠରେ ଆଗାମୀ ଚୈତ୍ର ମାସରେ ମାଁ ତାରିଣୀ ଙ୍କ ଝାମୁଯାତ୍ରା ଅବସରରେ ଗୁରୁବାର ଓ ଶୁକ୍ରବାର ମାଁ ଚଣ୍ଡୀଙ୍କର ଉଲଗନ ଦିଆ ତଥା ଭୂମି ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ବାନା ପୂଜା ଆୟୋଜିତ ହୋଇଯାଇଛି। ଅପରାହ୍ନରେ, ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଘଣ୍ଟ, ଶଙ୍ଖ, ହୁଳହୁଳି, ବାଜା ସହ ଗ୍ରାମର ମାଁ ତାରିଣୀ ଶୈବ ଶକ୍ତି ମନ୍ଦିର ଠାରୁ ନିଲକଣ୍ଠେଶ୍ବର ଶିବ ମନ୍ଦିର ପର୍ଯ୍ୟନ୍ତ ଯାତ୍ରା ଓ ନଗର ପରିକ୍ରମା ଅନୁଷ୍ଠିତ ହୋଇଯାଇଛି l ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ ଏହି ଯାତ୍ରାରେ ଚଣ୍ଡୀ ଙ୍କ ସମେତ ପାର୍ଶ୍ବ ଦେବୀଦେବଙ୍କ ପରିକ୍ରମା ହୋଇ ଶିବମନ୍ଦିର ଠାରୁ ପ୍ରତ୍ୟାବର୍ତ୍ତନ ଅନୁଷ୍ଠିତ ହୋଇଥିଲା l ଏହି ଯାତ୍ରାରେ ସେବାୟତ ରଂଜନ ରଣା, ହରି ବାରିକ, ପିତାମ୍ବର ରଣା, କୈଳାସ କୁମୁରା, ମହେନ୍ଦ୍ର ପ୍ରଧାନୀ, ସାନୁ ରଣା, ସୂର୍ଯ୍ୟମଣି ରଣା, ସୁଶାନ୍ତ ମଲ୍ଲିକ, ବୃହସ୍ପତି ରଣା, ମହିମା ରଣା, ହୃଦାନନ୍ଦ ମଲ୍ଲିକ, ସେଷଦେବ ରଣା, ଲମ୍ବ ରଣା ହୃଦା ରଣା, ପ୍ରଶନ୍ନ ରଣା, ତପନ ରଣା ସିବୁ ରଣା, ଚୁନୁ ପଟ୍ଟନାୟକ ସୁଶାନ୍ତ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଆସନ୍ତା ଚୈତ୍ର ମାସରେ ସାତ ଦିନ ବ୍ୟାପି ମାଁ ଅଷ୍ଟଚଣ୍ତି ତାରିଣୀ ଙ୍କ ଝାମୁଯାତ୍ରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ, ପୁରୀ, ପଶ୍ଚିମାଞ୍ଚଳ ଶାଖା ଦ୍ୱାରା ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର କାର୍ଯ୍ୟକ୍ରମ ଆସନ୍ତା ୧୧ ରୁ ୧୫….

Sunil Chandra Nayak

ସହରାଞ୍ଚଳ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବା ମୂଳ ଲକ୍ଷ୍ୟ:ନଗରପାଳ             

Sunil Chandra Nayak

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!