ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ 

ବିଦ୍ୟୁତ ଖୁଣ୍ଟରୁ ପଡି ଜଣେ ମୃତ 

ଡାବୁଗାଁ, ୧୬/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡକୋଇଲାରି ଗ୍ରାମରେ ଶୁକ୍ରବାର ସନ୍ଧ୍ୟାରେ ବିଦ୍ୟୁତ ଖୁଣ୍ଟରୁ ପଡି ମୃତ୍ୟୁ ଘଟିଛି | ସୂଚନଯୋଗ୍ୟ:- ଡାବୁଗାଁ ବ୍ଲକ ଅଧୀନ ବଡକୋଇଲାରି ଗ୍ରାମର ସନସାଏ ଗୌଡ (୩୫) ଶୁକ୍ରବାର ସନ୍ଧ୍ୟାରେ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟରେ ଚଢିଥିଲେ ଗୋଡ ଖସି ଯିବାରୁ ଖୁଣ୍ଟରୁ ତଳେ ପଡି ଯାଇ ଆହତ ହୋଇଥିଲେ | ପରିବାର ଲୋକେ ରାତିରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଅଂଶୁମାନ ଦାଶ ଠାରେ ମୃତ୍ୟୁ ଘଟିବା ନେଇ ଏକ ରିପୋର୍ଟ ଦେଇଥିଲେ | ଡାକ୍ତରଙ୍କ ରିପୋର୍ଟ ଅନୁସାରେ ଥାନା ଏଏସଆଇ ଚନ୍ଦ୍ରଶେଖର ହଜାରୀ ଶନିବାର ଡାକ୍ତରଖାନା ରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ପରିବାରର କୌଣସି ବ୍ୟକ୍ତି ଥାନାରେ କୌଣସି ଏତଲା ଦେଇ ନାହାଁନ୍ତି | ଏନେଇ ଥାନା କେସ ନଂ ୧୩/୧୬.୩.୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

 ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସନାତନ ହରିଚନ୍ଦନ ମହାବିଦ୍ୟାଳୟରେ ଜାତୀୟ ମତଦାତା ଦିବସ ପାଳିତ 

Sunil Chandra Nayak

ନିଟ୍ ଦୁର୍ନୀତି ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଓଡ଼ିଶାର ତୃଟି ପୂର୍ଣ ପାଠ୍ୟ ପୁସ୍ତକ ପ୍ରକାଶନ ପାଇଁ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦାବୀ-SFI-DYFI

Sunil Chandra Nayak

ରାୟଗଡାରେ ଜିଲ୍ଲା ସ୍ତରୀୟ ପଞ୍ଚଦଶ ମତଦାତା ଦିବସ ପାଳିତ

masiha

Leave a Comment

error: Content is protected !!