ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଯୋଗଦାନ 

ନୂତନ ଜିଲ୍ଲା ଶିକ୍ଷାଧିକାରୀ ଙ୍କ ଯୋଗଦାନ 

ନବରଙ୍ଗପୁର:(୧୬|୩)ନବରଙ୍ଗପୁର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ନୂତନ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଛତ୍ରପତି ସାହୁ ଯୋଗ ଦେଇଛନ୍ତି | ଏହି ଅବସରରେ ଓଡିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା )ନବରଙ୍ଗପୁର,ତରଫରୁ ଶିକ୍ଷକ / ଶିକ୍ଷୟିତ୍ରୀ ନୂଆ ଜିଲ୍ଲା ଶିକ୍ଷାଧିକାରୀ ଙ୍କୁ ପୁଷ୍ପଗୁଛ ଉତ୍ତରୀୟ ସହ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ | ଜିଲ୍ଲା ସଭାପତି ଶ୍ରୀଯୁକ୍ତ ବଂଶୀଧର ଭୂୟାଁ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ମିହିର କାନ୍ତି ଢାଲି, ରାଜ୍ୟ କର୍ମକର୍ତ୍ତା ସନ୍ତୋଷ କୁମାର ସାହୁ, ଅରୁଣ କୁମାର ବଳ, ଦୁଲାଲ ବାରୋଇ,ଜିଲ୍ଲା ଓଷ୍ଟା କର୍ମକର୍ତ୍ତା ଦେବାଶିଷ ନନ୍ଦି, ରଞ୍ଜନ କୁମାର ଦାସ, ପ୍ରଭାତ ନାୟକ, ସୁବ୍ରତ ତ୍ରିପାଠୀ,ଶରତ କୁମାର ଗିରି,କମଳା କାନ୍ତ ପଣ୍ଡା, ନିରଞ୍ଜନ ଚକ୍ରବର୍ତ୍ତୀ ପ୍ରଭୁତି ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ନୂତନ ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଅଭିବୃଦ୍ଧି ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ସମସ୍ତଙ୍କ ସହଯୋଗରେ ଉକ୍ତ ଜିଲ୍ଲାକୁ ଶିକ୍ଷା କ୍ଷେତ୍ରରେ ଉନ୍ନତ କରାଯାଇ ପାରିବ ବୋଲି ସେ ତାଙ୍କର ମତ ବ୍ୟକ୍ତ କରିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବ୍ଲକ ସ୍ତରୀୟ କୁଇଜ୍ ପ୍ରତିଯୋଗିତା 

masiha

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

आदिवासियों की जमीन-जंगल और आजीविका खतरे में : निरंजन बिशि डबल इंजन नहीं, ‘ट्रबल इंजन’ सरकार चल रही है — सांसद का तीखा हमला

Sunil Chandra Nayak

Leave a Comment

error: Content is protected !!