ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ପ୍ରାକୃତିକ ବିପର୍ଯ୍ୟୟ ର ମୁକାବିଲା କରିବା ପାଇଁ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ତା, ୧୯/୬/୨୪,ବର୍ତମାନ ପରିସ୍ଥିତି ଅନୁଯାଇ ସରକାର ସାରା ଓଡିଶା ବାସୀଙ୍କୁ ପ୍ରତ୍ୟେକ ବର୍ଷର ଜୁନ ମାସର ଦ୍ୱିତୀୟ ସପ୍ତାହରେ ଯେଉଁ ପ୍ରକାର କି ବାତ୍ୟା, ବନ୍ୟା,ଝୋଡ଼ ତୋଫାନ, ପ୍ରବଳ ବର୍ଷା ସହ ଯୋରସୋର ଭାବରେ ପଵନ ବହିବା ଏହିପରି ଅନେକ ପ୍ରକାରର ତୁଫାନ ଓଡିଶାରେ ଦେଖିବାକୁ ମିଳିଛି I ତାକୁ ନେଇ ପୂର୍ବତନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମୟରେ ଯେତେ ଘଟିଥିଲା ତାକୁ ଓଡ଼ିଶା ବାସି ବହୁତ ହରାଇଥିଲେ, କିନ୍ତୁ ନବୀନ ବାବୁ ବର୍ଷା ଯୋଗୁଁ ଘର ଭାଙ୍ଗି ପଡିବା, ବର୍ଷା ପାଣି ଜମି ଗାଁରେ ନିଷ୍କାସିତ ନହେବା ଓ ଘରେ ରୋଷେଇ ନ କରି ଭୁକ ଉପାସରେ  ପିଲା ଛୁଆଙ୍କ ସହ ଦିନ ଦିନ ଭୁକରେ ରହିବା,ଏହିପରି ସମସ୍ୟାରେ ରହିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କରି ଅନ୍ୟତ୍ର ସ୍ଥାନରେ ଥଇଥାନ ସହ ସେମାନଙ୍କୁ ଭଲରେ ରଖି ଖାଇବା ଯୋଗାଇବା ଓ ସେମାନଙ୍କ ଦୁଃଖରେ ସାନ୍ତ୍ୱନା ଦେଇ ସେମାନଙ୍କୁ ଦୃଢ ଭରସା ଦେଇ ଅସୁବିଧାରୁ ବାହାର କରି ଶାନ୍ତିରେ ରହିବା ପରି କରାଇବାରେ ସକ୍ଷମ ହୋଇପାରୁଥିଲେ I ଏଁଣୁକରି ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ମାସରେ ସମସ୍ତ ଜିଲ୍ଲା ପାଳଙ୍କୁ ଚିଠି ମାଧ୍ୟମରେ ଏହି ସବୁ ବିଷୟକୁ କେନ୍ଦ୍ରକରୀ ସମସ୍ତ ବ୍ଲକ ଅଧିକାରୀ ବିଡ଼ିଓଙ୍କୁ ଓ ବ୍ଲକ ଅଧ୍ୟକ୍ଷା ଓ ଜିଲ୍ଲାର ସମସ୍ତ ବିଭାଗର କର୍ମଚାରିଙ୍କୁ ଡକାଯାଇ ଆଗୁଆ ସଚେତନ ପାଇଁ ବୈଠକ କରି ବ୍ଲକରେ ସମସ୍ତ ଜନ ସାଧାରଣଙ୍କୁ ସଚେତନ କରାଯିବା ନିମନ୍ତେ ବୈଠକ କରାଯିବାର ସ୍ଥିର ହୋଇଥାଏ I ଏଥିରେ ଥିଲା ବନ୍ଧୁଗାଁ ବ୍ଲକର ବୈଠକ ଗୃହ ଠାରେ ବାତ୍ୟା ବନ୍ୟା ବିଷୟକୁ ନେଇ ଆଗୁଆ ସଚେତନ ଆଲୋଚନା ବୈଠକ ନିମନ୍ତେ ବନ୍ଧୁଗାଁ ବ୍ଲକର ବିଡ଼ିଓ ଶ୍ରୀ ଅଭିନାସ ଅଭିଜିତ ସେଠିଙ୍କ ନିର୍ଦ୍ଦେଶ ଅନୁଯାଇ ବୈଠକ ହୋଇଯାଇଛି I ଏହି ବୈଠକରେ ମୁଖ୍ୟ ଭାବରେ ବନ୍ଧୁଗାଁ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଯୋଗ ଦେଇଥିଲେ I ବୈଠକର ମୁଖ୍ୟ ଆଲୋଚନା ଥିଲାକି ପଵନ ସହ ପ୍ରବଳ ମାତ୍ରାରେ ବର୍ଷା ହେବାର ସୂଚନା ପାଇବା ପରେ ସମସ୍ତେ ନିଜ ନିଜ ପଞ୍ଚାୟତରେ ଦାୟୀତ୍ୱ ରହିଥିବା ପଞ୍ଚାୟତର ସମସ୍ତ ବିଭାଗର ଅଧିକାରୀ ମାନେ ଗାଁ ଲୋକଙ୍କୁ କୁଆଡେ ନ ଯାଇ ନିଜ ନିଜ ଘରେ ରହିବ, ଘର ଯଦି ଭଲ ନଥିଲେ ସାଇ ପଡିସାର ଛାତ ଘରେ କିଛି ସମୟ ଆଶ୍ରୟ ନେଇ ପାରିବେ, ବିଜୁଳି ଘଡ ଘଡ଼ି ହେଲେ ଘର ଭିତରେ ଏକା ସ୍ଥାନରେ ପରିବାର ଲୋକେ ବାହାରେ ନ ରହି ଘରେ ଭୟ ନ କରି ରହିବେ, ବର୍ଷା ପଵନ ସମୟରେ ଗାଁ ଲୋକେ ଚାଷ ଜମି କିମ୍ଭା ଗାଡିର ଅନ୍ୟ ଜାଗାକୁ ଯାଉଥିଲେ ସତର୍କ ଭାବରେ କୌଣସି ଗଛ ମୂଳେ ଆଶ୍ରୟ ନ ନେଇ ଆଖ ପାଖ ଘର ଦେଖି ସେଠାରେ ଆଶ୍ରୟ ନେବେ, ପ୍ରବଳ ବର୍ଷା ଯୋଗୁଁ ସାଇ ଭିତରେ ପାଣି ନିଷ୍କାସନ ହଉ ନ ଥିଲେ ତାକୁ ସାଙ୍ଗେ ସାଙ୍ଗେ ଡ୍ରେନେଜର ବ୍ୟବସ୍ତା କରି ଅନ୍ୟପଟେ ପାଣି ଯିବାର ସୁବିଧା କରିବେ, ପ୍ରବଳ ବର୍ଷା ଯୋଗୁଁ ଘର ଉପରେ ଗଛ ପଡି ଘର ନଷ୍ଟ ହେଲେ କି ଘର ଭାଙ୍ଗିଲେ ଆର. ଆଇ. ଙ୍କୁ ଜଣାଇଲେ ତାଙ୍କଦ୍ୱାରା କିଛି ଥଇଥାନ କରାଯିବ, ବର୍ଷା ପାଣିରେ ଘରେ ପରିବାର ଫସି ରହିଥିବା କିମ୍ଭା ବିଦ୍ୟାଳୟରେ ଛାତ୍ରଛାତ୍ରୀ ଫସି ରହିଥିଲେ ମଧ୍ୟ  ଅଗ୍ନିଶମ ବିଭାଗଙ୍କ ଦ୍ୱାରା ଉଧାର କରାଯିବାର ବ୍ୟବସ୍ଥା ହୋଇଅଛି, ପଵନ ବର୍ଷା ଦ୍ୱାରା କୌଣସି ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେଲେ ତାଙ୍କୁ ମଧ୍ୟ ଆମ୍ବୁଲାନ୍ସ ଦ୍ୱାରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପାରିବ,ପଵନ ବର୍ଷା ଆରମ୍ବ ନ ହବା ପୂର୍ବରୁ ବିଜୁଳି ବିଭାଗ ମଧ୍ୟ ଧ୍ୟାନ ଦେବାକୁ କହିଥିଲେ, ଝଡ଼ ତୋଫାନ, ପଵନ ବର୍ଷା ହେଲେ ମଧ୍ୟ ଲୋକେ ନିଜ ନିଜର ସୁରକ୍ଷାରେ ଯେମିତି ରହି ପାରିବେ ତାକୁ ନେଇ ଉପସ୍ଥିତରେ ରହିଥିବା ସମସ୍ତ ବିଭାଗର ସରକାରୀ କର୍ମଚାରିଙ୍କୁ ବିଡ଼ିଓ ଶ୍ରୀ ସେଠି ଉପଦେଶ ଦେବା ସହ ସଚେତନ ଭାବରେ ବୁଝାଇ ଥିଲେ I ଏଥିରେ ରହିଥିଲେ ବନ୍ଧୁଗାଁ ଥାନା ଅଧିକାରୀ ଶ୍ରୀ ପ୍ରଶ୍ନ ମହାନ୍ତି, ଅଗ୍ନିଶମ ବିଭାଗର ଅଧିକାରୀ ଶ୍ରୀ ସରୋଜ କୁମାର ମହାପାତ୍ର,ବନ୍ଧୁଗାଁ ବ୍ଲକର ୧୩ ଗୋଟି ପଞ୍ଚାୟତର ସମସ୍ତ ପିଓ, ସମସ୍ତ ସରପଞ୍ଚ, ଜଳ ବିଭାଗ, ବିଜୁଳି ବିଭାଗ, ରେଭୁନିୟୁ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା, ବିଭାଗ,ଜଙ୍ଗଲ ବିଭାଗ, ହର୍ଷା ଟ୍ରଷ୍ଟ, ପଞ୍ଚାୟତ ବିଭାଗ,ହଟି କଲଚର, କୃଷି ବିଭାଗ, ଏହିପରି ସମସ୍ତ ବିଭାଗର ଅଧିକାରୀ ମାନଙ୍କୁ ଆଗୁଆ ସଚେତନ ରହି ନିଜ ନିଜ କାର୍ଯ୍ୟ ପ୍ରତି ଲୋକଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ଓ ମୋତେ ଜଣାଇବେ ବୋଲି ବିଡ଼ିଓ ଶ୍ରୀ ସେଠି କହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ସୁଧୁରୁନି ଟ୍ରେ ଚୋର,ରାଜ୍ୟ ଖଣିମଣ୍ଡଳର ଅଜସ୍ର କ୍ଷତିରେ ଡ଼ିଡ଼ିଏମ ହତାସ

masiha

The 15th Bharat Muni Samman Samaroh will have a triveni of entertainment, artists from outside the state will participate

masiha

ଅଖିଳ ଭାରତୀୟ ଛାତ୍ର ସଂଘ ର ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!