ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫ ଦଫା ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଲେ ଉପଖଣ୍ଡିୟ ୱାର୍ଡ ସଭ୍ୟ ସଭ୍ୟା 

୫ ଦଫା ଦାବିନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ରେ ବସିଲେ ଉପଖଣ୍ଡିୟ ୱାର୍ଡ ସଭ୍ୟ ସଭ୍ୟା 

ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ବିଭିନ୍ନ ସଂଘ ପକ୍ଷରୁ ସରକାର ଙ୍କ ନିକଟରେ ଦାବି ଉପସ୍ଥାନ ବଢ଼ିବାରେ ଲାଗିଛି।ଶନିବାର ଦିନ ଧର୍ମଗଡ ଉପଖଣ୍ଡିୟ ପଞ୍ଚାୟତ ୱାର୍ଡ ସଭ୍ୟ ସଭ୍ୟା ସଂଘ ପକ୍ଷରୁ ଏକ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ଉପଜିଲ୍ଲାପାଳ ଜରିଆରେ ୫ଦଫା ଦାବୀ ପ୍ରଦାନ କରାଯାଇଛି।ସଂଘ ର ଉପଖଣ୍ଡ ସଭାପତି ଦିଗାମ୍ବର ବେମାଲ ଙ୍କ ନେତୃତ୍ୱରେ ଏକ ବିଶାଳ ରେଲି ଧର୍ମଗଡ ସହର ପରିକ୍ରମା କରି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ଧର୍ମଗଡ ସଂଘ ସଭାପତି ଜୟ ନାରାୟଣ ନାଏକ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟରେ ସମ୍ପାଦକ ଅନ୍ତରାମ ପଟେଲ ଉପସଭାପତି ଅଜିତ କୁମାର ସାହୁ, ଜୟପାଟଣା ବ୍ଲକ ସଭାପତି ସୁବାଷ ଦାସ,କଳମପୁର ବ୍ଲକ ସଭାପତି କେଦାର ସାହୁ, ମହିଳା ସଂଯୋଜିକା ଦକ୍ଷସୂତା ନାଏକ,ସହସଂଯୋଜିକା ହୀରାବତୀ ପୁଝାରୀ, ସମେତ ଅନେକ ସଭ୍ୟ ସଭ୍ୟା ଉପସ୍ଥିତ ରହିଥିଲେ।ତେବେ ସମସ୍ତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ମାସିକ ଭତ୍ତା ୪୮୦ ବଦଳରେ ୬ ହଜାର ଟଙ୍କା ବୃଦ୍ଧି, ୱାର୍ଡ ମେମ୍ବର ପଦବୀରେ ଥାଇ ମୃତ୍ୟୁ ବରଣ କଲେ ୧୦ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣା ଜନିତ ଅକ୍ଷମ ହେଲେ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା, କାର୍ଯ୍ୟ ଅବଧି ଶେଷ ହେବା ପରେ ଅବସର କାଳୀନ ଭତ୍ତା ବାବଦକୁ ୨ ହଜାର ଟଙ୍କା,ପଞ୍ଚାୟତ ର ସମସ୍ତ ବିକାଶ ମୂଳକ କାର୍ଯ୍ୟ ୱାର୍ଡ ମେମ୍ବର ମାଧ୍ୟମରେ କରାଇବା, ପଞ୍ଚାୟତ ସ୍ତରରେ ହେଉଥିବା ସମସ୍ତ ସରକାରୀ ଯୋଜନା ରେ ୱାର୍ଡ ମେମ୍ବର ମାନଙ୍କୁ ସାମିଲ କରିବା ପ୍ରଭୃତି ଦାବୀ ରହିଛି।ଉପରୋକ୍ତ ଦାବୀ ନେଇ ମୁଖ୍ୟମନ୍ତ୍ରୀ ଓ ୫ଟି ଅଧ୍ୟକ୍ଷ ଙ୍କ ଉଦ୍ଦେଶ୍ୟ ରେ ଧର୍ମଗଡ ଉପଜିଲ୍ଲାପାଳ ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ଆନ୍ଦୋଳନ କୁ କଂଗ୍ରେସ ନେତା ଦିଗାମ୍ବର ଦୁରିଆ, ତୁଷାର ପଟ୍ଟଯୋଶୀ, ବିଜେପି ନେତା ଲକ୍ଷ୍ମୀକାନ୍ତ ବାଗ, ସମାଜସେବୀ ଘନଶ୍ୟାମ ଅଗ୍ରୱାଲ ସମର୍ଥନ ଜଣାଇଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସୁଦର୍ଶନ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଶିଳ୍ପ ସଚେତନତା ଶିବିର

Sunil Chandra Nayak

ଖେମକା ରିଫ୍ରାକ୍ଟ୍ରୋ୍ରିଜ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଉପଖଣ୍ଡ ସ୍ତରୀୟ ସ୍ବଳ୍ପ ଦୃଷ୍ଟି ସମ୍ପନ୍ନ ୨୯ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!