ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଜପୁର ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର (ଲିକୁ)ସାହୁଙ୍କୁ ବଡ଼ଡାଳିମା ଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ଯାଜପୁର ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର (ଲିକୁ)ସାହୁଙ୍କୁ ବଡ଼ଡାଳିମା ଠାରେ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର –  ତିରିଙ୍ଗ ବ୍ଲକର ପଣ୍ଡୁପାଣି ସ୍ପଟ ତଥା ମେଳା ପ୍ରତ୍ୟେକ ବର୍ଷ ଅନୁଷ୍ଠିତ ହୁଏ ଜାନୁଆରୀ ୨୬ ତାରିଖରୁ ଏବଂ ଏହା ମୟୁରଭଂଜ ମାନଚିତ୍ରରେ ସବୁଠାରୁ ବଡ ସ୍ପୋର୍ଟସ ମେଳା ବୋଲି ବିବେଚିତ କରାଯାଇଥାଏ । ଏହି ମେଳାରେ ଓଡ଼ିଶା , ଝାଡ଼ଖଣ୍ଡ , ପଶ୍ଚିମବଙ୍ଗରୁ ବହୁ ଖେଳାଳି ଭାଗ ନେଇଥାନ୍ତି । ତଥା ଲକ୍ଷ ,ଲକ୍ଷ ଦର୍ଶକ ମାନଙ୍କ ସମାଗମ ମଧ୍ୟ ହୋଇଥାଏ । ଆଗରୁ ମଧ୍ୟ ଏହି ମେଳାକୁ ବହୁ ପୁରୁଖା ରାଜନେତା ମାନଙ୍କ ଆସିବାର ନଜର ରହିଥିବା ବେଳେ ଏବର୍ଷରାଇରଙ୍ଗପୁର ବିଧାୟକ ଜୋଲେନ ନାଏକଙ୍କ ଉଦ୍ୟମରେ ତଥାନିମନ୍ତ୍ରଣ ରକ୍ଷାକରି ଯାଜପୁର ଧର୍ମଶାଳାର ବିଧାୟକ ହିମାଂଶୁ ଶେଖର (ଲିକୁ)ସାହୁ ଆସିଥିବାରୁ ତାଙ୍କୁ ତଥା ରାଇରଙ୍ଗପୁର ବିଧାୟକ ଜୋଲେନ ନାଏକଙ୍କୁ ବଡ଼ଡାଳିମା ଠାରେ ହଜାର ,ହଜାର ଲୋକ ତଥା ମହିଳା ମାନେ ନୃତ୍ୟ , ଗୀତ , ବାଦ୍ୟ , ବାଣ ଫୁଟାଇ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଦୁଇ ବିଧ୍ୟାୟକଙ୍କୁ ଅସମ୍ଭାଳ ଭିଡ଼ରେ ତିରିଙ୍ଗ ଓ ବହଳଦା ପୋଲିସ ,ଦମକଳ ବିଭାଗ ସୁରକ୍ଷା ଦେଇଥିବା ଦେଖା ଦେଇଥିଲା । ତିରିଙ୍ଗ ଅଞ୍ଚଳର ସମସ୍ତ ବିଜେପି କର୍ମୀ ତଥା ଏ ଅଞ୍ଚଳର ଟାଣୁଆ ନେତା ନିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ସମସ୍ତ ଏସଏସଜି ଗ୍ରୁପର ମହିଳା ମାନେ ବଡ଼ଡାଳିମା ମୁଖ୍ୟ ବଜାରରୁ ଦୁଇ ବିଧାୟକଙ୍କୁ ହୂଳହୁଳି, ଫୁଲ ଚନ୍ଦନ  ଫୁଲତୋଡ଼ା ଦେଇ ତଥା ଉପଢୌକନ ଦେଇ ସ୍ବାଗତ କରାଯାଇଥିଲା । ଦୁଇ ବିଧାୟକ ପ୍ରଥମେ ବଜାରରେ ଥିବା ରାଧାକୃଷ୍ଣ ମନ୍ଦିରରେ ପୂଜା ଅର୍ଚ୍ଚନା କରି ପଣ୍ଡୁପାଣି ସ୍ପୋର୍ଟସକୁ ବାହାରି ଯାଇଥିଲେ ।ଏହି ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟତଃ ଭାବେ ତିରିଙ୍ଗ ଅଞ୍ଚଳର ବିଜେପି କର୍ମୀ ନିରଞ୍ଜନ ମହାପାତ୍ର, ରଜତ ( ଆଶିଷ ) ସାହୁ , ସରପଞ୍ଚ ରାମେଶ୍ବର ପୂର୍ତ୍ତି ,ସଞ୍ଜୀବ ମହାପାତ୍ର, ସୁନିଲ ସାୟାନ୍, ସନାତନ ସାହୁ , ସାମ୍ବାଦିକ ସୁବ୍ରତ କୁମାର ସାହୁ, ଯଦୁ ସୋରେନ , ସୁରେଶ ଓରାମ , ଯିତ୍ରାୟ ସୋରେନ , ହାରାଧନ ପାହାଡି , ଆଦ୍ଭୋକେଟ ପଙ୍କଜ ପାହାଡି , ହାରାଧନ୍ ବିନ୍ଧାଣି , ରାଏସେନ୍ ସିର୍କା , ଦେବୀ ଧୁଂଗିଆ , ସୂପାରି ଘୁଣି ତଥା ଅନ୍ୟମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

କୋଇଡା ସିପିଏମ ଆନୁକୁଲ୍ୟରେ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ବଳିଦାନ ଦିବସ ଅବସରରେ ସାଂପ୍ରଦାୟିକ ସଦଭାବନା ଦିବସ ପାଳିତ 

masiha

ଚେମ୍ବର ଅଫ କମର୍ସ ର ଦାବୀ ପରେ  ଧର୍ମଗଡ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ପାର୍କିଂ ବ୍ୟବସ୍ଥା ତ୍ଵରାନିତ

masiha

ଜଳ ବିଭାଜିକା ପ୍ରକଳ୍ପ ଦ୍ୱାରା ୩ ହେକ୍ଟର ଜମିରେ କାଜୁ ଚାରା ରୋପଣ 

Sunil Chandra Nayak

Leave a Comment

error: Content is protected !!