ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ଵିତୀୟ ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦ୍ ଘାଟିତ

ଦ୍ଵିତୀୟ ସର୍ବ ଭାରତୀୟ ଓଡ଼ିଶା ପର୍ଵତାରୋହଣ ଶିବିର ଉଦ୍ ଘାଟିତ

ଜୁନାଗଡ଼,୨/୧୦(ମ ନି ସ)ଜୁନାଗଡ଼ ସ୍ଥିତ ସରକାରୀ ଆଇ.ଟି. ଆଇ ଏବଂ କୁରୁଗୁଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସର ରେ ଦ୍ଵିତୀୟ ସର୍ବଭାରତୀୟ ଓଡ଼ିଶା ପର୍ବତାରୋହଣ ଶିବିର ଉଦ୍ ଘାଟିତ ହୋଇଯାଇଛି । ଏହାକୁ ଏନ୍.ସି. ସି ଗ୍ରୁପ୍ ମୁଖ୍ୟାଳୟ ପକ୍ଷରୁ ଆୟୋଜନ କରାଯାଉଅଛି। ଏହି ଶିବିର ରେ ସର୍ବଭାରତୀୟ ସ୍ତର ରୁ ୧୫ ଟି ରାଜ୍ୟ ର ୫୫୦ ରୁ ଅଧିକ ଏନ୍.ସି.ସି କ୍ୟାଡେଟ୍ସ୍ ଓ ଅଧିକାରୀ ମାନେ ଭାଗ ନେଇଛନ୍ତି । ଏହି ଶିବିର ଦ୍ଵାରା କଳାହାଣ୍ଡି ଓ ବଳାଙ୍ଗିର ଜିଲ୍ଲା ର ପ୍ରାକୃତିକ ବନାନୀ ଓ ଐତିହ୍ୟ ପୀଠ କୁ ସର୍ବଭାରତୀୟ ସ୍ତର ରେ ଲୋକାଲୋଚନ କୁ ଆଣିବାକୁ ପ୍ରୟାସ୍ କରାଯାଉଛି । ଉକ୍ତ ଶିବିର ଚଳିତ ୨୭ ତାରିଖ ରୁ ଆରମ୍ଭ ହୋଇ ଅକ୍ଟୋଵର୍ ୪ ତାରିଖ ଦିନ ଉଦ୍ ଯାପିତ ହେବାର ନିର୍ଦ୍ଧାରିତ ହୋଇଅଛି ।ଏହି ଶିବିର ଏନ୍.ସି.ସି ଦ୍ଵାରା ଆୟୋଜିତ ହୋଇଥିଲେ ମଧ୍ୟ ଏହାକୁ ସୂଚାରୁ ରୂପେ ସମ୍ପାଦନ କରିବାକୁ କଳାହାଣ୍ଡି ଜିଳ୍ଳାପାଳ ଏବଂ ଜିଲ୍ଳା ର ଅନ୍ୟ ଅଧିକାରୀ ମାନଙ୍କ ଅବଦାନ ରହିଅଛି ।କର୍ଣ୍ଣଲ୍ ସାଗର କୁମାର ମହାନ୍ତି ଏନସିସି ଡ଼ାଇରେକ୍ଟର ଉକ୍ତ କ୍ୟାମ୍ପ କୁ ସମ୍ବୋଧନ କରିଥିଲେ ।

ସର୍ଭ ଭାରତୀୟ ଓଡ଼ିଶା ପର୍ବତାରୋହଣ କାର୍ଯ୍ୟକ୍ରମ ରେ ପ୍ରଥମ ଦିନ ସମସ୍ତ ଏନ୍.ସି.ସି କ୍ୟାଡେଟ୍ସ୍ ମାନଙ୍କ ଦ୍ଵାରା ଜୁନାଗଡ଼ ରେ ମାଁ ଲଙ୍କେଶ୍ଵରୀ ଦେଵୀ ଙ୍କର ଦର୍ଶନ କରାଯାଇ କାର୍ଯ୍ୟକ୍ରମ କୁ ଆରମ୍ଭ କରାଯାଇଥିଲା । ଏହାପରେ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ଦ୍ଵାରା ଏକ ସଡ଼କ ସୁରକ୍ଷା ସଚେତନତା ରାଲି କରାଗଲା । 

ସମସ୍ତ ଏନ୍.ସି.ସି କ୍ୟାଡେଟ୍ ମାନଙ୍କ ଦ୍ଵାରା କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରୁ ଜୁନାଗଡ଼ ସହର ପରିକ୍ରମା କରାଯାଇଥିଲା ଏବଂ ବିଭିନ୍ନ ରାଜ୍ୟର କ୍ୟାଡେଟ୍ ମାନଙ୍କ ଦ୍ଵାରା ସଂନ୍ଧ୍ଯାକାଳୀନ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଏସସି ଏସଟି ଏଟ୍ରୋସିଟି ଆକ୍ଟ ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବିଦ୍ୟାଳୟ ସାମନ୍ନାରେ ଏକ ଫୁଟ ଗାତ ଗାଡି ଚଳା ଚଳ ଅସୁବିଧା 

masiha

ଦିବ୍ୟାଙ୍ଗଙ୍କ ଆଗ୍ରହ ପଛରେ ହାର ମାନିଛି ପାଠପଢା, ଦଶମ ଶ୍ରେଣୀର ପରୀକ୍ଷାରେ ସାହାଯ୍ୟ କରୁଛନ୍ତି ଅନ୍ୟ ଜଣେ ନବମ ଶ୍ରେଣୀର ଛାତ୍ରୀ

Sunil Chandra Nayak

Leave a Comment

error: Content is protected !!