ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ

ରାଉରକେଲା: ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ କାର୍ଯ୍ୟ କରୁଥିବା ଜାତୀୟ ସେବା ଯୋଜନା ବା ଏନ୍‌ଏସ୍‌ଏସ୍‌ର ପ୍ରତିଷ୍ଠା ଦିବସ ପ୍ରତିବର୍ଷ ସେପ୍ଟେମ୍ବର ୨୪ ତାରିଖ ଦିନ ସାରା ଦେଶରେ ପାଳିତ ହୋଇଥାଏ । ଏହି ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ । ଏହା ସହିତ ଛାତ୍ର ଜୀବନରେ ଶୃଙ୍ଖଳା ଓ ରାଷ୍ଟ୍ରନିର୍ମାଣର ଭୂମିକା ସଂପର୍କରେ ଏହି ଅବସରରେ ଆଲୋଚନା କରାଯାଇଥାଏ । ଏହି କ୍ରମରେ ଚଳିତ ବର୍ଷ ଦିବସ ପାଳନର ପ୍ରସଙ୍ଗ ‘ସ୍ବଭାବ ସ୍ବଚ୍ଛତା ସଂସ୍କାର ସ୍ବଚ୍ଛତା’ କୁ ନେଇ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସ୍ବଚ୍ଛତା ଶପଥ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ର ସଂଯୋଜକ ଅଧ୍ୟାପକ ସମୀର ସୌରଭ ପୃଷ୍ଟି ଏବଂ ସଂଯୋଜିକା ଅଧ୍ୟାପିକା ରାମେଶ୍ବରୀ ଭୋଇ ଏନ୍‌ଏସ୍‌ଏସ୍‌ର ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ସ୍ବଚ୍ଛତା ଶପଥ ନେଇଥିଲେ । ଏହି ଶପଥ ମାଧ୍ୟମରେ ନିଜ ନିଜର ବାସସ୍ଥାନ ସମେତ ଅଧ୍ୟୟନ କରୁଥିବା ଅନୁଷ୍ଠାନ ପରିସରକୁ ସ୍ବଚ୍ଛ ରଖିବା ନିମନ୍ତେ ଉପସ୍ଥିତ ସମସ୍ତ ବ୍ୟକ୍ତି ପ୍ରତିଶ୍ରୁତି ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ୍ ଦେଉଥିବା ଯୁବକ ଉଦ୍ଧାର 

masiha

ପାପଡ଼ାହାଣ୍ଡି ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ l

Sunil Chandra Nayak

ରାଗିଂ: ତିନି ମହଲାରୁ ସହପାଠୀ ଛାତ୍ରଙ୍କୁ ଠେଲିଦେବା ଅଭିଯୋଗ। ଗୁରୁତର ଛାତ୍ର ଡାକ୍ତରଖାନାରେ ଭର୍ତ୍ତି…

masiha

Leave a Comment

error: Content is protected !!