ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡ଼ିଶାରୁ ଉତ୍ତର ଓଡ଼ିଶାକୁ ରେଳ ଚଳାଚଳ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କ ପାଖରେ ଦାବି

ରାଉରକେଲା/ ରାଉରକେଲା – ଚକ୍ରଧରପୁର- କେନ୍ଦୁଝର- ଜାଜପୁର ରୋଡ- ଭଦ୍ରକ- ବାଲେଶ୍ଵର ଇଣ୍ଟରସିଟି ପାଇଁ ସୁନ୍ଦରଗଡ଼, ମୟୁରଭଞ୍ଜ, କେନ୍ଦୁଝର, ଜାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାର ୮ଟି ସାମାଜିକ ଅନୁଷ୍ଠାନ ତରଫରୁ ଏକ ପ୍ରତନିଧି ଦଳ ଦିଲ୍ଲୀ ଯାତ୍ରା କରିଥିଲେ। ଦିଲ୍ଲୀରେ ରହଣି ସମୟରେ ଶଶଧର ପାତ୍ର, ଜଗନ୍ନାଥ ରାଉତ ଓ ଅକ୍ଷୟ କୁମାର ଦାସ ମାନ୍ୟବର ସାଂସଦ ଜୁଏଲ ଓରାମ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସହିତ ସାକ୍ଷାତ କରିଥିଲେ। ରାଉରକେଲାରୁ ରହି ନିହାର ରାୟ ଜୁଏଲ ଓରାମଙ୍କ ସହଯୋଗରେ ସଂସଦ ଭବନ ପରିସରରେ ମାନନୀୟ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ସହ ସାକ୍ଷାତ କରିବାର ବ୍ୟବସ୍ଥା କରିଥିଲେ। ମନ୍ତ୍ରୀ ମହୋଦୟଙ୍କୁ ରେଳ ଚଳାଚଳର ଆବଶ୍ୟକତା, ଉପକାରିତା, ରୁଟ୍, ତୀର୍ଥ କ୍ଷେତ୍ରର ଉନ୍ନତି, ସମୟ ଓ ଅର୍ଥର ସଦୁପଯୋଗ ଆଦି ବିଶଦ ବିବରଣୀ ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ଉତ୍ତର ଓଡିଶା ରେଳ ସମନ୍ୱୟ ସମିତି, ଧାମରା ସଂଘ, ବିରଜା ସଂଘ, ସୁବର୍ଣ୍ଣରେଖା, ରାଜକନିକା ବିକାଶ ପରିଷଦ, ରେଳ ବିକାଶ ସମିତି, ବାସୁଦେବପୁର ଜନକଲ୍ୟାଣ ପରିଷଦ, ଶ୍ରୀ ଲକ୍ଷ୍ମୀ ବରାହ ସଂଘ, ବାସନ୍ତୀ ପରିଷଦ, ରାଜକନିକା ବିକାଶ ପରିଷଦ, ସଚେତନ ନାଗରିକ ମଞ୍ଚ ଆଦି ଅନେକ ଅନୁଷ୍ଠାନ ନିଜ ନିଜର ଦାବିପତ୍ର ଉପସ୍ଥାପନ କରିଥିଲେ। ରେଳମନ୍ତ୍ରୀ ମହୋଦୟ ଏହାକୁ ବିଚାରକୁ ନିଆଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଥିଲେ। ଉକ୍ତ ଆଲୋଚନା ସମୟରେ ଓଡିଶା ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ପାତ୍ର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ ଉପସ୍ଥିତ ରହି ଏହି ଦାବି ସପକ୍ଷରେ ସମର୍ଥନ ପ୍ରଦାନ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଅଗ୍ନୀକାଣ୍ଡରେ ଜଳିଗଲା ୨ ବଖରା ଘର:ଲକ୍ଷାଧିକ ଟଙ୍କାର ସମ୍ପତି ପୋଡି ପାଉଁଶ

Sunil Chandra Nayak

ବିଧାୟକଙ୍କ ମଦ ବିକ୍ରି ଲଢେଇ ବିଫଳ, କର୍ମୀ ହତାଶ , ଭାଟି ଖୋଲିଲା ପ୍ରଶାସନ 

masiha

Leave a Comment

error: Content is protected !!