ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ବାଗତ ସଂବର୍ଧନା 

ମୟୂରଭଞ୍ଜ- ୧୩/୭ ( ମସିହା)ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କ ଉଦ୍ଦେଶ୍ଯ ରେ ଇନ୍ଡକ୍ସନ ସଭା ଶନିବାର ଦିନ ଅନୁଷ୍ଠିତ ହୋଇ ଯାଇଛି।ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ଆବାହକତ୍ବ ରେ ଆୟୋଜିତ ଏହି ସଭା ରେ ସମସ୍ତ କଲା,ବିଜ୍ଞାନ ଓ ଶିକ୍ଷା ର ନବାଗତ ଛାତ୍ରୀମାନଙ୍କୁ କଲେଜ କର୍ମଚାରୀମାନେ ଚକଲେଟ ଦେଇ ସ୍ବାଗତ କରାଯାଇଥିଲା।ସମସ୍ତଙ୍କୁ କଲେଜ ର ଇତିହାସ, ବିଭିନ୍ନ ବିଭାଗ, କଲେଜ କର୍ମଚାରୀ ଓ ଅନ୍ଯାନ୍ଯ ବିଷୟ ଉପରେ ଚର୍ଚା କରାଯାଇଥିଲା।ଅନେକ ଛାତ୍ରୀମାନେ ବିଭିନ୍ନ ଧରଣର ଯଥା ବକ୍ତୃତା, ସଂଗୀତ ଇତ୍ୟାଦି ପରିବେଷଣ କଲେ।କଲେଜ ର ସମସ୍ତ କର୍ମଚାରୀ ନିଜ ପରିଚୟ ପ୍ରଦାନ ପରେ ଛାତ୍ରୀମାନଙ୍କ ଭବିଷ୍ଯତ ଉପରେ ବକ୍ତବ୍ଯ ରଖିଥିଲେ। ଛାତ୍ରୀମାନଙ୍କ ମଧ୍ଯରୁ ମୋନାଲିସା ମହାପାତ୍ର, ସ୍ନେହା ବେହେରା,ଆଇସା ମଣ୍ଡଳ, ଲବଲୀ ମଣ୍ଡଳ, ମୋନାଲୀ ହେମ୍ଭ୍ରମ, ବିଶ୍ବଜୀତା ଗିରି,ଦୀପିକା ମହାନ୍ତ, ମାମୁନି ପ୍ରଧାନ, ମାମିନା ରାଣା,ସଂଜନା ଦାସ,ଯାଶ୍ମି ହେମ୍ଭ୍ରମ, ଶକୁନ୍ତଳା ମହାକୁଡ ସହଯୋଗ କରିଥିଲେ।ସଭାଶେସରେ ଅଧ୍ୟାପକ ରାଜେନ୍ଦ୍ର ମଣ୍ଡଳ ତାଙ୍କ ବକ୍ତବ୍ଯ ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଟ୍ରେନ ରୁ ଖସି ଯୁବକ ମୃତ, ରେଡକ୍ରସ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ 

ବିପିୟୁଟି ର ଦ୍ବିଦିବସୀୟ ଗବେଷଣା କନକ୍ଲେଭ ୨୦୨୫ ଉଦଘାଟିତ 

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଟିତ

Sunil Chandra Nayak

Leave a Comment

error: Content is protected !!