ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଇରା ପ୍ରାଣୀ ଚିକିତ୍ସାଳୟରେ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି ବନ୍ଦ

ଖଇରା ପ୍ରାଣୀ ଚିକିତ୍ସାଳୟରେ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି ବନ୍ଦ

ବାଲେଶ୍ଵର,୦୯/୯/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଖଇରା ପ୍ରାଣୀ ଚିକିତ୍ସାଳୟର ମୋବାଇଲ ଗାଡି ଡ୍ରାଇଭର ଅନୁପସ୍ଥିତି ଯୋଗୁଁ ତା ୦୭.୯.୨୦୨୩ ଓ ତା ୦୮.୯.୨୦୧୩ ରିଖ ଦୁଇ ଦିନ ଭ୍ରାମ୍ୟମାଣ ମୋବାଇଲ ଗାଡ଼ି କୌଣସି ଗାଁ କୁ ଯାଇନାହିଁ, ଏବିଷୟରେ ପ୍ରଥମେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରିତାଞ୍ଜଳୀ ନାୟକଙ୍କୁ ପଚାରିବାରୁ କହିଲେ ଡ୍ରାଇଭର ଭୁବନେଶ୍ୱର ଯାଇଛି ଆମ୍ବୁଲାନ୍ସ ଗାଡ଼ି ଆଣିବାକୁ, ପରେ ବାଲେଶ୍ଵର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସୁକେନ୍ଦୁ ରାଏ ମଧ୍ୟ ସମାନ କଥା କହିଛନ୍ତି ଡ୍ରାଇଭର ଭୁବନେଶ୍ୱର ଯାଇଛି ଆମ୍ବୁଲାନ୍ସ ଗାଡ଼ି ଆଣିବାକୁ, ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ବନମାଳୀ ସାହୁଙ୍କୁ ମୋବାଇଲରେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା, ଡ୍ରାଇଭର ଜଣେ ପ୍ରାଇଭେଟ୍ ଭ୍ରାମ୍ୟମାଣ ଗାଡି ମାଲିକଙ୍କ ନିକଟରେ ତାର ଡ୍ରାଇଭର ଚାକିରୀ କରି ମାସିକ ଦରମା ପାଏ, ହେଲେ କେଉଁ କାରଣରୁ ସରକାରୀ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ଆଣିବାକୁ ପ୍ରାଇଭେଟ୍ ମାଲିକଙ୍କ ଡ଼୍ରାଇଭରଙ୍କୁ କିଏ ଆଦେଶ କରିଥିଲେ, ଆମ୍ବୁଲାନ୍ସ ଆଣିବା ପାଇଁ, ଏହି ଦୁଇ ଦିନ ଯେଉଁ ଭ୍ରାମ୍ୟମାଣ ଗାଡି ଗାଁକୁ ଗଲା ନାହିଁ, ଏହି ଦୁଇ ଦିନର ଗାଡ଼ି ମାଲିକ ଗାଡ଼ି ଭଡ଼ା କାହାଠାରୁ ସରକାର ରାଜକୋଷରୁ ନା ଯେଉଁ ଅଧିକାରୀ ଆଦେଶ ପ୍ରଦାନ କରିଛନ୍ତି, ସେ ଦୁଇ ଦିନର ଗାଡ଼ି ଭଡ଼ା ବାବଦକୁ ପ୍ରାୟ ୨ ହଜାର ଟଙ୍କା କିଏ ଦେବ, ଗାଡ଼ି ଭଡ଼ା ପ୍ରାୟ ମାସକୁ ୩୦ ହଜାର ଟଙ୍କା ଦେବାକୁ ପଡୁଥିବା ବେଳେ ଏହି ଦୁଇ ଦିନର ଗାଡ଼ି ଗାଁ କୁ ନଯାଇ କିଏ ବହନ କରିବ ,ସେ ବିଷୟରେ ସାଧାରଣରେ ଚର୍ଚ୍ଚା ହେଉଛି, କିଛି ଗୋପାଳକ ଚାଷୀମାନେ ଆଲୋଚନା କରୁଛନ୍ତି, ଏଥିପୂର୍ବରୁ ଭ୍ରାମ୍ୟମାଣ ମୋବାଇଲ ଗାଡ଼ିରେ କୌଣସି ଡ଼ାକ୍ତର କିମ୍ବା ଅଭିଜ୍ଞତା ଥିବା କର୍ମରଚାରୀ ଗାଁକୁ ଚିକିତ୍ସା ନିମନ୍ତେ ଯାଉନାହାନ୍ତି, ପ୍ରତ୍ୟେକ ଦିନ ଜଣେ ଅଜଣା ବ୍ୟକ୍ତି ଉକ୍ତ ଭ୍ରାମ୍ୟମାଣ ମୋବାଇଲ ଗାଡ଼ିରେ ଗାଁକୁ ଯାଉଥିବା ଅଭିଯୋଗ ହେଉଛି, ଏବିଷୟରେ ବିଭାଗର ଉଚ୍ଚପଦସ୍ଥ ଅଧିକାରୀ ନିକଟରେ କୌଣସି ଖବର ଅଛି କି ନାହଁ ତାହା ବର୍ତ୍ତମାନ ସୁଦ୍ଧା ଅସଷ୍ଠ, ଯଦି ଭବିଷ୍ୟତରେ ସେ ଅଜଣା ବ୍ୟକ୍ତି ଭ୍ରାମ୍ୟମାଣ ମୋବାଇଲ ଗାଡ଼ିରେ ଯାଇ ଚିକିତ୍ସା କରନ୍ତି, ତାହାଲେ ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଜଣାଇବା ସଙ୍ଗେ ସଙ୍ଗେ ଆଇନ୍ ରେ ଆଶ୍ରୟ ନେବାକୁ ଆଇନଜୀବୀ ଉପେନ୍ଦ୍ର ପ୍ରସାଦ ଭୂୟାଁ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇସ୍ପାତ ନଗରୀ ରାଉରକେଲାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ……

masiha

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

ପ୍ରଧାନମନ୍ତ୍ରୀ ରାସ୍ତା ହେଲା କାଦୁଅ ରାସ୍ତା, ବିଭାଗୀୟ ଅଧିକାରୀ ନୀରବ ଦ୍ରଷ୍ଟା

masiha

Leave a Comment

error: Content is protected !!