ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

ସମାଜସେବୀ ପ୍ରଦୀପ ପାଢ଼ୀଙ୍କ ଅକାଳ ବିୟୋଗ

ଜୁନାଗଡ଼,୯/୯(ମ ନି ସ) ଜୁନାଗଡ଼ ସହରର ଲୋକପ୍ରିୟ ସମାଜସେବୀ ପ୍ରଦୀପ ପାଢ଼ୀ(ଟୁଟୁ ପାଢ଼ୀ)ଙ୍କ ସନିବାର ଦିନ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଅକାଳ ବିୟୋଗ ହୋଇଯାଇଛି।ମୃତୁବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସେ କିଛିଦିନ ହେଲା କିଡନୀ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର କିମ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।ତାଙ୍କ ମରଶରୀରକୁ ଜୁନାଗଡ଼ ସହରକୁ ଅଣାଯାଇଥିଲା ସେଠାରେ ଅନେକ ପ୍ରିୟଜନ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କର ୨ ଝିଅ ରହିଛନ୍ତି।ସ୍ଥାନୀୟ ହାତୀନଦୀ ସ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ଏଥିରେ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସହ ସହରବାସୀ ଉପସ୍ଥିତ ରହି ଥିଲେ।ସ୍ବର୍ଗତ ପାଢ଼ୀ କଂଗ୍ରେସ ଦଳର ଜଣେ ବରିଷ୍ଠ ସଦସ୍ୟ ଥିଲେ ଏବଂ ଜୁନାଗଡ଼ ଏନଏସି ର ପାରିଷଦ ରହିଥିଲେ ସେ ଜୁନାଗଡ଼ ପେକ୍ସ ନିର୍ଦ୍ଦେଶକ ମଧ୍ୟ ରହିଥିଲେ।ତାଙ୍କ ବିୟୋଗରେ ସହରରେ ଗଭୀର ଶୋକରଛାୟା ଖେଳିଯାଇଛି।ଜୁନାଗଡ଼ ବିଧାୟକ କେପଟେନ ଦିବ୍ୟଶଙ୍କର ମିଶ୍ର, ନଗରପାଳ ମୁକେଶ ଅଗ୍ରୱାଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତଚରଣ ଦାସ,ଲୟନ ମଣିକଚନ୍ଦ ଅଗ୍ରୱାଲ,ବେଦପ୍ରକାଶ ଗୋଏଲ,ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସ, ପ୍ରଭାତ ଦାସ,ବରିଷ୍ଠ ଓକିଲ ସୁରେଶ ଚନ୍ଦ୍ର ପଣ୍ଡା, ମଦନମୋହନ ସାହୁ, ଅଶୋକ କୁମାର ପାତ୍ର, ଶିଶିର ପଟ୍ଟନାୟକ, ହିମାଂଶୁ ଶେଖର ବରାଡ଼, ପୂର୍ବତନ ବ୍ଲକ ଅଧକ୍ଷ୍ୟ ରଶ୍ମିରଞ୍ଜନ ନାୟକ ,ମନୋଜ କୁମାର ମେହେର,ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼,ମହେଶ ସାହୁ, ବିଜୟ ଲଷ୍ମୀ କନ୍ଦପାନ,ସମାଜସେବୀ ଦୁର୍ଗାପ୍ରସାଦ ନାଏକ,ରଞ୍ଜନ କୁମାର ଜାଳ, ବିଶ୍ୱନାଥ କର,ଖଗେଶ୍ୱର ଧଙ୍ଗଡାମାଝୀ, ସନ୍ତୋଷ ସିଂହଦେଓ,ନରେନ୍ଦ୍ର ଖିତି,ନିଲୁ ମାଝୀ, ମିନୁ କନ୍ଦପାନ,ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ସ୍ବର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

I am deeply saddened to hear about the passing of Tutu , MY deepest sympathy goes to his family at this difficult time , may his soul rest in peace .
Sunil chandra nayak 

Related posts

ଆରାଧ୍ୟା କଲଚରାଲ୍ ଏକାଡ଼େମୀ ପକ୍ଷରୁ ମାନ୍ୟବର କଟକ ଜିଲ୍ଲା ସାଂସଦଙ୍କୁ ସମ୍ବର୍ଧନା 

masiha

ଇସ୍ରୋ ର ବୈଜ୍ଞାନିକ ମାନେ ସରକାରୀ ସ୍କୁଲ ର ଛାତ୍ରଛାତ୍ରୀ.. ନିରଞ୍ଜନ 

masiha

ପାନୀୟ ଜଳ ଯୋଗାଣକୁ ନେଇ ଜନ ପ୍ରତିନିଧି ଓ ବ୍ଲକ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!