ଢେଙ୍କାନାଳ ପୌରାଞ୍ଚଳର ତିନି ନମ୍ବର ୱାର୍ଡ ମଧୁବନରେ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ
ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅଂଚଳବାସୀଙ୍କ ଧନ୍ୟବାଦ ପ୍ରଦାନ
ଅଂଚଳର ଶହ ଶହ ନିବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି
ଢେଙ୍କାନାଳ: ତା.୨୦.୦୨.୨୦୨୬ ରିଖ: (ମ ନି ସ)ସ୍ଥାନୀୟ ଢେଙ୍କାନାଳ ପୌରାଞ୍ଚଳର ତିନି ନମ୍ବର ୱାର୍ଡ ମଧୁବନରେ ନନ୍ଦିନୀ ଶତପଥି ଶିଶୁ ଉଦ୍ୟାନର ପ୍ରାଚୀର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି।ଅଂଚଳର ଶହ ଶହ ନିବାସୀଙ୍କର ଦୀର୍ଘ ଦିନର ସ୍ୱପ୍ନ ଆଜି ସାକାର ହେବାକୁ ଯାଉଛି।ଅଞ୍ଚଳବାସୀ ପ୍ରାୟ ୨୦ ବର୍ଷ ପୂର୍ବରୁ ୧୨ ଗୁଣ୍ଠର ଏକ ସରକାରୀ ଜମିମାଫିଆଙ୍କ କବଳରୁ ଉଦ୍ଧାର କରି ଆର୍ ଡି ସିଙ୍କ ଆଦେଶରେ ଏହି ବହୁମୂଲ୍ୟ ଜମିଟିକୁ ଏକ ଆମୋଦ ପ୍ରମୋଦ ଉଦ୍ୟାନ ପିଲା ମାନଙ୍କ ଖେଳିବା ପାଇଁ ହେଉ ଅବା ବୟସ୍କ ମାନଙ୍କ ପ୍ରାତଃ ଓ ସଂଧ୍ୟାରେ ପାଦଚାଲିବା ଉଦ୍ଦେଶ୍ୟରେ ବ୍ୟବହାର କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଆସୁଥିଲେ।ସେତେବେଳେ ଢେଙ୍କାନାଳ ତହସିଲଦାର ୨ ଲକ୍ଷ ଖର୍ଚ୍ଚ କରି ଜମିଟିକୁ ଚାରିଆଡୁ ଲୁହାଖୁଣ୍ଟ ଓ ତାର ବାଡ଼ ଦେଇ ଏହା ସରକାରୀ ଜାଗା ଓ ଅନୁପ୍ରବେଶକାରୀ ଦଣ୍ଡନୀୟ ଅପରାଧରେ ଲାଗୁଥିବା ଧାରା ଆନୁସାରେ ଦଣ୍ଡିତ ହେବେ ବୋଲି ଚେତେଇ ଦିଆଯାଇଥିଲା।କିନ୍ତୁ,କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଓ ସହରର ଜମିମାଫିଆ ତାର ବାଡ଼ ଭାଙ୍ଗି ଜମିର ଜବରଦଖଲ ଉଦ୍ୟମ ଓ ରାସ୍ତା ନିର୍ମାଣ ଉଦ୍ୟମ ଓ ବହୁମୂଲ୍ୟ ଜମିଟିକୁ ଭୁବନେଶ୍ୱରର ଜମି ଦଲାଲଙ୍କ ହାତକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ।କିନ୍ତୁ,ଅଂଚଳବାସୀଙ୍କ ତୀବ୍ର ବିରୋଧ,ମେଡ଼ିଆ ରିପୋର୍ଟ୍ସ, ଢେଙ୍କାନାଳ ଜିଲ୍ଲାପାଳ,ବିଧାୟକ,ରାଜସ୍ୱମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଚିଠି ଲେଖି ଓ ଭେଟି ଅଂଚଳବାସୀ ଏହି ବହୁମୂଲ୍ୟ ୧୨ ଗୁଣ୍ଠ ଜମିକୁ ରକ୍ଷା କରିବାକୁ ସକ୍ଷମ ହୋଇଥିଲେ।କିଛି ବ୍ୟକ୍ତି ଏ ଜମିରେ ଏକ ଅବୈଧ ନିର୍ମାଣ କରି ଏଠାରେ କିଛି ଅନୈତିକ କାର୍ଯ୍ୟ ମଧ୍ୟ କରୁଛନ୍ତି ବୋଲି ସୂଚନା ମିଳୁଛି।ଅଂଚଳବାସୀ ଏ ସମସ୍ତ ବିଷୟ ଢେଙ୍କାନାଳ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ,ଡ଼ିଜି ପୋଲିସଙ୍କ ଦୃଷ୍ଟିକୁ ଆଣିଥିଲେ।ବେଆଇନ ନିର୍ମାଣ ଭଙ୍ଗାଯିବ ବୋଲି ନିଷ୍ପତ୍ତି ହୋଇଛି ଓ କେହି ଏ ସରକାରୀ ଜମିରେ କୌଣସିଆଡ଼ୁ ରାସ୍ତା ନେଇପାରିବେ ନାହିଁ ବୋଲି ସରକାରଙ୍କ ଶକ୍ତ ଆଦେଶ ରହିଛି।ରାଷ୍ଟ୍ରୀୟ ଶିଶୁ ଆୟୋଗ ଏନ୍ ସି ପି ସି ଆର୍ ଓ ଓଡିଶା ରାଜ୍ୟ ମାନବାଧିକାର ଆୟୋଗଙ୍କ କଡା ନିର୍ଦେଶ ଏହାର ସୁରକ୍ଷା ଓ ଶିଶୁ ଉଦ୍ୟାନ ନିର୍ମାଣ ଆଦେଶ ଶହ ଶହ ଅଞ୍ଚଳବାସୀଙ୍କ ମୁଁହରେ ହସ ଫୁଟେଇଛି।ଏଵେ ପ୍ରଥମ ପର୍ଯ୍ୟୟରେ ଢେଙ୍କାନାଳ ମ୍ୟୁ ନିସିପାଲିଟି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଜମିଟିକୁ ଚାରିପଟୁ ପଥର ପ୍ରାଚୀର ନିର୍ମାଣ ନିମନ୍ତେ ୫ ଲକ୍ଷ ଟଙ୍କା ମଂଜୁର କରିଛନ୍ତି ଓ ଆଊ ୫ ଲକ୍ଷ ଶିଶୁ ଉଦ୍ୟାନର ନିର୍ମାଣ ପାଇଁ ମଧ୍ୟ ଦେଇଛନ୍ତି।ପ୍ରାଚୀର ନିର୍ମାଣ କାମ ଆରମ୍ଭ ହୋଇଛି ପ୍ରାୟ ୧୦୦ ଫୁଟ ପ୍ରାଚୀର ପାଇଁ ଗାତ ଖୋଳା ହୋଇଛି।ସେଥିପାଇଁ ଅଂଚଳବାସୀ ବହୁତ ଖୁସି।କାମ ଜଲଦି ସରିଲେ ନିଜେ ପୌରାଧକ୍ଷା ଏହାର ଉଦ୍ ଘାଟନ କରିବେ ବୋଲି ରାମଚନ୍ଦ୍ର ପାତ୍ର ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଅଂଚଳବାସୀ କାର୍ଯ୍ୟର ଅଗ୍ରଗତି ବିଷୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ମହାପାତ୍ର ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ କାର୍ଯ୍ୟାଳୟକୁ ରୀତିମତ ରିପୋର୍ଟ ପଠାଉଛନ୍ତି।ଦୀର୍ଘ ଦିନ ଧରି ଭିତ୍ତିପ୍ରସ୍ତର ପଡ଼ିଥିଲେ ମଧ୍ୟ କାର୍ଯ୍ୟରେ ଶିଥିଳତା ଯୋଗୁଁ ଅଂଚଳବାସୀ ଅସନ୍ତୋଷରେ ଥିଲେ ଏବେ ସମସ୍ତେ ଆନନ୍ଦ ପ୍ରକାଶ କରୁଛନ୍ତି।ୱାର୍ଡ ୩ ରୁ ବିଜୁ ନନ୍ଦ,ସନ୍ତୋଷ ବେହେରା,ସୌମ୍ୟା ବେହେରା ସତ୍ୟାନନ୍ଦ ବେହେରା,ଡ଼ା.ସତ୍ୟଜିତ ମିଶ୍ର,ଡ଼ା.ମହେଶ୍ୱର ମହାପାତ୍ର,ଜୁବୁ ମହାପାତ୍ର,ଅବସର ପ୍ରାପ୍ତ ଶିକ୍ଷକ ଅନ୍ତର୍ଯ୍ୟାମୀ ତ୍ରିପାଠୀ, ଅନିମେଷ ରାଉତ,ନିବେଦିତା ସ୍ୱାଇଁ,ହିମାଦ୍ରୀ ମଲ୍ଲିକ ଅତୁଲ୍ୟ ନନ୍ଦ,ସୁଧୀର ବେହେରା,ଡ଼ା.ଐଶ୍ୱର୍ଯ୍ୟ ମିଶ୍ର,ତପନ ପଟ୍ଟନାୟକ, ଦ୍ୱିତୀକୃଷ୍ଣ ମଲ୍ଲିକ,ବୀଚି ବେହେରା,ମୁନା ପଟ୍ଟନାୟକ,ହିମାଂଶୁ ମଲ୍ଲିକ,ବରିଷ୍ଠ ଶିକ୍ଷାବିତ୍ ତଥା ସମାଜସେବୀ ଡ଼ା.ଦେବୀ ପ୍ରସାଦ ମିଶ୍ର ଓ ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତ ପ୍ରମୁଖ ଏଥିପାଇଁ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର,ସମାଜସେବୀ ରାମଚନ୍ଦ୍ର ପାତ୍ର,ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର,ଢେଙ୍କାନାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଢେଙ୍କାନାଳଙ୍କୁ ଗଭୀର କୃତଜ୍ଞତା ଜଣାଇଛନ୍ତି।ସର୍ବୋପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଅଂଚଳବାସୀ ଧନ୍ୟବାଦ ମଧ୍ୟ ଜଣେଇଛନ୍ତି।
ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ

