ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

ନବରଙ୍ଗପୁରରେ ପୁରାତନ ଛାତ୍ରମାନଙ୍କ ମିଳନ ଉତ୍ସବ ପାଳିତ 

ନବରଙ୍ଗପୁର:(୧୪|୧୨)(ରବି ନାରାୟଣ ମହାନ୍ତି ନବରଙ୍ଗପୁର ଜିଲ୍ଲା ପି ଏମ୍ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରାଙ୍ଗଣ ପରିସରରେ ଆଜି ପୁରାତନ ଛାତ୍ର ମିଳନ ଉତ୍ସବ ଅନୁଷ୍ଟିତ ହୋଇଯାଇଛି l ଉକ୍ତ ମିଳନ ଉତ୍ସବରେ ୫୦ ରୁ ଉର୍ଦ୍ଧ୍ବ ଛାତ୍ର ଅଂଶ ଗ୍ରହଣ କରିଥିଲେ l ଏହି ଅବସରରେ ଉକ୍ତ ବିଦ୍ୟାଳୟର ପ୍ରାଚାର୍ଯ୍ୟ ହିତେଶ କୁମାର ବର୍ମା ପୁରାତନ ଛତ୍ରମାନଙ୍କୁ ସର୍ବଦା ସାମାଜ ସେବା ଓ କର୍ତ୍ତବ୍ୟନିଷ୍ଠ ହୋଇ କାର୍ଯ୍ୟ କରିବା ପାଇଁ ଆହ୍ଵାନ କରିଥିଲେ l ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ହୋତା ବେଶ୍ ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ଶ୍ରୀ ଶ୍ରୀମନ୍ତ କୁମାର ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ l ସଭାରେ ପୁରାତନ ଛାତ୍ର ସଂଘ ର ସଭାପତି, ସମ୍ପାଦକ ସହ ଅନ୍ୟ ସଦସ୍ୟ ମାନଙ୍କ ର ନିର୍ବାଚନ ହୋଇଥିଲା l ଶେଷରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l    

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ହାପି ମୋମେଣ୍ଟସ ଇଣ୍ଡିଆ ର ୧୪ ତମ ପ୍ରତିଷ୍ଠା ଦିବସ ପାଳନ 

କାମାକ୍ଷାନଗର ମହୋତ୍ସବ ଚତୁର୍ଥ ସନ୍ଧ୍ୟାରେ ଯୋଗ ଦେଲେ ଆରକ୍ଷୀ ଉପମହା ନିରୀକ୍ଷକ ଅନୁପ ସାହୁ ଓ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ 

Sunil Chandra Nayak

ବାଗପୁର ଉଚ୍ଚ ବିଦ୍ୟାଳୟ ୫ଟି ରେ ଅନ୍ତର୍ଭୁକ୍ତ ଓ ଲୋକାର୍ପିତ

Leave a Comment

error: Content is protected !!