ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

ଜିଲ୍ଲା ର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ର ସାଧାରଣ ସମ୍ପାଦକ ଙ୍କୁ ବ୍ୟାଙ୍କ କର୍ମଚାରୀ ଙ୍କ ଦୁର୍ବ୍ୟବହାର କୁ ନେଇ ଥାନା ଦ୍ୱାରସ୍ଥ ଜିଲ୍ଲା ସାମ୍ବାଦିକ ସଙ୍ଘ

ନବରଙ୍ଗପୁର:( ୧୪/୧୨)(ରବି ନାରାୟଣ ମହାନ୍ତି)ବ୍ୟାଙ୍କ ଅଫ ମହାରାଷ୍ଟ୍ର ନବରଙ୍ଗପୁର ଶାଖାର କୋଷାଧକ୍ଷ ଶ୍ରୀ ସତ୍ୟପ୍ରିୟ ପ୍ରଧାନ ଗତ ୩୦.୧୧.୨୦୨୪ ମଧ୍ୟ୍ୟlନ୍ନ ପ୍ରାୟ ୧୨ ଘ ସମୟରେ, ନବରଙ୍ଗପୁର ଜିଲ୍ଲା ଓ. ୟୁ. ଡବ୍ଲୁ. ଜେ, ସାମ୍ବାଦିକ ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀ ଅଶୋକ ସାହୁ ପୂର୍ବରୁ ବ୍ୟାଙ୍କ ଶାଖାରେ ଖୋଲା ଯାଇଥିବା ଜିଲ୍ଲା ସଙ୍ଘର ବ୍ୟାଙ୍କ ପାସ ବୁକ ଓ ଚେକବୁକ ତଥା ଜିଲ୍ଲା ସଭାପତି ପରିଵର୍ତ୍ତନ ର ବିଷୟ ନେଇ ଶାଖା ପରିଚାଳକଙ୍କ ସହିତ କଥା ହୋଇଥିଲେ ଓ ଶାଖା ପରିଚାଳକ କହିବା ପ୍ରକାରେ କୋଷାଧକ୍ଷଙ୍କୁ ବ୍ୟାଙ୍କ ପାସ ବୁକ ଓ ଚେକ ବୁକ ମାଗିବାରୁ ଶ୍ରୀ ପ୍ରଧାନ ହଠାତ ଉତ୍ତେଜିତ ହୋଇ ବିଭିନ୍ନ ପ୍ରକାର ଅପ ଶବ୍ଦ ପ୍ରୟୋଗ କରିବା ସହ ଅଶାଳୀନ ଭାଷା ପ୍ରୟୋଗ କରି ବ୍ୟାଙ୍କରୁ ବାହାରି ଯିବାକୁ କହି ସାମ୍ବାଦିକ ମାନେ ଠକ, ବାଜେ ଲୋକ ଓ ସାମ୍ବାଦିକ ମାନେ ହୋଇଛନ୍ତି ସାମ୍ବାଦିକତା ର ଅ ଅକ୍ଷର ଜଣାନାହାନ୍ତି କହି ଅନେକ ଅପଶବ୍ଦ ବ୍ୟବହାର କରି ମାରିବାକୁ ଆସିଥିବା ଯୋଗୁଁ ଶ୍ରୀ ଅଶୋକ ସାହୁ ଅପମାନିତ ହୋଇ ଜିଲ୍ଲା ସଙ୍ଘର ପରାମର୍ଶ କ୍ରମେ ନବରଙ୍ଗପୁର ସଦର ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ସୂଚନାଯୋଗ୍ୟ ଯେ ଜିଲ୍ଲାର ଜଣେ ପ୍ରତିଷ୍ଠିତ ବରିଷ୍ଟ ସାମ୍ବାଦିକଙ୍କୁ ଏହିପରି ବ୍ୟାଙ୍କର ଜଣେ କାର୍ଯ୍ୟରତ କର୍ମଚାରୀ ଅପଶବ୍ଦ ପ୍ରୟୋଗ କରିବା ଓ ଗାଳିଗୁଲଜ କରିବା ସାମ୍ବାଦିକ ମହଲରେ ଆଲୋଡନ ସୃଷ୍ଟି କରିଛି, ସମସ୍ତଙ୍କୁ ସଚେତନ କରାଉଥିବା କାର୍ଯ୍ୟରତ ସାମ୍ବାଦିକଙ୍କୁ ଯଦି ଏଭଳି ବ୍ୟବହାର ଦେଖାଯାଏ, ତାହାହେଲେ ଗ୍ରାମାଞ୍ଚଳରୁ ଆସୁଥିବା ସାଧାରଣ ଗ୍ରାହକ କିପରି ଏହି ବ୍ୟାଙ୍କରୁ ସାଧାରଣ ସୁବିଧା ସୁଯୋଗ ପାଇ ପାରୁ ଥିବେ,ତାହା ଅନୁମେୟ ବୋଲି ସାମ୍ବାଦିକ ମହଲ ଓ ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଦେଖିବାକୁ ମିଳୁଛି, ଓ ଦୋଷୀଙ୍କୁ ଉଚିତ ଦଣ୍ଡ ପ୍ରଦାନ କରିବାକୁ ଦାବୀ କରାଯାଇଛି l ବି.ଦ୍ର ଶ୍ରୀ ଅଶୋକ ସାହୁ ଜଣେ ବରିଷ୍ଟ ସାମ୍ବାଦିକ ଓ ସାମ୍ବାଦିକ କୋର୍ସ କରି ସାର୍ଟିଫିକେଟ ଧାରୀ ସାମ୍ବାଦିକ ଙ୍କୁ ଏଭଳି ବ୍ୟବହାର କରିଥିବା ବ୍ୟାଙ୍କ କର୍ମଚାରୀ ଙ୍କୁ ଜନସାଧାରଣରେ ନିନ୍ଦା କରିବା ସହ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ପାଇଁ ସବୁ ସାମ୍ବାଦିକ ମାନେ ଦୃଢ ଦାବୀ କରିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ବ୍ଲକରେ ପୁରୁଷ ହକି ବିଶ୍ଵକପ ଉଦଘାଟନୀ ଉତ୍ସବ ନିମନ୍ତେ କାର୍ଯ୍ୟକ୍ରମ

Sunil Chandra Nayak

ରାଇରଙ୍ଗପୁର ଷ୍ପୋର୍ଟସ କମ୍ପ୍ଲେକ୍ସ ରେ ୭,୮,୯ ୭୨ ତମ ରାଜ୍ୟସ୍ତରୀୟ କନିଷ୍ଠ ଵର୍ଗର ଖେଳକୁଦ କୁମ୍ଭମେଳା ନେଇ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଖଇରା ମହାବିଦ୍ୟାଳୟର NCC Unitର ଆଲୋଚନା ଚକ୍ର

masiha

Leave a Comment

error: Content is protected !!