ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ  ଜଳ ବନ୍ଦୀ ଗୁରୁମାଇ ଗୁଡା ବାସୀ ଙ୍କ ସମସ୍ୟା ଅନୁଧ୍ୟାନ

ତେନ୍ତୁଳିଖୁଣ୍ଟି ୧୬/୦୩/୨୩ -ନବରଙ୍ଗପୁର ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅନ୍ୟା ଦାସ ମଞ୍ଚାଗାଁ ଗ୍ରାମ ପଞ୍ଚାୟତ ର ଜଳବନ୍ଦୀ ଅଞ୍ଚଳ ଗୁରୁମାଇ ଗୁଡା ରେ ଗ୍ରାମବାସୀ ଙ୍କ ସମସ୍ୟା ଅନୁଧ୍ୟାନ କରିଲେ। ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ,ସହକାରୀ ଯନ୍ତ୍ରୀ ଆଶିଷ ପ୍ରଧାନ ସମେତ ବିଭିନ୍ନ ବିଭାଗ ର ଅଧିକାରୀ ଓ କର୍ମଚାରୀ ଙ୍କ ସହ ଆଜି ଜଳବନ୍ଦୀ ଗୁରୁମାଇ ଗୁଡା ଗସ୍ତ ରେ ଯାଇଥିଲେ ଜିଲ୍ଲାଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ। ଗ୍ରାମ ର ପାନୀୟ ଜଳ ସମସ୍ୟା,ବିଦ୍ୟୁତ ସମସ୍ୟା , ସ୍ୱାସ୍ଥ୍ୟ ସମସ୍ୟା, ଯାତାୟାତ ସମସ୍ୟା ଜୀବିକା ସମସ୍ୟା , ଆଦି ସମ୍ପର୍କରେ ଗ୍ରାମ ବାସୀ ତଥା ସାମାଜିକ କର୍ମୀ ଓ ସରପଞ୍ଚ ଅଧିକାରୀ ଙ୍କୁ କହିଛନ୍ତି। ଅନ୍ୟା ଦାସ ପାନୀୟ ଜଳ ସମସ୍ୟା ଯୁଦ୍ଧ କାଳୀନ ଭିତ୍ତି ରେ ସମାଧାନ କରିବାକୁ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ଦୁଷ୍ମନ୍ତ ବାରିକ ଙ୍କୁ ନିର୍ଦେଶ ଦେଇଥିଲେ। ପାଞ୍ଚ ଟି ନଳକୂପ ଖୋଲିବା ଯଦି ଗାଡି ଆସି ନ ପାରିଲେ ହ୍ୟାଣ୍ଡ ବୋର ୱେଲ ଖୋଲିବା କୁ କହିଥିଲେ। ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ପାଞ୍ଚ ଟି ରିଙ୍ଗ ୱେଲ ଖୋଲିବାକୁ ବିଡ଼ିଓ ଦୁର୍ଯ୍ୟୋଧନ ଭୋଇ ଓ ସହକାରୀ ଯନ୍ତ୍ରୀ ଙ୍କୁ କହିଥିଲେ। ଉକ୍ତ ଗ୍ରାମ ରେ ଥିବା ଅଙ୍ଗନବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ ତୁରନ୍ତ ଆରମ୍ଭ କରିବାକୁ ନିର୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ ସେବା ପାଇଁ କଳାହାଣ୍ଡି ଜିଲ୍ଲା ଭଳି ଏକ ବୋଟ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ଅନୁରୋଧ ଆସିଥିଲା। କଳାହାଣ୍ଡି ଜିଲ୍ଲା ଜଳବନ୍ଦୀ ଅଞ୍ଚଳ ଭଳି ମୋଟର ବୋଟ ଗ୍ରାମ ୱାରୀ ବ୍ୟବସ୍ଥା କରିବାକୁ ଅନୁରୋଧ ଗ୍ରାମବାସୀ ଓ ସାମାଜିକ କର୍ମୀ। ଏ ଦିଗରେ ଉଦ୍ୟମ କରିବା କୁ ବିଡ଼ିଓ ଙ୍କୁ ନିର୍ଦେଶ ଦେଇଥିଲେ। ସ୍ଥାନୀୟ ଅଞ୍ଚଳ ଠାରୁ ମାତ୍ର ତିନି କିଲୋମିଟର ଦୂର ଗିରଳିଗୁମ୍ମା ରୁ ବିଦ୍ୟୁତ ସେବା ଆଣିବାକୁ କିଛି ସାମାଜିକ କର୍ମୀ ମତ ରଖିଥିଲେ। ଏ ଦିଗରେ ସେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିଥିଲେ। ଜଳ ବନ୍ଦୀ ଅଞ୍ଚଳ ବାସୀ ଙ୍କ ଜୀବିକା ଯୋଗାଇ ଦେବାକୁ ମହିଳା ସ୍ୱୟଂ ସହାୟକ ଦଳ ମାଧ୍ୟମରେ ଛେଳି ଓ କୁକୁଡ଼ା ଚାଷ ପାଇଁ ଋଣ ବ୍ୟବସ୍ଥା କରିବାକୁ ପ୍ରତିଶୃତି ଦେଇଥିଲେ। ମାଣ୍ଡିଆ ଚାଷ ଆଧୁନିକ ଉପାୟରେ କରିବାକୁ ପ୍ରୋତ୍ସାହିତ କରିଥିଲେ ଅନ୍ୟା ଦାସ । ଗୁରୁମାଇ ଗୁଡା ଘାଟ ଠାରେ ଯାତ୍ରୀ ବିଶ୍ରାମ ଗାର ପାଇଁ ଅନୁରୋଧ ଆସିଥିଲା।କେବଳ ଏମ ଜି ଏନ ଆର ଇ ଜି ଏସ ଛାଡି ଅନ୍ୟ ଫଣ୍ଡ ବ୍ୟବହାର କରି ଯାତାୟତ ଉପଯୋଗୀ ରାସ୍ତା ଯଥା ଡଙ୍ଗା ଘାଟ ରୁ ଗୁରୁମାଇ ଗୁଡା ,ବେଲ ଘାଟ ରୁ ଗୁରୁମାଇ ଗୁଡା ଓ ଡଙ୍ଗା ଘାଟ ରୁ ତଲଙ୍ଗ ରାସ୍ତା କରିବା କୁ ମତ ପ୍ରକାଶ କରିଥିଲେ ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ। ପ୍ରସ୍ତାବିତ କେନ୍ଦୁଗୁଡା ବ୍ରିଜ ସମ୍ପର୍କରେ ମଧ୍ୟ କିଛି ସାମାଜିକ କର୍ମୀ ତୁରନ୍ତ କାର୍ଯ୍ୟ ଆରମ୍ଭ ବ୍ୟବସ୍ଥା ପାଇଁ ଅନୁରୋଧ ରଖିଥିଲେ। ସାଧାରଣ ବଣ୍ଟନ ସାମଗ୍ରୀ ଗ୍ରାମରେ ଆଣି ହିତାଧିକାରୀ ଙ୍କୁ ଦେବା ବ୍ୟବସ୍ଥା ପାଇଁ ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ଓ ସରପଞ୍ଚ ସଦା ସାନ୍ତା ଙ୍କୁ ନିର୍ଦେଶ ଦେଇଥିଲେ। ଏହି ସମୀକ୍ଷା ଓ ଅନୁଧ୍ୟାନ ଆଲୋଚନା ବେଳେ ବିଡ଼ିଓ ସହକାରୀ ନିର୍ବାହୀ ଯନ୍ତ୍ରୀ,କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ଖୀର , ବିପ୍ପଣୀ ନିରୀକ୍ଷକ ରୋହିତ ମାଝୀ ,ପି ଇ ଓ ତ୍ରିଲୋଚନ ନାୟକ , ମହିଳା ସ୍ୱାସ୍ଥ୍ୟ ପରିଦର୍ଶିକା ମାର୍ଷେଲା ବାର୍ଳା ଗ୍ରାମରୋଜଗର ସେବକ ,ସ୍ୱାସ୍ଥ୍ୟ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୂଆପଡାରେ ଆୟୁଷ ସେବାର ଉନ୍ନତି ପାଇଁ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ 

Sunil Chandra Nayak

ଧର୍ମ ପ୍ରାଣ ମହିଳାଙ୍କ ପରଲୋକ

Sunil Chandra Nayak

ପାହାଳ ମିଷ୍ଟାନ୍ନ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ ସାଂସଦଙ୍କୁ ଦାବୀ ପତ୍ର 

Sunil Chandra Nayak

Leave a Comment

error: Content is protected !!