ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ସୀମାନ୍ତରେ ଡ୍ରାଇଭର ମହାସଂଘର ଧର୍ମଘଟ 

ରାଇଘର ୧୬/୩ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ଼ ସୀମାନ୍ତରେ ୨ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଅଛି | ଏହି ଅବସରରେ ବୁଧବାର ସକାଳୁ ଖିଲୋଲି ଠାରେ ଥିବା ସୀମାନ୍ତ ଫାଟକ ନିକଟରେ ସ୍ଥାନୀୟ ସଂଘର ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ସୀମାନ୍ତରେ ଏକ ଟ୍ୟାଣ୍ଟ ଲଗାଇ ଧର୍ମଘଟରେ ବସିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ସଂଘ ସଭାପତି ତପନ ଆଧିକାରୀଙ୍କ ନେତୃତ୍ୱରେ ଏହି ଧର୍ମଘଟରେ ଉପ ସଭାପତି ସୁଜିତ ରାୟ , ସମ୍ପାଦକ ଅଶ୍ୱିନୀ ବୈରାଗୀ , ତ୍ରିନାଥ ଗଣ୍ଡ , ସୁନ୍ଦର ସିଂ ଗଣ୍ଡ , ସାଗାରାମ୍ ଗଣ୍ଡ , ତାତୁ ମାଳୀ ଓ କେଶବ ସତନାମି ପ୍ରମୂଖଙ୍କ ସମେତ ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ | ରାୟପୁର , ନାଗପୁର ଓ ମହାରାଷ୍ଟ୍ର ଅଂଚଳରୁ ଶତାଧିକ ବଡ଼ ଗାଡ଼ି ସୀମାନ୍ତ ଫାଟକ ନିକଟରେ ଅଟକି ରହିଥିଲେ l ସମସ୍ତ ଚକ ଅଖ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା l ଏମିତିକି ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ସହ ଅତି ଆବଶ୍ୟକ ସାମଗ୍ରୀ, ଗ୍ୟାସ, ଡିଜେଲ ଓ ପେଟ୍ରୋଲ ନୋ ମିଳିବା ଆଶଂକା କରି ତେଲ ଟଙ୍କି ରେ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା l

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗତ ୨୪ ଘଣ୍ଟା ଧରି ଧର୍ମଗଡ ଅଞ୍ଚଳରେ ନାକେଦମ୍ କଲାଣି ଜଂଗଲୀ ହାତୀ ,ଜଣେ ମୃତ ଜଣେ ଆହତ, ଆତଙ୍କିତ ସହରବାସୀ 

Sunil Chandra Nayak

ବିରାଟକାୟ ବୃକ୍ଷ ରାଜରାସ୍ତା ରେ ଉପୁଡ଼ି ପଡ଼ିବାରୁ ଯାତାୟାତ ଠପ୍ ନର୍ଲା ବିଡ଼ିଓ ଏବଂ ଅଗ୍ନିଶମ ବିଭାଗ ର ତୁରନ୍ତ ସହଯୋଗ ରେ ଯାତାୟାତ ସୁଗମ 

Sunil Chandra Nayak

ଶନିଶ୍ଚର ଓଷା ପାଇଁ ମନ୍ଦିରରେ ଭକ୍ତ ଙ୍କ ଭିଡ଼, ୨oo ରୁ ଉର୍ଦ୍ଧ ମହିଳା ଉଷାରେ ଭାଗ ନେଲେ 

Sunil Chandra Nayak

Leave a Comment

error: Content is protected !!