ରାଇଘର ୧୬/୩ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଛତିଶଗଡ଼ ସୀମାନ୍ତରେ ୨ ଦିନ ଧରି ଡ୍ରାଇଭର ମହାସଂଘ ପକ୍ଷରୁ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଅଛି | ଏହି ଅବସରରେ ବୁଧବାର ସକାଳୁ ଖିଲୋଲି ଠାରେ ଥିବା ସୀମାନ୍ତ ଫାଟକ ନିକଟରେ ସ୍ଥାନୀୟ ସଂଘର ସମସ୍ତ ଡ୍ରାଇଭର ଏକତ୍ରିତ ହୋଇ ସୀମାନ୍ତରେ ଏକ ଟ୍ୟାଣ୍ଟ ଲଗାଇ ଧର୍ମଘଟରେ ବସିଥିବା ଦେଖିବାକୁ ମିଳିଛି l ସ୍ଥାନୀୟ ସଂଘ ସଭାପତି ତପନ ଆଧିକାରୀଙ୍କ ନେତୃତ୍ୱରେ ଏହି ଧର୍ମଘଟରେ ଉପ ସଭାପତି ସୁଜିତ ରାୟ , ସମ୍ପାଦକ ଅଶ୍ୱିନୀ ବୈରାଗୀ , ତ୍ରିନାଥ ଗଣ୍ଡ , ସୁନ୍ଦର ସିଂ ଗଣ୍ଡ , ସାଗାରାମ୍ ଗଣ୍ଡ , ତାତୁ ମାଳୀ ଓ କେଶବ ସତନାମି ପ୍ରମୂଖଙ୍କ ସମେତ ଶତାଧିକ ଡ୍ରାଇଭର ଯୋଗ ଦେଇଥିଲେ | ରାୟପୁର , ନାଗପୁର ଓ ମହାରାଷ୍ଟ୍ର ଅଂଚଳରୁ ଶତାଧିକ ବଡ଼ ଗାଡ଼ି ସୀମାନ୍ତ ଫାଟକ ନିକଟରେ ଅଟକି ରହିଥିଲେ l ସମସ୍ତ ଚକ ଅଖ ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା l ଏମିତିକି ବସ ଚଳାଚଳ ବନ୍ଦ ରହିଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ସହ ଅତି ଆବଶ୍ୟକ ସାମଗ୍ରୀ, ଗ୍ୟାସ, ଡିଜେଲ ଓ ପେଟ୍ରୋଲ ନୋ ମିଳିବା ଆଶଂକା କରି ତେଲ ଟଙ୍କି ରେ ଲମ୍ବା ଧାଡି ଲାଗିଥିବା ଦେଖିବାକୁ ମିଳିଥିଲା l
previous post