ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ

ମେଦନା ସ୍ଥିତ ଗ୍ରାମ୍ୟଦେବୀ ମାଁ କାଳୀ କଙ୍କାଲୁଣୀ ଙ୍କ ବାର୍ଷିକ ଦଶହରା ପାଳିତ 

ଡାବୁଗାଁ, ୨୫/୧୨(ମ.ନି.ସ.)- ସୋମବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ମେଦନା ପଞ୍ଚାୟତ ସଦର ମହକୁମା ଠାରେ ମେଦନା ଗ୍ରାମର ଗ୍ରାମଦେବୀ ମାଁକାଳୀ କଙ୍କାଳୁଣୀ ଙ୍କ ବାର୍ଷିକ ଦଶହରା ଧୁମଧାମ ରେ ପାଳିତ ହୋଇଯାଇଛି | ମାଁ କାଳୀ କଙ୍କାଳୁଣୀ ହେଉଛନ୍ତି ମେଦନା ଗ୍ରାମର ଇଷ୍ଟଦେବୀ | ସେ କେଉଁ ଆଦିମ କାଳରୁ ମେଦନା ଗ୍ରାମର ହାଟପଦା ପଡିଆ ରେ ଗ୍ରାମବାସୀଙ୍କ ଦ୍ୱାରା ପୂଜିତ ହୋଇ ଆସୁଛନ୍ତି |ବଜାର ପଡିଆ ପରିସରରେ ମାଁ ଙ୍କର ଏକ ସୁନ୍ଦର ମନ୍ଦିର ବିଦ୍ୟମାନ | ମା ଏକ ପ୍ରତକ୍ଷ୍ୟଦେବୀ ହୋଇଥିବାରୁ ଆଖପାଖ ଅଞ୍ଚଳ ରୁ ଭକ୍ତମାନେ ଆସି ମାଁ ଙ୍କ ପାଖରେ ମାନସିକ ରଖିଥାନ୍ତି | ପ୍ରତିବର୍ଷ ମାର୍ଗଶିର ମାସରେ ମାଁ ଙ୍କ ଦଶହରା ପଡେ | ଗ୍ରାମବାସୀ ଅତି ଶ୍ରଦ୍ଧାର ସହ ମାଁ ଙ୍କର ଏହି ଉତ୍ସବ ଟିକୁ ପାଳନ କରିଥାନ୍ତି |ମା ଙ୍କ ଦଶହରା ରେ ଆଖପାଖ ଗ୍ରାମ ର ଦେବାଦେବୀ ଙ୍କ ସହ ଶିରା, ପୂଜାରୀ, ଲାଠି, ପାଲିଙ୍କି, ନରିଆ ଙ୍କ ସହ ନିମନ୍ତ୍ରିତ ହୋଇ ମାଁ ଙ୍କ ପୀଠକୁ ଆସିଥାନ୍ତି |ବଡ ଆଡମ୍ବର ସହକାରେ ପାଳିତ ହୁଏ ମା ଙ୍କ ଦଶହରା | ଗାଁ ରେ ହଜାର ହଜାର ସଂଖ୍ୟକ ଭକ୍ତ ସାଙ୍ଗକୁ ଉଠା ଦୋକାନୀ ମାନଙ୍କ ପ୍ରବଳ ଭିଡ ଜମେ |ଗ୍ରାମର ମୁଖ୍ୟ ବ୍ୟକ୍ତିମାନେ ଗ୍ରାମରେ ବୈଠକ ଡାକି କମିଟି ଗଠନ କରି ଶାନ୍ତି ଶୃଙ୍ଖଳା ର ପାଳନ୍ତି ମା ଙ୍କ ଦଶହରା |ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଧୂମଧାମ ରେ ପାଳିତ ହୋଇଛି ମା ଙ୍କ ଦଶହରା | ଜମିଛି ହଜାର ହଜାର ସଂଖ୍ୟାରେ ଉଠା ଦୋକାନୀ ମାନଙ୍କ ଭିଡ଼ ସାଙ୍ଗକୁ ହଜାର ହଜାର ଲୋକଙ୍କ ସମାଗମ | ଲୋକେ ମା ଙ୍କ ଦର୍ଶନ କରିବା ସହ ଉଠା ଦୋକାନୀ ମାନଙ୍କ ଠାରୁ ନାନା ପ୍ରଜାତିର ଖାଦ୍ୟ ସାମଗ୍ରୀ ସାଙ୍ଗକୁ ଗୃହ ଉପଯୋଗୀ ସାମଗ୍ରୀ ସବୁ କିଣିବା ର ମଜା ନେଇଛନ୍ତି | ରାତ୍ରିରେ ଜନସାଧାରଣ ଙ୍କ ମନରଞ୍ଜନ ସକାଶେ ଦୁଇଗୋଟି ଦେଶିଆ ନାଟକ ର ମଧ୍ୟ ଆୟୋଜନ କରାଯାଇଛି | ଗ୍ରାମର ଭଦ୍ରବ୍ୟକ୍ତି ମାନଙ୍କ ମଧ୍ୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝୀ, ମେଦନା ପୂର୍ବତନ ସରପଞ୍ଚ ହିରଣ୍ୟ ମାଝୀ, ପୂର୍ବତନ ନାଏବ ସରପଞ୍ଚ ତୁଲାରାମ ଗୌଡ଼, ଶଶୀଧର ମାଝୀ, ୱାର୍ଡ ମେମ୍ବର ମଧୁ କଲାର,ୱାର୍ଡ ମେମ୍ବର ହରି ହରିଜନ, ୱାର୍ଡ ମେମ୍ବର ଦାସ ଭତରା, ୱାର୍ଡ ମେମ୍ବର ବିଶ୍ୱନାଥ ପୂଜାରୀ, ପର୍ଶୁରାମ କଲାର , ଜଗନ୍ନାଥ ମେହେର, କମଳଛନ ମାଝୀ, ହରିବନ୍ଧୁ ଭତରା, ସୋମନାଥ ଗୌଡ଼, ଶିବ ପ୍ରସାଦ ମିଶ୍ର, ରାଜମନ କଲାର, ଦୀନବନ୍ଧୁ ମାଝୀ, ସୁବାଷ ହରିଜନ, ପୁସ୍ତମ ମାଝୀ, ସୋନୁ ମାଝୀ, , , ଘାସି ପୂଜାରୀ, ମଙ୍ଗଳୁ ପୂଜାରୀ, ଶୀଦାସ ଗାଣ୍ଡା ପ୍ରମୁଖ ମା ଙ୍କ ଦଶହରା ପର୍ବ ର ମୁଖ୍ୟ ଦାୟିତ୍ୱ ଗ୍ରହଣ କରି ପର୍ବ ଟିକୁ ସରସ ସୁନ୍ଦର କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବନ୍ଧୁଗାଁ ବ୍ଲକରେ ଚାଷ ଜମି ଶୁଖିଲା , ଚାଷୀ ଚିନ୍ତାରେ, ଜମିରେ ବୁଲୁ ନାହିଁ ନଙ୍ଗଳ

masiha

ଏସ ଡବ୍ଲୁ ଏଫ୍ ଆଇ ର ୧୦ମ ସର୍ବଭାରତୀୟ ସମ୍ମିଳନୀ ରାଉରକେଲା ଠାରେ ସଫଳ କରିବା ପାଇଁ ଅଭ୍ୟର୍ଥନା କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ବହାନାଗା ଟ୍ରେନ ଦୂର୍ଘଟଣାରେ ମୃତକଙ୍କ ଆତ୍ମାର ସଦଗତି ପାଇଁ ଜୟ ତେନ୍ତୁଳିଖୁଣ୍ଟି ଗ୍ରୁପ କ୍ୟାଣ୍ଡଲ ଯାତ୍ରା

Leave a Comment

error: Content is protected !!