ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରାରେ ଯୋଗଦେଲେ ପଞ୍ଚାୟତରାଜ ମନ୍ତ୍ରୀ

ଖଇରା,୦୯/୬/୨୫- ଅପରେସନ ସିନ୍ଦୂର ଉପଲକ୍ଷେ ବାଲେଶ୍ବର ଜିଲ୍ଲା ଖଇରାରେ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ ସ୍ଥାନୀୟ ବିଧାୟକ ପଦ୍ମଲୋଚନ ପଣ୍ଡା । ବ୍ଲକର ଶେଷ ସୀମା ତୁଡିଗଡିଆ ଠାରୁ ଶୋଭାଯାତ୍ରା ଆରମ୍ଭ ହୋଇ ବ୍ଲକ କାର୍ଯ୍ଯାଳୟ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାଏକ ଯୋଗଦେଇ ଶୋଭାଯାତ୍ରାର ଶୋଭା ବର୍ଦ୍ଧନ କରିଥିଲେ । ଚେୟାରମ୍ୟାନ ଅଭିଲିପ୍ସା ସାହୁ, ଦଳୀୟ ସ୍ଥାନୀୟ ନେତା ରାଜେଶ ରାଉତଙ୍କ ସମେତ ଶହଶହ ଦଳୀୟ କର୍ମୀ ଯୋଗ ଦେଇଥିଲେ । ଶୋଭାଯାତ୍ରା ପରେ ପରେ ସାଧାରଣ ସଭା ଆୟୋଜିତ ହୋଇଥିଲା । ମଞ୍ଚାସୀନ ବିଭିନ୍ନ ନେତାମାନେ ଅପରେସନ ସିନ୍ଦୂର ବିଷୟରେ ଖୁବ୍ ସୁନ୍ଦର ବକ୍ତବ୍ୟ ଦେଇ ସମସ୍ତଙ୍କୁ ନିଜର କରିବାରେ ସକ୍ଷମ ହୋଇଥିଲେ । ବକ୍ତା ମାନଙ୍କ ବକ୍ତବ୍ୟ ସୁନ୍ଦର ଓ ଶିକ୍ଷଣୀୟ ଥିଲା ଯେ ସଭା ସରିବା ପର୍ଯ୍ୟନ୍ତ କେହି ଉଠିକି ଯାଇନଥିଲେ । ସମସ୍ତେ ଡବଲ ଇଞ୍ଜିନ ସରକାରର ଗୁଣଗାନ କରିଥିଲେ । ଶେଷରେ ମାନ୍ଯବର ମନ୍ତ୍ରୀ ରବିନାରାୟଣ ନାଏକ ନୂତନ ପଞ୍ଚାୟତ ସମିତି କାର୍ଯ୍ଯାଳୟ ଗୃହର ଶୁଭ ଶିଳାନ୍ୟାସ କରିଥିଲେ । ମନ୍ତ୍ରୀଙ୍କ ଗସ୍ତ ଏବଂ ଶୁଭ ଶିଳାନ୍ୟାସ ଅଞ୍ଚଳବାସୀଙ୍କ ମନରେ ଏକ ନୂତନ ଆଲୋଡନ କରିଥିଲା ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉଦ୍ୟୋଗୀ ମେଳାରେ ଆତ୍ମନିଯୁକ୍ତି ଯୋଗାଣ ଓ ରାଜ୍ୟ ତଥା ଦେଶର ଅଭିବୃଦ୍ଧିରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ଅବଦାନ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

ମହିଳା ପରିବର୍ତ୍ତନ ସୃଷ୍ଟିକାରୀ କ୍ଷେତ୍ରରେ ଦୀର୍ଘ ୨୮ ବର୍ଷର ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ 

Sunil Chandra Nayak

ସର୍ଗିଗୁଡା ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ପତାକାକୁ ଅବମାନନା ଅଭିଯୋଗ

masiha

Leave a Comment

error: Content is protected !!