ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ

ଚଳନ୍ତା କାର ହୁହୁ ହୋଇ ଜଳିଗଲା,ଅଳ୍ପକେ ବର୍ତ୍ତିଲେ ଦୁଇ ମହିଳା ,ଶିଶୁ ସମେତ ୬ ଜଣ

କନ୍ଧମାଳ, ତା, ୧୭/୦୧: (ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ସାକୁଶବାଲି ନିକଟରେ ୫୯ ନଂ.ଜାତୀୟ ରାଜପଥ ଉପରେ ଶୁକ୍ରବାର ରାତ୍ର ରେ ଏକ ଚଳନ୍ତା ଆକ୍ଟିଭା କାର ରେ ହଠାତ ନିଆଁ ଲାଗି ହୁହୁ ହୋଇ ଜାଲିଗଲା । ଗାଡି ମଧ୍ୟରେ ବସିଥିବା ଦୁଇ ମହିଳା ଓ ଜଣେ ଶିଶୁ ଙ୍କ ସମେତ ୬ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଶୁକ୍ରବାର ରାତି ୮.୩୦ ସମୟରେ ମହାସିଙ୍ଗ ଗ୍ରାମର ଏକ ପରିବାର କୋଟଗଡ ବ୍ଲକ ର ସୁବର୍ଣ୍ଣଗିରି ନିକଟସ୍ଥ ଲୁଦୁ ଜଳପ୍ରପାତ ବୁଲିବା ପାଇଁ ଯାଇଥିଲେ । ବୁଲାବୁଲି ସାରି ଘରକୁ ଫେରୁଥିବା ବେଳେ ହଠାତ ଗାଡିର ଇଞ୍ଜିନ ରେ କିଛି ଧୂଆଁ ବାହାରିବା ସହ ନିଆଁ ଦେଖିବାକୁ ମିଳିଥିଲା ଏହା ପରେ ଡ୍ରାଇଭର ର ଉପସ୍ଥିତି ବୁଦ୍ଧି ଯୋଗୁଁ ଗାଡିଟି ରଖିବା ସହ ସମସ୍ତ ଯାତ୍ରୀ ଙ୍କୁ ସଙ୍ଗେ ସଙ୍ଗେ ଗାଡିରୁ ଓଲ୍ଲାହିବା ସହ ଦମକଳ କେନ୍ଦ୍ର କୁ ଫୋନ କରିଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିବା ବେଳକୁ ଗାଡିଟି ହୁ ହୁ ହୋଇ ସମ୍ପୂର୍ଣ୍ଣ ଜଳି ଯାଇଥିଲା । ଘଟଣା ସ୍ଥଳରେ ପୁଲିସ ର ପେଟ୍ରୋଲିଂ ଗାଡି ପହଞ୍ଚି ଏସଆଇ ସଞ୍ଜୟ ସ୍ଵାଇଁ ଯାତ୍ରୀ ମାନଙ୍କୁ ସୁରକ୍ଷିତ ରଖିବା ସହ ଘଟଣାର କାରଣ ପଚାରିଥିଲେ l ।ଆଉ ଦୁଇ କିଲୋମିଟର ପରେ ସେହି ପରିବାର ତାଙ୍କ ଘରେ ପହଞ୍ଚି ଥାନ୍ତେ l କିନ୍ତୁ ବିଧିର ବିଧାନ କିଭଳି ଚଳନ୍ତା କାର ରେ ନିଆଁ ଲାଗି ଯାଇଥିଲା ଅଳ୍ପକେ ସମସ୍ତେ ମୃତୁ ମୁଖରୁ ବଞ୍ଚିଯାଇଥିଲେ । ଏ ସମ୍ପର୍କରେ ଥାନା ଅଧିକାରୀ ସମ୍ବିତ କୁମାର ସ୍ଵାଇଁ ତଦନ୍ତ କରିବା ପରେ ନିଆଁ ଲାଗିବାର କାରଣ ଜଣାପଡିବ ବୋଲି କହିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମାରାଗୁଡା ଲୋକମହୋତ୍ସବରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ବାସୀଙ୍କ ମନ ମୋହିଲେ 

masiha

ରାଜ୍ୟ ସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଗ୍ରୁପ୍ ଚାମ୍ପିଅନ 

masiha

ରାଉରକେଲାରେ ଶେୟାର୍ ପକ୍ଷରୁ ଜାତୀୟ କ୍ରୀଡା ସପ୍ତାହ ପାଳନ

Sunil Chandra Nayak

Leave a Comment

error: Content is protected !!